ଉତ୍ତର-ପୂର୍ବାଞ୍ଚଳ କଂଗ୍ରେସମୁକ୍ତ

କଂଗ୍ରେସ ହାତରୁ ଗଲା ମିଜୋରାମ

ମିଜୋରାମ  : ସାରା ଭାରତରେ ନ ହେଲା ନାହିଁ, ଦେଶର ଉତ୍ତର-ପୂର୍ବାଞ୍ଚଳରେ ମୋଦି-ଶାହାଙ୍କ ମିଶନ ସଫଳ ହୋଇଛି।  ଅର୍ଥାତ ଉତ୍ତର-ପୂର୍ବାଞ୍ଚଳ କଂଗ୍ରେସ ଶାସନମୁକ୍ତ ହୋଇଛି। କଂଗ୍ରେସ ହାତରୁ ଯାଇଛି ମିଜୋରାମ। ଶାସକ ଦଳକୁ କ୍ଷମତାଚ୍ୟୁତ କରି ବିଜୟ ଆଡ଼କୁ ଅଗ୍ରସର ହେଉଛି ମିଜୋରାମ ନ୍ୟାସନାଲ ଫ୍ରଣ୍ଟ।

ଅବସ୍ଥା ଏପରି ଯେ, ମୁଖ୍ୟମନ୍ତ୍ରୀ ଲାଲ ଥନଓ୍ୱାଲା ମଧ୍ୟ ନିଜ ଆସନ ରକ୍ଷା କରିପାରି ନାହାନ୍ତି। ଚମ୍ପାଇ ସାଉଥ-ଇଷ୍ଟ ଆସନରେ ତାଙ୍କୁ ପରାସ୍ତ କରିଛନ୍ତି ବିରୋଧୀ MNF ପ୍ରାର୍ଥୀ। ଟ୍ରେଣ୍ଡ ଅନୁସାରେ MNF ୨୫ଟି ଆସନ ପାଉଥିବା ବେଳେ କଂଗ୍ରେସ ଦୁଇ ଅଙ୍କ ମଧ୍ୟ ଛୁଇଁ ପାରୁ ନାହିଁ । ଏହି ଦଳ ୬ଟି ଆସନରେ ଆଗୁଆ ଅଛି।

You might also like