ଭାରତକୁ ପୁଣି ଧମକେଇଲା ଚୀନ-ଆମେରିକାର ସାହାଯ୍ୟ ନେଲେ ଛାଡ଼ିବୁନି

ବେଜିଂ: ଲଦାଖରେ ଉତ୍ତେଜନା ଦୂର କରିବା ପାଇଁ ଚକ୍କରରେ ଚୀନର ସରକାରୀ ମିଡିଆ ପୁଣି ଥରେ ଭାରତକୁ ଧମକ ଦେଇଛି। ଭାରତ ନିରପେକ୍ଷତା ପାଳନ କରିବା ସହ ଆମରିକାଠାରୁ ଦୂରେଇ ରହିବା ପାଇଁ ଚେତାବନୀ ଦେଇଛି। ଚୀନର ସରକାରୀ ଖବରକାଗଜ ଗ୍ଲାବାଲ ଟାଇମ୍ସ କହିଛି, ଭାରତ ଚୀନକୁ ବିରୋଧ କରିବା ପାଇଁ ଯଦି ଆମେରିକାର ସାହାଯ୍ୟ ନିଏ ତେବେ ଚୀନ ନିଜର ସ୍ୱାର୍ଥ ପାଇଁ ଯେ କୌଣସି ପଦକ୍ଷେପ ନେବାକୁ ପଛଘୁଞ୍ଚା ଦେବନି। ରାଜନୈତିକ ହେଉ ବା ଆର୍ଥିକ କ୍ଷେତ୍ରରେ ହେଉ ଚୀନ ଯେ କୌଣସି ପଦକ୍ଷେପ ନେଇ ପାରେ।

ଗ୍ଲୋବାଲ୍‌ସ ଟାଇମ୍‌ସ ଚୀନର ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ହୁଆ ଚୁନିୟାଙ୍ଗଙ୍କ ଉକ୍ତିଙ୍କୁ ଉଦ୍ଧୃତ କରି କହିଛି, ଚୀନ ଏବଂ ଭାରତ ଦୁଇ ପକ୍ଷ ମଧ୍ୟରେ ସହମତି ହେବା ପରେ ଲଦାଖରେ ଦେଖା ଦେଇଥିବା ଉତ୍ତେଜନା କମ କରିବାକୁ ଚେଷ୍ଟା କରୁଛନ୍ତି। ଚୀନ ଖବରକାଗଜ ତାର ସମ୍ପାଦକୀୟରେ ଲେଖିଛନ୍ତି, ସୀମାରେ ଉତ୍ତେଜନା କମ୍‌ ହେଲେ ଦୁଇ ଦେଶ ମଧ୍ୟରେ ଭବିଷ୍ୟତରେ ଆର୍ଥିକ ଏବଂ ବ୍ୟାବସାୟିକ ଆଦାନପ୍ରଦାନ ବଢିବ ଯାହା ଦୁଇ ଦେଶ ପାଇଁ ବିକାଶରେ ସହାୟକ ହେବ। ଯଦି ଏପରି ଉତ୍ତେଜନା ଲାଗି ରୁହେ ତେବେ ଆଗକୁ ବଢିବା ପାଇଁ ଦୁଇ ଦେଶ ପାଖରେ ଆଉ କୌଣସି ବାଟ ରହିବ ନାହିଁ। ରାଜନୈତିକ କ୍ଷେତ୍ରରେ ସୁଧାର ନ ଆସିଲେ ଏହାର କୁପ୍ରଭାବ ଅର୍ଥ ବ୍ୟବସ୍ଥା ଏବଂ ବ୍ୟାବସିୟିକ କ୍ଷେତ୍ରରେ ପଡ଼ିବ। କାରଣ ଭାରତରେ ଚୀନ ବିରୋଧୀ  ଚିନ୍ତାଧାରା ଦ୍ରୁତ ଗତିରେ ବୃଦ୍ଧି ପାଉଛି।

ତେଣୁ ଏବେ ଦୁଇଦେଶ ସକାରାତ୍ମକ ଦିଗରେ ଆଗକୁ ଗତି କରିବା ଉଚିତ ବୋଲି ଖବରକାଗଜ କହିଛି। ଏହି ଖବରକାଗଜ ପରମର୍ଶ ଦେବା ଛଳରେ ଏକଥା ମଧ୍ୟ  ଉଲ୍ଲେଖ କରିଛି, ଯଦି ମୋଦି ସରକାର ଚୀନକୁ ନିଜ ନିଜର ବନ୍ଧୁ ଭାବେ ଗ୍ରହଣ କରନ୍ତି ତେବେ ଚୀନ-ଭାରତର ଆର୍ଥିକ ସ୍ଥିତି ନିହାତି  ଆଗକୁ ବଢିବ। ଯଦି ଭାରତ ଚୀନକୁ ଦୁର୍ବଳ କରିବା ପାଇଁ ଆମେରିକାକୁ ସହାୟତା କରିବ ତେବେ ଚୀନ ନିଜର ସ୍ୱାର୍ଥ ରକ୍ଷା ପାଇଁ ଆଦୌ ପଛଘୁଞ୍ଚା ଦେବନାହିଁ। ରାଜନୈତିକ ହେଉ ବା ଆର୍ଥିକ, ଯେ କୌଣସି କ୍ଷେତ୍ରରେ ଯେ କୌଣସି ପଦକ୍ଷେପ ନେଇ ପାରିବ। ଚୀନ୍‌ର ବନ୍ଧୁତ୍ୱ ହରାଇବା ଭାରତ ପାଇଁ ବହୁତ ମହଙ୍ଗା ପଡ଼ି ଯାହାକୁ ସାମ୍ନା କରିବା ଭାରତ ପାଇଁ କଷ୍ଟସାଧ୍ୟ ହେବ।

ଭାରତ ଏପରି ସମୟରେ କରୋନା ଭାଇରସ ଏବଂ ପଙ୍ଗପାଳ ଉପରେ ଧ୍ୟାନ ଦେବାକୁ ଚୀନ ଖବରକାଗଜ ପରାମର୍ଶ ଦେଇଛି। ଲକ୍‌ଡାଉନ ସତ୍ତ୍ୱେ ଭାରତ କରୋନା ଭାଇରସକୁ ମୁକାବିଲା କରିବାରେ ବିଫଳ ହୋଇଛି। ଅନ୍ୟପକ୍ଷେ ଲକ୍‌ଡାଉନ ଯୋଗୁ ଏହାର ଅର୍ଥନୀତି ଖରାପ ସ୍ଥିତିରେ ଅଛି। ଏପରି ସମୟରେ ପଙ୍ଗପାଳ ଭବିଷ୍ୟତରେ ଭାରତ ପାଇଁ ଆହୁରି ବଡ ବିପଦ ଡାକି ଆଣୁଛି। ଏହା ପରେ ଖାଦ୍ୟ ଯୋଗାଇବା ଭାରତ ପାଇଁ ମୁସ୍କିଲ ହୋଇପଡ଼ିବ। ଭାରତ ସରକାର ଏହାକୁ ଗମ୍ଭୀରତାର ସହ ନେବା ଉଚିତ୍‌।

You might also like