ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଇ-ବାଇକ ରାଲି: ତେଲ ଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲେ ମମତା

କୋଲକାତା: ପେଟ୍ରୋଲ ଡିଜେଲ ଦର ବୃଦ୍ଧି ବିରୋଧରେ ଦିଦିଙ୍କ ଇ-ବାଇକ ରାଲି। ତେଲ ଦର ଆକାଶଛୁଆଁ ଥିବାବେଳେ ସଡ଼କକୁ ଓହ୍ଲାଇ ଇ-ବାଇକର ରାଲି କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ। କୋଲକାତାର ମେୟର ଫିରହାଦ ହକିମଙ୍କ ଇ-ବାଇକ ପଛରେ ବସି ମମତା ବାନାର୍ଜୀ ଗଳାରେ ଏକ ମହଙ୍ଗା ମାଡ଼ର ପୋଷ୍ଟର ଲଟକାଇ ରାଲିରେ ଯୋଗଦେଇଥିବାର ଦେଖିବାକୁ ମିଳିଛି। ବର୍ତ୍ତମାନ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି।

ହରିସ ଚାଟାର୍ଜୀ ଷ୍ଟ୍ରିଟ ଠାରୁ ଆରମ୍ଭ କରି ରାଜ୍ୟ ସଚିବାଳୟ ନବନ୍ନା ପର୍ଯ୍ୟନ୍ତ ସେ ଇ-ବାଇକକ ରାଲିରେ ଯାଇଛନ୍ତି। ତେଲ ଦର ବୃଦ୍ଧି ପ୍ରତିବାଦରେ ମୋଟ୍ ୫ କିଲୋମିଟର ସ୍କୁଟରରେ ଯାତ୍ରା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ତେବେ ରାଜ୍ୟର ମୁଖ୍ୟମନ୍ତ୍ରୀ ବାଇକରେ ଯାଉଥିବା ବେଳେ ସଡକର ଉଭୟ ପାର୍ଶ୍ୱରେ ଲୋକେ ଛିଡା ହୋଇ ଅଭିବାଦନ ଜଣାଇଥିଲେ।

ଅନ୍ୟପଟେ ନବନ୍ନା ପହଞ୍ଚିବା ପରେ କେନ୍ଦ୍ର ସରକାରଙ୍କ ଉପର ବର୍ଷିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ପ୍ରଥମେ ନୋଟବନ୍ଦୀ, ଆଉ ଏବେ ତେଳ ଦର ବୃଦ୍ଧି। ଏହି କାରଣରୁ ଦେଶ ଏବେ ବ୍ୟାକଫୁଟରେ, ଆଉ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହ ହିଁ ଦାୟୀ। ବିଜେପି ସରକାର ନିତି ପ୍ରତିଦିନି ରୋଷେଇ ଗ୍ୟାସର ଦର ମଧ୍ୟ ବଢ଼ାଇ ଦେଉଛନ୍ତି।  ସାଧାରଣ ଲୋକଙ୍କ ପାଇଁ ଏହା ଅତ୍ୟନ୍ତ ଚିନ୍ତାର ବିଷୟ। କେନ୍ଦ୍ର ସରକାର ଚାଲାକି କରି ଜନତାଙ୍କୁ ଭୁତାଉଛନ୍ତି । ନିର୍ବାଚନ ଆସିଲେ ହିଁ ସାୟମିକ ସମୟ ପାଇଁ ତେଲ ଦର ଓ ଗ୍ୟାସ ଦର କମୁଛି।

ମୋଦି ସରକାର ସବୁ ବିକ୍ରି କରି ଦେଉଛନ୍ତି। ବିଏସଏନଏଲରୁ କୋଇଲା ଯାଏଁ ଦେଶର ସବୁକିଛି ବିକ୍ରି କରୁଛନ୍ତି।  ସବୁଠାରୁ ଦୁଃଖର କଥା ହେଲା ନେତାଜୀ ଓ ବଲ୍ଲଭଭାଇ ପଟେଲଙ୍କ ନାମରେ ତିଆରି ହୋଇଥିବା ଷ୍ଟାଡିୟମର ନାମ ମଧ୍ୟ ବଦଳାଇ ଦେଉଛନ୍ତି। ଦିନ ଆସିବ ଦେଶର ବି ନାମ ବଦଳିଯିବ। ମୋଦି ସରକାର ଦିନେ ନା ଦିନେ ଭାରତ ବର୍ଷର ନାମ ବଦଳାଇଦେବେ।

ସୂଚନାଯୋଗ୍ୟ ଦେଶରେ ବର୍ତ୍ତମାନ ପେଟ୍ରୋଲ, ଡିଜେଲ ଦର ଆକାଶଛୁଆଁ ରହିଛି । ବିଭିନ୍ନ ସହରେ ପେଟ୍ରୋଲର ଦାମ ଲିଟର ପିଛା ୧୦୦ ଟଙ୍କା ପାର କରିଥିବା ବେଳେ ଡିଜେଲ ଦର ବି ପାଖାପାଖି ରହିଛି । ଆଜି କୋଲକତାରେ ପେଟ୍ରୋଲ ଲିଟର ପିଛା ୯୧.୧୨ ଟଙ୍କା ଥିବାବେଳେ ଡିଜଲ ଲିଟର ପିଛା ଦର ରହିଛି ୮୪.୧୯। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଯୋଗଁ ଚାରିଆଡ଼ୁ ବିରୋଧ କରାଯାଉଛି, ସରକାର ବସାଉଥିବା ଟିକସ କମ କରିବାକୁ ଦାବି କରୁଛନ୍ତି ଲୋକେ। ଅନ୍ୟପଟେ ଦରବୃଦ୍ଧ ନେଇ ବିରୋଧୀ  ଲଗାତାର  ମୋଦି ସରକାରଙ୍କୁ ଟାର୍ଗେଟ କରୁଛନ୍ତି। କଂଗ୍ରେସ, ସମାଜବାଦୀ ପାର୍ଟି, ବହୁଜନ ସମାଜବାଦୀ ପାର୍ଟି, ତୃଣମୂଳ କଂଗ୍ରେସ ଆଦି ଦଳ ଦର ବୃଦ୍ଧିକୁ  ବିରୋଧ କରୁଛନ୍ତି।

 

You might also like