ଚୀନ ମିଡିଆର ପ୍ରଶଂସା-’ଭାରତୀୟ ସେନା ପୃଥିବୀର ସବୁଠାରୁ ଦକ୍ଷ ସେନା’

ନୂଆଦିଲ୍ଲୀ: ଲଦାଖ ସୀମାରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତଜେନା ଲାଗି ରହିଛି । ଏମିତି ଏକ ସମୟରେ ଚୀନ ଭାରତୀୟ ସେନାର ଯେପରି ତାରିଫ କରିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କ’ଣ ଅଛି ଏହା ପଛର ଉଦ୍ଦେଶ୍ୟ ? ଏବେ ସମସ୍ତଙ୍କ ମନରେ ସେଇ ଗୋଟିଏ ପ୍ରଶ୍ନ ।
ଚୀନ ମିଲିଟାରୀ ଏକ୍ସପର୍ଟମାନେ କହିଛନ୍ତି, ଭାରତ ପାଖରେ ଦୁନିଆର ସବୁଠାରୁ ବଡ ଏବଂ ସବୁଠାରୁ ଅନୁଭୂତି ସମ୍ପନ୍ନ ସେନା ଅଛନ୍ତି ଯେଉଁମାନେ କି ମାଳଭୂମି ଏବଂ ପାହାଡି ଇଲାକା ପରି ଦୁର୍ଗମ ଅଞ୍ଚଳରେ ନିଜର ଦକ୍ଷତା ଦେଖାଇ ପାରିବେ । ସେମାନଙ୍କ ପାଖରେ ବେଶ ଉନ୍ନତମାନର ହତିଆର ମଧ୍ୟ ଅଛି । ଏପରି ଅନୁଭୂତି ସମ୍ପନ୍ନ ସେନା ତିବ୍ବତ ସୀମା ପରି ଇଲାକା ପାଇଁ ବହୁତ ଆବଶ୍ୟକ ।

ଚାଇନାର ଏକ ପ୍ରମୁଖ ପତ୍ରିକାର ସିନିଅର ଏଡିଟର ହୁଆଙ୍ଗ ଜୁଓଝି ଏକ ନିବନ୍ଧରେ ଲେଖିଛନ୍ତି, ବର୍ତ୍ତମାନ ସମୟରେ ମାଳଭୂମି ଏବଂ ପାହାଡି ଇଲାକାରେ ଦକ୍ଷତାର ସହ ଯୁଦ୍ଧ କରି ପାରୁଥିବା ପୃଥିବୀର ସବୁଠାରୁ ବଡ ଏବଂ ଅନଭୂତି ସମ୍ପନ୍ନ ସେନା ନା ଆମେରିକା ନା ଋଷ ନା କୌଣସି ୟୁରୋପୀୟ ଦେଶ.. କାହା ପାଖରେ ନାହିଁ । କିନ୍ତୁ ଭାରତର ଅଛି । ପ୍ରଥମ ଥର ପାଇଁ ଚୀନର କେହି ମିଲିଟାରୀ ଏକ୍ସପର୍ଟ ଭାରତୀୟ ସେନାର ଏପରି ପ୍ରଶଂସା କରିଛନ୍ତି ।

ଭାରତରେ ପହାଡି ଅଞ୍ଚଳରେ ବିଶେଷକରି ଚୀନ ସୀମାକୁ ଧ୍ୟାନରେ ରଖି ସେନାକୁ ପ୍ରସ୍ତୁତ କରାଯାଇଥାଏ ।  ତେବେ ପ୍ରଥମ ଥର ପାଇଁ ଚୀନର ମିଲିଟାରୀ ଏକ୍ସପର୍ଟ ସେନାର ଶକ୍ତି ଏବଂ ରଣନୀତିକୁ ଏପରି ପ୍ରଶଂସା କରିଛି । ହୁଆଂଗ ଆହୁରି ଲେଖିଛନ୍ତି, ୧୨ ଡିଭିଜନରେ ୨ ଲକ୍ଷରୁ ଅଧିକ ସେନା ସହ ଭାରତର ପାହାଡି ଶକ୍ତି ଦୁନିଆରେ ସବୁଠାରୁ ଆଗରେ । ଭାରତର ମିଲିଟାରୀ ପାହାଡି ଶକ୍ତିଙ୍କୁ ୧୯୭୦ ପରେ ବିଶେଷ ଭାବେ ଗଠନ କରାଯାଇଛି ଏବଂ ବିସ୍ତାର କରାଯାଇଛି । ଏଥିସହିତ ୫୦ ହଜାର ଷ୍ଟାଇକ୍‌ ଫୋର୍ସ ପ୍ରସ୍ତୁତ କାରିବା ପାଇଁ ପ୍ଲାନ ରଖିଛି ।

