LACରୁ ହଟୁନି ଚୀନ; ଏବେ ବି ଠୁଳ କରିଛି ୪୦ ହଜାର ସୈନ୍ୟ

ନୂଆଦିଲ୍ଲୀ: ପୁଣି ଥରେ ଧୋକା ଦେଉଛି ଚୀନ ! ଦୁଇ ଦେଶ ମଧ୍ୟରେ ସୈନ୍ୟ ଅପସାରଣ ନେଇ ସହମତି ପ୍ରକାଶ ପାଇବା ସତ୍ତ୍ୱେ ପୂର୍ବ ଲଦାଖର କିଛି ଅଞ୍ଚଳରେ ଏବେ ବି ଚୀନ ତାର ସେନା ମୁତୟନ କରିଛି। LAC ନିକଟରେ ଅନେକ ସ୍ଥାନରେ ଏବେ ବି ଚୀନ ସେନାର ଉପସ୍ଥିତି ଦେଖିବାକୁ ମିଳିଛି।

ଗଲୱାନ ଘାଟୀ, ହଟ୍ ସ୍ପ୍ରିଙ୍ଗ, ଏବଂ ପାନଗଙ୍ଗ ହ୍ରଦ ନିକଟର କିଛି ଅଞ୍ଚଳରୁ ଡ୍ରାଗନ ତାହାର ସେନା ହଟାଇଦେଇଛି ସିନା କିନ୍ତୁ ଫିଙ୍ଗର -୫ରୁ ଫିଙ୍ଗର -୮ ଭିତରେ ଥିବା ଅଞ୍ଚଳରେ ଏବେ ବି ଚୀନ ଯବାନ ମହଜୁଦ ଥିବା ଜଣାପଡିଛି।

ଦେପସାଙ୍ଗ ପ୍ଲେନ୍ସ ଅଞ୍ଚଳ, ଗୋଗ୍ରା ଓ ପିଙ୍ଗର ୫ରୁ ୮ ମଧ୍ୟରେ ଚାଇନା ସେନା ପୂର୍ବଭଳି ନିଜର ଆଡ୍ଡା ଜମାଇ ବସିଛନ୍ତି। ତେବେ ଗଲୱାନ, ହଟସ୍ପ୍ରିଙ୍ଗ ଓ ଫିଙ୍ଗର ୧ରୁ ୪ ମଧ୍ୟରେ ଥିବା ଅଞ୍ଚଳଗୁଡ଼ିକରୁ ଚାଇନା ତା’ର ସମସ୍ତ କାର୍ଯ୍ୟକଳାପକୁ ବନ୍ଦ କରି ପଛକୁ ଘୁଞ୍ଚି ଯାଇଛି।

ମିଳିଥିବା ଖବର ଅନୁଯାୟୀ, ଚୀନ ସେଠାରୁ ହଟିବା ପାଇଁ ଚାହୁଁନାହିଁ । ବରଂ ଫିଙ୍ଗର- ୫ରେ ଏକ ଅବଜର୍ଭେସନ ପୋଷ୍ଟ କରିବା ଯୋଜନା କରୁଛି।  ବିଭିନ୍ନ ଯୁଦ୍ଧାସ୍ତ୍ର ସହ ପ୍ରାୟ ୪୦ ହଜାର ଯବାନ ଠୁଳ ହୋଇଥିବା ଜଣାପଡିଛି । ଗତ ୧୪ ଓ ୧୫ ତାରିଖରେ ଉଭୟ ଦେଶ ମଧ୍ୟରେ ସାମରିକ ସ୍ତରୀୟ ଆଲୋଚନା ହୋଇଥିଲା। ଏଥିରେ ସୀମା ବିବାଦ ସମାଧାନ ନେଇ ପୂର୍ବ ନିର୍ଦ୍ଧାରିତ ସମସ୍ତ ସହମତି ଭିତ୍ତିକ ପ୍ରୋଟୋକଲ ଅନୁପାଳନ କରିବାକୁ ଚୀନକୁ ଭାରତ ସ୍ପଷ୍ଟ ଶୁଣାଇଥିଲା।

ପରିସ୍ଥିତିକୁ ଦେଖି ଭାରତ ମଧ୍ୟ ପ୍ରସ୍ତୁତ ରହିଛି।  ସୀମାରେ ଭାରତୀୟ ଯବାନଙ୍କର ଯେପରି କୌଣସି ଅସୁବିଧା ନ ହେବ ସେଥିପାଇଁ  ଅସ୍ତ୍ରଶସ୍ତ୍ର ରଖାଯାଇଛି| ବର୍ତ୍ତମାନ ପ୍ରବଳ ଥଣ୍ଡା ହେଉଥିବାରୁ ଥଣ୍ଡାକୁ ବଞ୍ଚାଇବା ପାଇଁ ଅନ୍ୟାନ୍ୟ ଜିନିଷ ଯେପରିକି ସ୍ୱତନ୍ତ୍ର ପୋଷାକ, ସ୍ୱତନ୍ତ୍ର ତମ୍ବୁ, ଯାନବାହନ ପାଇଁ ଇନ୍ଧନ ଏବଂ ଖାଦ୍ୟ ସାମଗ୍ରୀ ଇତ୍ୟାଦି ଗଚ୍ଛିତ ରହିଛି |

INDO_CHINA_AVO_9PM

 

 

You might also like