କଶ୍ମୀରରେ ଏବେ ଶୀତର ଲହରୀ

ଶ୍ରୀନଗର: କଶ୍ମୀରରେ ଏବେ ଶୀତର ରାଜୁତି। ଥଣ୍ଡାକୁ ଖାତିର ନକରି କଶ୍ମୀର ଉପତ୍ୟକାରେ ପର୍ଯ୍ୟଟକଙ୍କ ଭିଡ଼ ବେଶ୍‌ ଜମୁଛି।

ସେପଟେ ନିର୍ଦ୍ଧାରିତ ସମୟ ପୂର୍ବରୁ ଶୀତର ଆଗମନ ହୋଇଥିବାରୁ ଶୀତ ବସ୍ତ୍ର କାରବାର ବି ଭଲ ହେଉଛି। ଭଲ ବେପାର ହେଉଥିବାରୁ ବ୍ୟବସାୟୀ ବି ଖୁସି ଅଛନ୍ତି। ସବୁଠି ବିଭିନ୍ନ ଡିଜାଇନ୍‌ର ବିଭିନ୍ନ ରଙ୍ଗର ଶୀତ ପୋଷାକ ମିଳୁଛି।

ଛୋଟ ପିଲାଙ୍କ ଶୀତ ବସ୍ତ୍ର ସମସ୍ତଙ୍କୁ ଆକର୍ଷଣ କରୁଛି। ପକେଟ୍‌କୁ ସୁହାଇଲା ଭଳି ଦର ଥିବାରୁ ସମସ୍ତେ ଶୀତବସ୍ତ୍ର କିଣୁଛନ୍ତି।

ହିମାଳୟ ପାଦ ଦେଶରେ ଥିବା ହିଲ୍ ଷ୍ଟେସନ୍‌ ଗୁଡ଼ିକର ଦୃଶ୍ୟ ଦର୍ଶକଙ୍କୁ ଆକର୍ଷିତ କରୁଛି। ଶୀତ ଯେତେ ବଢୁଛି ପର୍ଯ୍ୟଟଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡକୁ ବହୁ ଦୂରଦୂରାନ୍ତରୁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି।

ଅନ୍ୟପଟେ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ହୋଟେଲ୍‌ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଗତ କିଛି ଦିନ ଧରି କଶ୍ମୀର ଉପତ୍ୟକା ସମେତ ପୂରା ଉତ୍ତର ଭାରତରେ ଶୀତର ପ୍ରକୋପ ବଢ଼ିଛି। ଶ୍ରୀନଗରର ଶୀତବସ୍ତ୍ର ବଜାରରେ ପ୍ରବଳ ଭିଡ଼ ଜମୁଛି।

ତେବେ ଆପଣ ଯଦି ଭ୍ରମଣ ପ୍ରିୟ ଏବଂ କଶ୍ମୀର ଆପଣଙ୍କର ଡେଷ୍ଟିନେସନ୍‌ ତେବେ ଆଉ ଡେରି କାହିଁକି? କଶ୍ମୀର ଯାଇ ସେଠାକାର ମନୋରମ ପରିବେଶର ଆନନ୍ଦ ଉଠାନ୍ତୁ।

You might also like