ଡବଲ ମର୍ଡର ଘଟଣାରେ ନବମ ଶ୍ରେଣୀ ଛାତ୍ର ଗିରଫ

ଗୋରଖପୁର: ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ଡବଲ୍‌ ମର୍ଡର ଘଟଣାରେ ପୁଲିସ ଜଣେ ନବମ ଶ୍ରେଣୀ ଛାତ୍ରକୁ ଗିରଫ କରିଛି। ପୂର୍ବରୁ ଏହି ହତ୍ୟାକାଣ୍ଡରେ ୯ ଜଣ ଗିରଫ ହେବା ପରେ ବୁଧବାର ରାତିରେ ନବମ ଶ୍ରେଣୀର ଛାତ୍ରକୁ ପୁଲିସ୍‌ ଗିରଫ କରି ଜେଲ୍ ପଠାଇଛି।

ଘଟଣା ଅନୁସାରେ, ବରଗଦବା ଗାଁରେ ଏକ ନଦୀ ପାଖରେ ଦୁଇ ଦାଦା ପୁଅ ଭାଇ କୃଷ୍ଣା (୨୫) ଓ ଦିବାକର (୨୩)ଙ୍କୁ ୯ ଏମଏମ ବନ୍ଧୁକରୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣା ପରେ ପୁଲିସ୍ ଅପରାଧୀଙ୍କୁ ଧରିବାକୁ ଖୋଳତାଡ଼ ଚଳାଇଥିଲା। ଏଥିରେ ୯ ଜଣଙ୍କୁ ଗିରଫ୍ ମଧ୍ୟ କରିଥିଲା।

ଚୌରୀଚୌରା ଥାନା ସର୍କଲ ଅଧିକାରୀ ରଚନା ମିଶ୍ରଙ୍କ କହିବା ଅନୁସାରେ, ଘଟଣା ସମ୍ପର୍କରେ ଗୁପ୍ତ ସୂଚନା ମିଳିବା ପରେ ପୁଲିସ ମୁଖ୍ୟ ଅଭିଯୁକ୍ତକୁ କାଇଦା କରି ଗରିଫ୍‌ କରିଥିଲା। ଅଭିଯୁକ୍ତ ବିରୋଧରେ ଧାରା ୧୪୭,୧୪୮,୧୪୯, ୩୦୨, ୧୨୦ ବି ଓ ୨୧୬ କେ ଅନ୍ତର୍ଭୁକ୍ତ ମାମଲା ରୁଜୁ ହୋଇଛି।

ତେବେ ଜେଲ୍‌ ଯିବା ପୂର୍ବରୁ ଅଭିଯୁକ୍ତ ଜଣକ ମିଡିଆ ସାମ୍ନାରେ ନିଜ ବୟସ ୧୭ ବର୍ଷ ଓ ସେ ନବମ ଶ୍ରେଣୀର ପଢ଼ୁଥିବା କହିଥିଲା। କିନ୍ତୁ ଅଭିଯୁକ୍ତର ବୟସ ପାଖାପାଖି ୨୦ ହେବ। ତା ପରିବାର, ତାକୁ ନାବାଳିକ ଦର୍ଶାଇବା ପାଇଁ ବୟସ ଲୁଚାଇବା ସହିତ ପ୍ରମାଣପତ୍ର ମଧ୍ୟ ଦେଇନଥିବା ଝଂଗହା ଥାନାର ଷ୍ଟେସନ ହାଉସ ଅଫିସର ଅନୀଲ କୁମାର ସିଂ କହିଛନ୍ତି। ଦୁଇ ଗୋଷ୍ଠୀଙ୍କ ବିବାଦ କାରଣରୁ ଦୁଇ କକା ପୁଅ ଭାଈଙ୍କ ହତ୍ୟା ହୋଇଥିବା ଏସପି ଅରବିନ୍ଦ ପାଣ୍ଡେ କହିଥିଲେ।

 

You might also like