ଭାରତ ସୀମାକୁ ପଶିଲେ ଚୀନ ଯବାନ, ନୂଆ ଚାଲ ଖେଳୁଛି କି ଡ୍ରାଗନ୍ ସେନା ?

ନୂଆଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ଜାରି ରହିଥିବା ବେଳେ ନୂଆ ଚାଲ ଖେଳୁଛି କି ଚୀନ ? ଗୁପ୍ତରେ ଅନୁପ୍ରେବଶ କରୁଥିଲେ କି ଚୀନ୍ ସୈନିକ ?  ଭାରତୀୟ ସୀମାରୁ ଡ୍ରାଗନ୍ ବାହିନୀର ଜଣେ ସେନା ଧରାପଡ଼ିଛନ୍ତି । ପାଙ୍ଗୋଙ୍ଗ ହ୍ରଦ ନିକଟରେ ସନ୍ଦିଗ୍ଧ ଭାବେ ଜଣେ ଚୀନ ଯବାନ ବୁଲୁଥିବା ବେଳେ ଭାରତୀୟ ସେନା ତାଙ୍କୁ କାବୁ କରିଛି ।ଧରାପଡ଼ିବା ପରେ  ଭୁଲରେ ଭାରତ ସୀମାକୁ ପଳାଇ ଆସିଥିବା କହିଛନ୍ତି  ଚୀନ ଯବାନ । ତେବେ  ଭାରତୀୟ ସୀମା ଭିତରେ ଚୀନ ସୈନିକ କେମିତି ପହଞ୍ଚିଲେ ତାହାର ଯାଞ୍ଚ କରାଯାଉଛି । ଏହି ଘଟଣା ଗତକାଲି ଘଟିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ପିପୁଲ୍ସ ଲିବେରେସନ ଆର୍ମି(ପିଏଲଏ)ର ଏହି ସୈନିକ ଭୋର ସକାଳେ ଭାରତୀୟ ଅଞ୍ଚଳରେ ଦେଖିବାକୁ ମିଳିଥିଲେ । ପିଲଏର ଏହି ସୈନିକ ଭାରତୀୟ ସୀମାକୁ ପଶି ଆସିଥିଲେ । ତେବେ ସେଠାରେ ମୁତୟନ ଭାରତୀୟ ସେନା ତାଙ୍କୁ ନିଜ ହେପାଜତକୁ ନେଇଛନ୍ତି । ନିର୍ଦ୍ଦିଷ୍ଟ ନୀତି ନିୟମ ଓ ପ୍ରକ୍ରିୟା ସହିତ ଚୀନ ସୈନିକଙ୍କୁ ପଚରାଉଚୁରା କରୁଛନ୍ତି ଭାରତୀୟ ସେନା ।

ଗତ ବର୍ଷ ଜୁନରେ ଭାରତ-ଚୀନ ମଧ୍ୟରେ ବିବାଦ ପରେ  ସୀମାରେ ସୁରକ୍ଷାକର୍ମୀ ମୁତୟନକୁ କଡାକଡି କରାଯାଇଛି ।  ଭାରତ ଓ ଚୀନ ମଧ୍ୟରେ ତିକ୍ତତା ଜାରି ରହିଥିବା ବେଳେ  ଚୀନ ସେନାର ଯବାନ କେଉଁ ପରିସ୍ଥିତିରେ ସୀମା ପାର୍‌ କରିଥିଲେ ଓ ଭାରତ ପଶି ଆସିଥିଲେ ସେ ନେଇ ତଦନ୍ତ ଆରମ୍ଭ ହୋଇଛି ।

You might also like