ଭୋଟ୍‌ ଚାଲିଥିବା ବେଳେ ଗୋଷ୍ଠୀ ସଂଘର୍ଷ

ପାଟନା: ବିହାରର ନୱାଦା ନିର୍ବାଚନମଣ୍ଡଳୀର ୨୭୦ ନମ୍ବର ବୁଥ୍‌ରେ ଭୋଟ୍ ଗ୍ରହଣ ଚାଲିଥିବା ବେଳେ ଗୋଷ୍ଠୀ ସଂଘର୍ଷ ହୋଇଛି। ଆର୍‌ଜେଡି ଓ ଏନ୍‌ଡିଏ ସମର୍ଥକଙ୍କ ମଧ୍ୟରେ ପିଟାପିଟି ହୋଇଛି।

ଏଥିରେ ଜଣେ ବ୍ୟକ୍ତି ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପୁଲିସ୍‌ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି। ଏନ୍‌ଡିଏର ଅଂଶୀଦାର ଲୋକ ଜନଶକ୍ତି ପାର୍ଟିରୁ ଚନ୍ଦନ କୁମାର ଏଠାରୁ ପ୍ରାର୍ଥୀ ହୋଇଥିବାବେଳେ ଆର୍‌ଜେଡି ନେତ୍ରୀ ବିଭା ଦେବୀ ମଇଦାନରେ ଅଛନ୍ତି।

You might also like