କ୍ରେଡିଟ୍ କାର୍ଡ ବିଲ୍‌ ଭରିବା ପାଇଁ ଦୁଇ ନବଜାତ ସନ୍ତାନକୁ ବିକି ଦେଲା ମା‘

ବେଜିଂ: ମା’ ପାଖରେ ସନ୍ତାନ ସୁରକ୍ଷିତ-ଏମିତି ବିଶ୍ୱାସ ଆମ ସମସ୍ତଙ୍କର ରହିଛି। ହେଲେ ମା’ ଟିଏ ତାର ନବଜାତ ସନ୍ତାନକୁ ବିକ୍ରି କରିଦେବ ପୁଣି ଗୋଟିଏ ଦାମି ମୋବାଇଲ୍‌ ପାଇଁ !  ଏମିତି ଘଟଣା କେବେ ଶୁଣିଛନ୍ତି କ ? ବୋଧହୁଏ ଶୁଣି ନ ଥିବେ। ହେଲେ ଚୀନରେ ଏପରି ଘଟିଛି।

ଏହି ସୌଖୀନ ମା’ଙ୍କ ଘର ଚୀନ୍‌ର ଝିଜିଆଙ୍ଗରେ। ନିଜ କ୍ରେଡିଟ୍‌ କାର୍ଡର ବିଲ୍‌ ଭରିବା ପାଇଁ ନିଜର ନବଜାତ ଦୁଇ ଯାଆଁଳା ସନ୍ତାନଙ୍କୁ ବିକ୍ରି କରିଦଇଛନ୍ତି। କ୍ରେଡିଟ୍‌ କାର୍ଡର ବିଲ୍‌ ପ୍ରାୟ ୬ ଲକ୍ଷ ୫୬ ହଜାର ଟଙ୍କା ଥିଲା ।

ଗଣମାଧ୍ୟମର ସୂଚନା ଅନୁଯାୟୀ, ସିକ୍ସି ସହରେ ରହୁଥିବା ୨୦ ବର୍ଷୀୟ ଏହି ମହିଳାଜଣକ ନିଜର ଇଚ୍ଛା ପୂରଣ କରିବା ପାଇଁ କ୍ରେଡିଟ୍‌ କାର୍ଡ ଜରିଆରେ ଏକ ନୂଆ ଫୋନ କିଣିଥିଲେ। ଫୋନର ବିଲ ଆସିଥିଲା ୬ ଲକ୍ଷ ୫୬ ହଜାର ଟଙ୍କା।

ହେଲେ ଏତେ ଟଙ୍କା ଶୁଝିବା ମହିଳାଙ୍କ ସାମର୍ଥ୍ୟ ବାହାରେ ଥିଲା। ଶେଷରେ ଅନ୍ୟ ଉପାୟ ନ ପାଇ ନିଜର ଦୁଇ ନବଜାତ ସନ୍ତାନଙ୍କୁ ବିକ୍ରି କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଦୁଇ ଶିଶୁଙ୍କୁ ଦୁଇ ଜଣ ମହିଳାଙ୍କୁ ସେ ବିକ୍ରି କରି ଦେଇଥିଲେ।

ସବୁଠାରୁ ଦୁଃଖଦ କଥା ହେଉଛି, ନବଜାତ ଶିଶୁ ଦୁଇଜଣ ମାତ୍ର ଦୁଇ ସପ୍ତାହର। ପୁଲିସ ଶିଶୁଦ୍ୱୟଙ୍କୁ ଉଦ୍ଧାର କରି ମହିଳାଙ୍କ ପରିବାର ସଦସ୍ୟଙ୍କୁ ଦେଇଛି। ଏଥି ସହିତ ମହିଳା ଓ ତାଙ୍କ ପାର୍ଟନରଙ୍କୁ ଗିରଫ କରିଛି।

ପ୍ରକୃତ କଥା ହେଉଛି, ମହିଳା ଜଣକ ଜୁଆ ଖେଳରେ ଅଭ୍ୟସ୍ତ। ଏହି ଜୁଆ ଖେଳ ପାଇଁ ସେ ଆଗରୁ ଅନେକ ଟଙ୍କା ଧାର କରିଛନ୍ତି। ଏହି କାରଣରୁ ପରିବାର ଲୋକ ଏପରିକି ତାଙ୍କ ପାର୍ଟନର ମଧ୍ୟ ଉକ୍ତ ମହିଳାଙ୍କ ଉପରେ ଅସନ୍ତୁଷ୍ଟ। ସେଥିପାଇଁ ତାଙ୍କର ଏପରି ପରିସ୍ଥିତିରେ ସେମାନେ କେହି ସାହାଯ୍ୟର ହାତ ବଢାଇ ନ ଥିଲେ।

