ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତିଙ୍କ ନାମ ସୁପାରିସ କଲେ ସିଜେଆଇ

ନୂଆଦିଲ୍ଲୀ: ନଭେମ୍ୱର ମାସରେ ଅବସର ଗ୍ରହଣ କରିବେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ। ପରବର୍ତ୍ତୀ ପ୍ରଧାନ ବିଚାରପତି କିଏ ହେବେ ସେ ନେଇ ଏବେ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଏ ନେଇ ଜଷ୍ଟିସ ଏସ୍‌ ଏ ବୋବଡେଙ୍କ ନାମ କେନ୍ଦ୍ର ନିକଟକୁ ପଠାଇଛନ୍ତି। ନିୟମ ଅନୁଯାୟୀ ପ୍ରଧାନ ବିଚାରପତି ତାଙ୍କର ଉତ୍ତରାଧିକାରୀ ବାବଦରେ ନିଜେ କେନ୍ଦ୍ରକୁ ସୁପାରିଶ କରନ୍ତି।

ସୂଚନାଯୋଗ୍ୟ, ରାମ ଜନ୍ମଭୂମି ଓ ବାବ୍ରୀ ମସଜିଦ୍‌କୁ ନେଇ ଲାଗିଥିବା ବିବାଦର ରାୟ ଆସନ୍ତା ୪ରୁ ୧୭ ତାରିଖ ମଧ୍ୟରେ ପ୍ରକାଶ ପାଇବ। ଏହାପରେ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ନଭେମ୍ବର ୧୭ ତାରିଖରେ ଅବସର ଗ୍ରହଣ କରିବେ।

ଅଯୋଧ୍ୟା ମାମଲାରେ ଯେଉଁ ୫ ଜଣିଆ ଖଣ୍ଡପୀଠ ରାୟ ଶୁଣାଇବେ ସେମାନଙ୍କ ମଧ୍ୟରେ ଜଷ୍ଟିସ ଏସ୍‌ ଏ ବୋବଡେ ରହିଛନ୍ତି।

ଏସ୍‌ ଏ ବୋବଡେଙ୍କୁ ୨୦୦୦ ମସିହାରେ ବମ୍ବେ ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବରେ ତାଙ୍କୁ ନିଯୁକ୍ତି ମିଳିଥିଲା । ପରେ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଥିଲେ । ୨୦୧୩ ମସିହାରୁ ସେ ସୁପ୍ରିମକୋର୍ଟର ବିଚାରପତି ରହିଛନ୍ତି।

You might also like