ଟ୍ରମ୍ପକୁ କଟକମଟ କରି କାହିଁକି ଚାହିଁଲେ ଏହି ଝିଅ ?

ଜାତିସଂଘ: ‘ଜଳବାୟୁ ଯୋଦ୍ଧା’ ତଥା ଇଣ୍ଟରନେଟ୍‌ରେ ବେଶ୍‌ ଚର୍ଚ୍ଚିତ ଚେହେରା ଗ୍ରେଟା ଥର୍ଣ୍ଣବର୍ଗ ଜଳବାୟୁ ପରିବର୍ତ୍ତନକୁ ନେଇ ଯେଉଁ ଲଢ଼େଇ ଆରମ୍ଭ କରିଛନ୍ତି ତାହା ବ୍ୟାପକ ହେବାରେ ଲାଗିଛି। ତେବେ ସୋମବାର ଜାତିସଂଘର ଜଳବାୟୁ ସମ୍ପର୍କିତ କାର୍ଯ୍ୟକ୍ରମରେ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କଟମଟ କରି ଅନାଇବା ବର୍ତ୍ତମାନ ଚର୍ଚ୍ଚାକୁ ଆସିଛି। ଏହି ୧୬ ବର୍ଷ ବୟସ୍କ ସ୍ୱେଡିସ୍‌ ଝିଅ ଜାତିସଂଘର ୨୦୧୯ କ୍ଲାଇମେଟ୍‌ ଆକ୍ସନ୍‌ ସମ୍ମିଳନୀରେ ଯୋଗଦେବାକୁ ଆସିଥିଲେ। ଏଥିରେ ଟ୍ରମ୍ପଙ୍କ ସମେତ ବଡ଼ ବଡ଼ ରାଷ୍ଟ୍ରର ମୁଖ୍ୟ ଯୋଗ୍ୟ ଦେଇଥିଲେ।

ଜଳବାୟୁ ପରିବର୍ତ୍ତନକୁ ନେଇ ବେଶି ଚିନ୍ତାଶୀଳ ନଥିବା ଏବଂ ଏଥିପାଇଁ ଅନ୍ୟ ରାଷ୍ଟ୍ରକୁ ଦାୟୀ କରିଆସୁଥିବା ଟ୍ରମ୍ପଙ୍କ ଉପସ୍ଥିତି ଗ୍ରେଟାଙ୍କୁ ସମ୍ଭବତଃ ଗ୍ରହଣୀୟ ନଥିଲା। ସେ ଭାଷଣ ଦେବା ପରେ ତାଙ୍କ ଡାହାଣ ପାର୍ଶ୍ୱରେ ଯାଉଥିବା ଟ୍ରମ୍ପଙ୍କୁ ଏଭଳି ଭାବେ ଅନାଇଥିଲେ। ମୁହଁଟି ସ୍ୱାଭାବିକ ଭାବେ ପିଲାଳିଆମି ଥିଲେ ମଧ୍ୟ ଏହି ଲୁକ୍‌ ବଡ଼ ବଡ଼ ଲୋକଙ୍କ ମନକୁ ଛୁଇଁଯାଇଛି। ଜଳବାୟୁ ପରିବର୍ତ୍ତନ ପାଇଁ ସାରା ବିଶ୍ୱକୁ ଚେତାଇ ଦେଇଥିବା ଗ୍ରେଟାଙ୍କର ଏହି କଟମଟ ଲୁକ୍‌ ବିକାଶ ନାମରେ କଙ୍କ୍ରିଟ୍‌ ଜଙ୍ଗଲର ସମର୍ଥକଙ୍କ ପ୍ରତି ଚେତାବନୀ ବୋଲି ଲୋକେ ମତ ରଖିବା ଆରମ୍ଭ କରିଛନ୍ତି।

 

ଆହୁରି ପଢ଼ନ୍ତୁ

ରାୟୁଡୁଙ୍କ ଧମାକା: ମୁମ୍ବାଇକୁ ଚକମା ଦେଲା ଚେନ୍ନାଇ

ଅନ୍ତିମ ଯାତ୍ରାରେ ବାହାରିଲା INS ବିରାଟ

କରୋନା ଆରୋଗ୍ୟ ହାର: ଆମେରିକାକୁ ପଛରେ ପକାଇ ଭାରତ ଆଗରେ

ଲକ୍‌‌ଡାଉନ ସମୟରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌‌ରେ ୯୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି

ସାମ୍ବାଦିକଙ୍କ ସମେତ ଚୀନ ଓ ନେପାଳ ନାଗିରକ ଗିରଫ; ଚୀନ ଗୁଇନ୍ଦା ସଂସ୍ଥାକୁ ଦେଉଥିଲେ ଗୁପ୍ତ ଖବର

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

You might also like