ଦିଲ୍ଲୀରେ ଉଦ୍ୟୋଗପତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅାହ୍ୱାନ

ନୂଆଦିଲ୍ଲୀ : ଦିଲ୍ଲୀରେ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍। ଏଥିରେ ଯୋଗ ଦେଇ ଓଡ଼ିଶାରେ ପୁଂଜି ନିବେଶ କରିବାକୁ ଉଦ୍ୟୋଗପତିଙ୍କୁ ଅାହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନଭେମ୍ବରରେ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭରେ ଯୋଗ ଦେବାକୁ ଶିଳ୍ପପତିଙ୍କୁ ନିମନ୍ତ୍ରଣ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ପୁଂଜି ବିନିଯୋଗର ବହୁତ ସୁଯୋଗ ଅଛି। ପୂର୍ବ ଭାରତରେ ଏହା ମାନୁଫ୍ୟାକଚରିଂ ହବ୍ ଭାବେ ଧୀରେ ଧୀରେ ଉଭା ହେଉଛି।

ବିଜ୍‌ନେସ୍ ବୃଦ୍ଧି ପାଇଁ ସବୁ ପ୍ରକାର ସୁଯୋଗ ସୃଷ୍ଟି କରାଯାଉଛି। ଏଥିପାଇଁ ଗତ ୧୮ ବର୍ଷ ଭିତରେ ନିଅାଯାଇଛି ଅନେକ ପଦକ୍ଷେପ। ବନ୍ଦରରେ କାରବାର ୨୦.୫ ଟନ୍‌ରୁ ବୃଦ୍ଧି ପାଇ ୧୯୦ ଟନ୍‌କୁ ବୃଦ୍ଧି ପାଇଛି। ଫୁଡ୍ ପ୍ରୋସେସିଂଠାରୁ ଅାରମ୍ଭ କରି ସି-ଫୁଡ୍, ମେଟାଲ ସେକ୍ଟରରେ ଅାନ୍ସିଲାରି ଇଣ୍ଡଷ୍ଟ୍ରିଜ୍, ଟେକ୍ସଟାଇଲ, କେମିକାଲ, ପ୍ଲାଷ୍ଟିକ୍, ପେଟ୍ରୋକେମିକାଲ୍ସ ଓ ପର୍ଯ୍ୟଟନ କ୍ଷେତ୍ରରେ ବହୁତ ସୁଯୋଗ ରହିଛି।

ଶିଳ୍ପର ଅଭିବୃଦ୍ଧି  ପାଇଁ ଏକ ସ୍ୱଚ୍ଛ ବ୍ୟବସ୍ଥାର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ଅାଜି ହୋଇଥିବା ରୋଡ୍ ସୋରେ ବହୁ ଶିଳ୍ପପତି ଓ ଉଦ୍ୟୋଗପତି ଯୋଗ ଦେଇଥିଲେ।

You might also like