ଭାରତ ସୀମାରେ ଚାଇନାର ପରମାଣୁ ଖଚିତ ଯୁଦ୍ଧ ଜାହାଜ

ନୂଆଦିଲ୍ଲୀ: ପାକିସ୍ତାନ ପରି ଏବେ ଚାଇନା ମଧ୍ୟ ଭାରତ ବିରୋଧରେ ମୋର୍ଚ୍ଚା ଭିଡ଼ିବାକୁ ଉଦ୍ୟମ ଆରମ୍ଭ କରୁଥିବା ଆଶଙ୍କା କରାଯାଉଛି। ବିଶେଷ କରି ଜଳପଥରେ ଭାରତକୁ ଚକମା ଦେଇ ଚାଇନା ନିଜର ହାକିମାତି ଚଳାଇବାକୁ ପ୍ରୟାସ କରୁଥିବା ଭାରତୀୟ ନୌସେନା ଠାବ କରିଥିବା କିଛି ତଥ୍ୟରୁ ଆକଳନ କରାଯାଉଛି।

ଭାରତୀୟ ମହାସାଗରରେ ଚାଇନାର ପରମାଣୁ ଖଚିତ ଯୁଦ୍ଧ ଜାହାଜ ନୂଆଦିଲ୍ଲୀର ଜଳପଥ ସୀମାନ୍ତକୁ ଲାଗି ବୁଲୁଥିବା ନୌସେନା ଜାଣିବାକୁ ପାଇଛି। ନୌସେନା ପକ୍ଷରୁ ଭାରତୀୟ ସୀମାନ୍ତ ନିକଟରେ ପଇଁତର ମାରୁଥିବା ଚାଇନାର ଆମ୍ପିବିୟୋସ ଯୁଦ୍ଧ ଜାହାଜ ଜିଆନ ଓ ଅତ୍ୟାଧୁନିକ ମିସାଇଲ ଫାୟାର ଗେଟ୍‌ର ଫଟୋ ଉଠାଯାଇଛି।

ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଏହି ଫଟୋକୁ ପି-୮ଆଇ ସର୍ଭେଲାନ୍ସ ଯୁଦ୍ଧ ବିମାନ ଦ୍ୱାରା ଉଠାଯାଇଛି। ଭାରତୀୟ ସୀମାନ୍ତରେ ଏହି ଜାହାଜ ପ୍ୟାଟ୍ରୋଲିଂ କରିବା ପରେ ଶ୍ରୀଲଙ୍କାର ଜଳଭାଗରେ ପ୍ରବେଶ କରିଥିଲା।

ଏହି ଦୁଇ ଜାହାଜ ବ୍ୟତୀତ ଆଉ ଏକ ଜାହାଜ ଗଲ୍ଫ ଅଫ ଆଡେନ୍‌ରେ ମଧ୍ୟ ଚାଇନା ମୁତୟନ କରିଛି। ଚାଇନାର ମାଛଧରା ଡଙ୍ଗାକୁ ସୁରକ୍ଷା ଯୋଗାଇ ଦେବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଥିବା କୁହାଯାଉଛି।

ସେ ଯାହା ହେଉ ଭାରତୀୟ ଜଳ ସୀମାନ୍ତରେ ଚାଇନାର ଏଭଳି ପ୍ୟାଟ୍ରୋଲିଂକୁ ଭାରତୀୟ ନୌସେନା ଗୁରୁତ୍ୱର ସହ ନେଇଛି। ଏଥିପାଇଁ ସମସ୍ତ ସୀମାନ୍ତ ଉପରେ ପ୍ୟାଟ୍ରୋଲିଂ ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି।

ଆହୁରି ପଢ଼ନ୍ତୁ

ଭାରତରେ Harley-Davidsonର ପଡକ୍ଟ ଓ ସେଲ୍ ବନ୍ଦ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

କୃଷି ବିଲ୍‌ ବିରୋଧରେ ଚାଷୀଙ୍କ ‘ଭାରତ ବନ୍ଦ’ ଡାକରା ଆଜି

କମିଲା ସୁନା ଓ ରୂପା ଦର

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ଶିବାଙ୍ଗୀ ସିଂ ହେବେ ଲଢୁଆ ବିମାନ ରାଫେଲ୍‌ର ପ୍ରଥମ ମହିଳା ପାଇଲଟ୍‌

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓ୍ୱାର୍କିଂ ଜର୍ଣ୍ଣାଲିଷ୍ଟ ସଂଜ୍ଞାରେ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ ସାମ୍ବାଦିକ ସାମିଲ

ବିସ୍ଫୋରଣ ପରେ ONGC ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

You might also like