ଉତ୍ତର ଭାରତରେ ଜାରି ରହିଛି ଶୀତ ଲହରୀ

ନୂଆଦିଲ୍ଲୀ : ଆଜି ବି ଉତ୍ତର ଭାରତରେ ଜାରି ରହିଛି ଶୀତ ଲହରୀ। ଘନ କୁହୁଡ଼ି ସାଙ୍ଗକୁ ଥଣ୍ଡାର ପ୍ରଭାବ ଅସ୍ତବ୍ୟସ୍ତ କରିଛି ଲୋକଙ୍କୁ। ଲଗାତାର ଚାରି ଦିନ ଧରି ଦିଲ୍ଲୀରେ ଥଣ୍ଡା ସାଙ୍ଗକୁ ପ୍ରଦୂଷଣ ମାତ୍ରା ବଢ଼ିଛି। ଯାହା ପରିସ୍ଥିତିକୁ ଅଧିକ ସଙ୍ଗୀନ କରିଛି।

ଗତ କିଛି ଦିନ ଧରି ଦିଲ୍ଲୀରେ ବିମାନ ସେବା ବ୍ୟାପକ ଭାବେ ବାଧାପ୍ରାପ୍ତ ହୋଇଛି। ସେହିପରି ଘନ କୁହୁଡ଼ି ଯୋଗୁ ୩ ଶହରୁ ଅଧିକ ଟ୍ରେନ୍‌କୁ ବାତିଲ କରାଯାଇଛି।

ଦିଲ୍ଲୀ ସମେତ ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା ଏବଂ ଉତ୍ତର ରାଜସ୍ଥାନର ବହୁ ଅଞ୍ଚଳରେ ଶୀତ ଅନୁଭୂତ ହେଉଛି। ଅପରାହ୍ନ ଯାଏ ଥଣ୍ଡାର ପ୍ରକୋପ ରହୁଥିବା ବେଳେ ରାତିରେ ଏହାର ପ୍ରଭାବ ଅଧିକ ବଢ଼ିଯାଉଛି। ପଞ୍ଜାବ, ହରିୟାଣାର ବହୁ ସହରରେ ସର୍ବନିମ୍ନ ତାପାମାତ୍ରା ୫ ଡିଗ୍ରୀରୁ କମ୍‌କୁ ଖସି ଆସିଛି।

ଲୁଧିୟାନା, ପତିଆଲା, ଅଦମପୁର, ଅମୃତସର, ହଲୱର୍, ସିର୍ସା, ରୋହତକରେ ଶୀତ ଅଧିକ ରହିଛି। ଏହାଛଡ଼ା କାଶ୍ମୀରରେ ବି ଗତକାଲି ଭଳି ସମାନ ପରିସ୍ଥିତି ରହିଛି।

You might also like