ବନ୍ଦ ଥିବା ଦଶମ, ଦ୍ୱାଦଶ ଶ୍ରେଣୀ ପରୀକ୍ଷା ନିଜ ସ୍କୁଲରେ ଦେବେ ଛାତ୍ରଛାତ୍ରୀ

ନୂଆଦିଲ୍ଲି: ବନ୍ଦ ରହିଥିବା ସିବିଏସଇ (Central Board of Secondary Education) ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପିଲାମାନେ ନିଜ ସ୍କୁଲରେ ଦେବେ। ଏସବୁ ପରୀକ୍ଷା ଦେବା ପାଇଁ ଛାତ୍ରଛାତ୍ରୀଙ୍କୁ ବାହାର କେନ୍ଦ୍ରକୁ ଯିବାକୁ ପଡ଼ିବନି।  ଏ ନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ସୂଚନା ଦେଇଛନ୍ତି । ଜୁଲାଇ ଶେଷ ସୁଦ୍ଧା ପରୀକ୍ଷାଫଳ ପ୍ରକାଶିତ ହୋଇପାରେ ବୋଲି ସେ କହିଛନ୍ତି ।

ସୂଚନାଥାଉ କି, କରୋନା ସଂକ୍ରମଣ ଯୋଗୁଁ ଦଶମ ଓ ଦ୍ୱାଦଶ ଶ୍ରେଣୀର କିଛି ପରୀକ୍ଷା ବନ୍ଦ ରହିଥିଲା। ଫଳରେ ଛାତ୍ରଛାତ୍ରୀମାନେ ଦ୍ୱନ୍ଦ୍ୱରେ ଥିଲେ। ତା ଛଡ଼ା ପରୀକ୍ଷା ରେଜଲ୍ଟ ବାହାରିବା ନେଇ ମଧ୍ୟ ଦ୍ୱନ୍ଦ୍ୱ ଦେଖାଦେଇଥିଲା।

ପୂର୍ବରୁ ଗୃହ ମନ୍ତ୍ରାଳୟ ବନ୍ଦ ଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା କରିବା ପାଇଁ ଅନୁମତି ଦେଇଥିଲା। ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ ଅନୁଯାୟୀ, କଣ୍ଟେନମେଣ୍ଟ ଜୋନରେ କୌଣସି ପରୀକ୍ଷା କେନ୍ଦ୍ର ହେବ ନାହିଁ ବୋଲି କୁହାଯାଇଥିଲା। ତେବେ ପରୀକ୍ଷା ସମୟରେ କେତେକ ସର୍ତ୍ତ ପାଳନ କରିବାକୁ କୁହାଯାଇଥିଲା।

ପରୀକ୍ଷା ପରିଚାଳନା କରୁଥିବା ସମସ୍ତ ଶିକ୍ଷକ, ଅନ୍ୟ କର୍ମଚାରୀ ତଥା ଛାତ୍ରଛାତ୍ରୀ ମାସ୍କ ପିନ୍ଧିବାକୁ ବାଧ୍ୟ। ଏଥିସହିତ ପରୀକ୍ଷା ହଲ୍‌ରେ ସୋଶିଆଲ ଡିଷ୍ଟାନ୍ସିଂ ରହିବା ସହିତ ସାନିଟାଇଜର ଉପଲବ୍ଧ ହେବ।

 

You might also like