ଅଗଷ୍ଟରେ ବଜାରକୁ ଆସିବ କରୋନା ଔଷଧ

ନୂଆଦିଲ୍ଲୀ: ବଜାରକୁ ଆସିବ କରୋନା ଆକ୍ରାନ୍ତଙ୍କ ପାଇଁ ଔଷଧ। ଫାର୍ମା କମ୍ପାନି ସିପଲ୍ ପକ୍ଷରୁ ଫାଭିପିରାଭିର୍ ମେଡିସିନକୁ ଖୁବ୍ ଶୀଘ୍ର ବଜାରକୁ ଛଡ଼ାଯିବ। ଏ ନେଇ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ପକ୍ଷରୁ ଅନୁମତି ମିଳିଛି।  ସିପଲ୍ ପକ୍ଷରୁ ଏହାକୁ ସିପଲେନ୍ଞ୍ଜା ନାଁରେ ବଜାରରେ ଉପଲବ୍ଧ କରାଯିବ।

ଅଗଷ୍ଟ ପ୍ରଥମ ସପ୍ତାହରେ ଏହା ବଜାରକୁ ଆସିବ। ପ୍ରତି ଟାବଲେଟର ଦର ୬୮ ଟଙ୍କା ରହିବ। କୋଭିଡ୍ ହସ୍ପିଟାଲ୍‌ରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଚାଲିବା ବେଳେ ଏହି ଫାଭିପିରାଭିର୍ ମେଡିସିନ୍ ଦିଆଯିବ।

କୋଭିଡ୍ ହସ୍ପିଟାଲ୍ ଜରିଆରେ ଆକ୍ରାନ୍ତଙ୍କୁ ଏହି ଔଷଧ ଦେବା ବ୍ୟବସ୍ଥା କରାଯିବ। ପ୍ରଥମ ପର୍ଯ୍ୟାୟରେ ହସ୍ପିଟାଲ୍କୁ ମେଡିସିନ୍ ଯୋଗାଯିବ।

You might also like