ୟୁପିଏସସି ପରୀକ୍ଷାର୍ଥୀ ଚାହିଁଲେ ଆବେଦନ ପତ୍ର ପ୍ରତ୍ୟାହାର କରିପାରିବେ
ନୂଆଦିଲ୍ଲୀ:ସିଭିଲ୍ ସର୍ଭିସ୍ ପରୀକ୍ଷା (ୟୁପିଏସସି) ପାଇଁ ଆବେଦନ କରିଥିବା ପରୀକ୍ଷାର୍ଥୀ ଚାହିଁଲେ ପରୀକ୍ଷାରୁ ଓହରି ପାରିବେ। ପ୍ରଥମ ଥର ପାଇଁ ୟୁପିଏସସି ବୋର୍ଡ ଏପରି ପ୍ରକ୍ରିୟା ଲାଗୁ କରିଛି। ଆବଦନ କରିଥିବା ପ୍ରାର୍ଥୀ ଯଦି ପ୍ରସ୍ତୁତି ଭଲ ଭାବରେ କରିପାରି ନାହାନ୍ତି କିମ୍ବା କାରଣ ପାଇଁ ପରୀକ୍ଷା ଦେବାକୁ ଚାହୁଁନାହାନ୍ତି ସେମାନେ ଏବେ ୟୁପିଏସସି ପରୀକ୍ଷାରୁ ଓହରି ପାରିବେ। ଏଥିପାଇଁ ଶେଷ ତାରିଖ ମାର୍ଚ୍ଚ ୧୮ ରହିଛି।
ୟୁପିଏସସି ହୃଦବୋଧ କରିଛି, ଏପରି କରିବା ଦ୍ୱାରା ପରୀକ୍ଷା ବେଳେ ଆବଶ୍ୟକ ଲଜିଷ୍ଟିକ୍ (ସରଞ୍ଜାମ), ଖର୍ଚ୍ଚ କମ୍ ସହିତ ପରୀକ୍ଷା କେନ୍ଦ୍ର ମଧ୍ୟ କମିପାରିବ । ତେବେ ଆବେଦନ ପତ୍ର ପ୍ରତ୍ୟାହାର କଲେ କୌଣସି ଟଙ୍କା ରିଫଣ୍ଡ ହେବ ନାହିଁ