ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ : ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ। ସୁପ୍ରିମ୍‌କୋର୍ଟର ଜଣେ ପୂର୍ବତନ କର୍ମଚାରୀ ଏହି ଅଭିଯୋଗ ଆଣିଛନ୍ତି। ବିଭିନ୍ନ ବିଚାରପତିଙ୍କ ନିକଟରେ ଏ ସଂପର୍କରେ ସେ ଆଫିଡେଫିଟ୍ ଦାଖଲ କରିଛନ୍ତି। ଏହି ଅଭିଯୋଗକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି ଜଷ୍ଟିସ୍‌ ରଞ୍ଜନ ଗୋଗେଇ।

ଏହାକୁ ନେଇ ଆଜି ଏକ ସ୍ୱତନ୍ତ୍ର ବେଞ୍ଚର ଜରୁରୀକାଳୀନ ବୈଠକ ବସିଥିଲା। ଜଷ୍ଟିସ୍‌ ରଞ୍ଜନ ଗୋଗେଇ କହିଛନ୍ତି, ଦେଶର ବିଚାର ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରାଯାଉଛି। ଏହାର ପଛରେ ଅଛି ଏକ ବିରାଟ ଷଡ଼ଯନ୍ତ୍ର। ତାଙ୍କ ନାଁରେ କୌଣସି ଦୁର୍ନୀତି ନ ଥିବାରୁ ଏହି ବଡ଼ ଷଡ଼ଯନ୍ତ୍ର କରାଯାଇଛି। ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ଉପରେ ଚାପ ପ୍ରୟୋଗ କରିବାକୁ ଏଭଳି କରାଯାଇଛି।

ଆଗକୁ କେତେକ ଗୁରୁତ୍ୱପୂର୍ଣ୍ଣ ମାମଲାର ବିଚାର ହେବାକୁ ଥିବା ବେଳେ ଏହି ଅଭିଯୋଗ ଆସିଛି। ଅଭିଯୋଗ ସତ୍ତ୍ୱେ ନିର୍ଭୟରେ ନିଜ ଆସନରେ ବସି ସବୁ ମାମଲାର ବିଚାର କରିବେ ବୋଲି କହିଛନ୍ତି ଜଷ୍ଟିସ ଗୋଗୋଇ।  ସେ ସ୍ପଷ୍ଟ କରିଛନ୍ତି, ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ସେ କରିବେ ନାହିଁ। ଅନ୍ୟ ଏକ ଖଣ୍ଡପୀଠ ଏହାର ବିଚାର କରିବ।

You might also like