ଏମିତି ବେଳରେ ଫଟୋ ଉଠାଇଲେ ଯେ ଆୱାର୍ଡ ପାଇଲେ

ନୂଆଦିଲ୍ଲୀ: ଗୁଣ୍ଡୁଚିମୂଷା ତା କାମରେ ଯାଉଥିଲା। କିନ୍ତୁ ପଛରୁ କୋକିଶିଆଳୀ ଦେଖି ହଠାତ୍ ଚମକି ପଡ଼ିଲା। ଆଉ ଡରିମରି ଏତେବଡ଼ ଆଁ କରି କୋକି ଆଡ଼କୁ ଚାହିଁଲା। ଏହି ସମୟର ଫଟୋ କ୍ୟାମେରାରେ କଏଦ୍‌ କଲେ ଫଟୋଗ୍ରାଫର୍ ୟୋଙ୍ଗନିକ୍‌ ବାଓ। ଆଉ ଏହି ଫଟୋ ପାଇଁ ଏବେ ତାଙ୍କୁ ଶ୍ରେଷ୍ଠ ୱାଇଲ୍ଡ ଲାଇଫ୍‌ ଫଟୋଗ୍ରାଫର ସମ୍ମାନ୨୦୧୯ ମିଳିବାକୁ ଯାଉଛି।

ଉପରୋକ୍ତ ଫଟୋକୁ ଦେଖନ୍ତୁ। କୋକିଶିଆଳି ସହିତ ହଠାତ୍ ଭେଟ ହୋଇଯିବା ପରେ ଯେମିତି ଭୟରେ ଗୁଣ୍ଡୁଚିମୂଷାର ଆଖିଟେରା ହୋଇଛି। ଆଉ ସିଏ ଡରିମରି ଏତେବଡ଼ ଆଁ କରିପକେଇଛି। ଦେହମୁଣ୍ଡ ଏକାବେଳେକେ ଥରଥରେଇ ଯାଇଛି। କାକୁସ୍ତରେ ଚାହିଁଲା ବେଳେ ମୂଷିକର ଛାମୁଦାନ୍ତ ବାହାରକୁ ବାହାରି ପଡ଼ିଛି। ଲାଗୁଛି ଯେମିତି ସିଏ କୋକି ଆଡ଼କୁ ହାତ ବଢ଼ାଇ ହିନ୍ଦୀ ଫିଲ୍ମର ସେହି ପୁରୁଣା ଡାଇଲଗ୍‌ ମାରୁଛି ‘ନେହିଁ…….. ମୁଝେ ଛୋଡ୍‌ ଦୋ।’ ବାସ୍‌ ଏହି ସମୟର ସଦୁପଯୋଗ କରି ବାଓ ଫଟୋଟିକୁ ତାଙ୍କ କ୍ୟାମେରାରେ କଏଦ୍‌ କରିଥିଲେ।

ତେବେ ଏହି ଫଟୋ ପାଇଁ ଚାଇନିଜ୍‌ ଫଟୋଗ୍ରାଫର ୟୋଙ୍ଗନିକ୍‌ ବାଓଙ୍କୁ ସବୁଆଡ଼ୁ ପ୍ରଶଂସାର ମିଳିଥିଲା। ଫଟୋଟି ଖୁବ୍ ଚତ୍କାର ହୋଇଥିଲା। ଚଳିତ ଥର ବର୍ଷ ପାଇଁ ଶ୍ରେଷ୍ଠ ୱାଇଲ୍ଡ ଲାଇଫ୍‌ ଫଟୋଗ୍ରାଫର ବିଜେତାରେ ତାଙ୍କ ନାଁ ଘୋଷଣା କରାଯାଇଛି।

ଲଣ୍ଡନ୍‌ର ନ୍ୟାଚୁରାଲ ହିଷ୍ଟ୍ରି ମ୍ୟୁଜିଅମ୍‌ ପକ୍ଷରୁ ଏହି ପୁରସ୍କାର ଦିଆଯାଉଛି। ଆୟୋଜକଙ୍କ ପକ୍ଷରୁ ଏହି ଫଟୋକୁ ଅଦ୍ଭୁତପୂର୍ବ ବୋଲି କୁହାଯାଇଛି।

ଫଟୋରେ ପ୍ରକୃତ ଘଟଣା କ’ଣ ?

ଏହି ଫଟୋରେ ଏକ କୋକିଶିଆଳି ଏବଂ ବଡ଼ ଗୁଣ୍ଡୁଚିମୂଷାକୁ ନେଇଛନ୍ତି। ସେମାନେ ଦୁହେଁ ଲଢ଼େଇ ମୁଦ୍ରାରେ ଅଛନ୍ତି। ଭୟତ୍ରସ୍ତ ଗୁଣ୍ଡୁଚିମୂଷା ଆଁ କରିବାବେଳେ ତା’ର ୨ ଦାନ୍ତ ବାହାରକୁ ବାହାରି ଆସିବା ଫଟୋଟିକୁ ଚମତ୍କାର କରିଛି। ସେ କେବେ ଏକ ବସନ୍ତର ପ୍ରାରମ୍ଭରେ ତିବ୍ବତର ଏକ ସ୍ଥାନରେ ଏହି ଫଟୋଟି ଉଠାଇଛନ୍ତି। ଏହି ଫଟୋଗ୍ରାଫର ବିବିସିକୁ କହିଛନ୍ତି, “ଏହି କୋକିଶିଆଳିକୁ ଦେଖି ବଡ଼ ଗୁଣ୍ଡୁଚିମୂଷାଟି ଚମକିପଡ଼ିବା’ ସମୟରେ ଏହି ଫଟୋ ଉଠାଇଥିଲି।”

You might also like