ମହିଳାଜଣକ ଗୋଟିଏ ସନ୍ତାନକୁ ୪.୫ ଲକ୍ଷ ଟଙ୍କାରେ ବିକ୍ରି କରିଥିବାବେଳେ ଅନ୍ୟ ଗୋଟିଏ ଶିଶୁକୁ ୨ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ। ଆହୁରି ଆଶ୍ଚର୍ଯ୍ୟଜନକ ଘଟଣା ସେତେବେଳେ ଘଟିଲା, ଯେତେବେଳେ  ସନ୍ତାନ ବିକ୍ରି ସମ୍ପର୍କରେ ନବଜାତକଙ୍କ ବାପା ଜାଣିଲେ। ପିଲାଙ୍କ ସୁରକ୍ଷା କଥା ଚିନ୍ତା କରିବେ କ’ଣ, ଓଲଟା ସେ ଏହି ଟଙ୍କାରେ ତାଙ୍କ ଭାଗ ଦାବି କରିଥିଲେ। ଅବଶ୍ୟ ଟଙ୍କା ଖର୍ଚ୍ଚ ହୋଇ ଯାଇଛି କହି ମହିଳା ଜଣକ ତାଙ୍କୁ କିଛି ଟଙ୍କା ଦେଇ ନ ଥିଲେ।

ଏହି ଘଟଣା ଖାଲି ଚୀନ୍‌ରେ ନୁହେଁ, ସୋଶାଲ ମିଡିଆକୁ ଆସିବା ପରେ ସବୁଆଡେ ଚର୍ଚ୍ଚାର ବିଷୟ ହୋଇଛି।

ଆହୁରି ପଢ଼ନ୍ତୁ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

ଉମା ଭାରତୀଙ୍କୁ କରୋନା

ଭାଙ୍ଗିଲା ପୁରୁଣା ସମ୍ପର୍କ; ଏନ୍‌ଡିଏକୁ ବାଏ ବାଏ କଲା ସିରୋମଣି ଅକାଳି ଦଳ

ଅକ୍ଟୋବର-୧ରୁ ସିନେମା, ନାଟକ, ମୁକ୍ତାକାଶ ରଙ୍ଗମଞ୍ଚ ଓ ଯାତ୍ରା ଆଦିକୁ ଅନୁମତି

ସରକାରଙ୍କୁ ଏସଆଇଆଇ ଅଧ୍ୟକ୍ଷକଙ୍କ ପ୍ରଶ୍ନ; କରୋନା ଭ୍ୟାକ୍ସିନ୍ ପାଇଁ‌ ୮୦ ହଜାର କୋଟି ଅଛି ତ ?

ଜାତିସଂଘର ନିଷ୍ପତ୍ତି ଗ୍ରହଣ ବର୍ଗର ସଦସ୍ୟ ହେବା ପାଇଁ ଆଉ କେତେ ଦିନ ଅପେକ୍ଷା କରିବ ଭାରତ ?

ମିଳିତ ଜାତିସଂଘରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: କରୋନା ମହାମାରୀ ବେଳେ ଜାତିସଂଘର ଭୂମିକା କୁଆଡ଼େ ଗଲା ?

ଡ୍ରଗ୍ସ ନେଉଥିବା କଥା ଅସ୍ୱୀକାର କଲେ ସାରା ଓ ଶ୍ରଦ୍ଧା

କେନ୍ଦ୍ର ବିଜେପିରେ ବଡ଼ଧରଣର ପରିବର୍ତ୍ତନ; କାହାକୁ କେଉଁ ଦାୟିତ୍ୱ ମିଳିଲା ଜାଣନ୍ତୁ

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ

WHO ସତର୍କବାଣୀ; କରୋନାରେ ୨୦ ଲକ୍ଷ ଲୋକଙ୍କ ଜୀବନ ଯିବ

You might also like