ହୁଆଙ୍ଗ ଆହୁରି କହିଛନ୍ତି, ପର୍ବତାରୋହଣରେ ବି ଭାରତୀୟ ସେନାର ଦକ୍ଷତା ଯଥେଷ୍ଟ ରହିଛି । ପାହାଡି ସେନାର ପ୍ରତ୍ୟେକ ସଦସ୍ୟ ଜଣେ ଜଣେ ଗର୍ବ । ଏହି କାରଣରୁ ଭାରତ ଅଧିକ ସଂଖ୍ୟାରେ ପ୍ରଫେସନାଲ ଏବଂ ନୂଆ ପର୍ବତାରୋହୀଙ୍କୁ ପାଇଭେଟ ସେକ୍ଟରରେ ନିଯୁକ୍ତି ଦିଆଯାଇଛି।  ସେହିପରି ସିଆଚିନ ଗ୍ଲାସିଅରରେ ଭାରତୀୟ ସେନାର ଉପସ୍ଥିତିକୁ ଦେଖି ହୁଆଙ୍ଗ କହିଛନ୍ତି, ସିଆଚିନ ଗ୍ଲାସିଅରରେ  ଶତାଧିକ ଆଉଟପୋଷ୍ଟ ତିଆରି କରାଯାଇଛି, ଯାହା ୫ ହଜାର ମିଟର ଉଚ୍ଚତାରେ ଅବସ୍ଥିତ । ଏଥିରେ ୬ରୁ ୭ ହଜାର ଯୋଦ୍ଧା ମୁତୟନ ଅଛନ୍ତି । ସବୁଠାର ଉଚ୍ଚ ପୋଷ୍ଟ  ୬,୭୪୯ ମିଟର ଉପରେ ତିଆରି କରାଯାଇଛି।

ଭାରତୀୟ ସେନାର ଉପକରଣ ସମ୍ପର୍କରେ ହୁଆଙ୍ଗ କହିଛନ୍ତି, ଉଚ୍ଚସ୍ଥାନ ତଥା ପାହାଡିଆ ଅଞ୍ଚଳରେ ବ୍ୟବହାର କରାଯାଉଥିବା ଅସ୍ତ୍ର ବହୁଳ ସଂଖ୍ୟାରେ ରହିଛି। ଏହି ଅସ୍ତ୍ର ମଧ୍ୟରୁ କିଛି ବାହାରୁ ଏବଂ କିଛି ଘରୋଇ ଜ୍ଞାନ କୌଶଳରେ ନିର୍ମିତ ଅସ୍ତ୍ର ରହିଛି।’

ଆହୁରି ପଢ଼ନ୍ତୁ

ଅକ୍ଟୋବର-୧ରୁ ସିନେମା, ନାଟକ, ମୁକ୍ତାକାଶ ରଙ୍ଗମଞ୍ଚ ଓ ଯାତ୍ରା ଆଦିକୁ ଅନୁମତି

ସରକାରଙ୍କୁ ଏସଆଇଆଇ ଅଧ୍ୟକ୍ଷକଙ୍କ ପ୍ରଶ୍ନ; କରୋନା ଭ୍ୟାକ୍ସିନ୍ ପାଇଁ‌ ୮୦ ହଜାର କୋଟି ଅଛି ତ ?

ଜାତିସଂଘର ନିଷ୍ପତ୍ତି ଗ୍ରହଣ ବର୍ଗର ସଦସ୍ୟ ହେବା ପାଇଁ ଆଉ କେତେ ଦିନ ଅପେକ୍ଷା କରିବ ଭାରତ ?

ମିଳିତ ଜାତିସଂଘରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: କରୋନା ମହାମାରୀ ବେଳେ ଜାତିସଂଘର ଭୂମିକା କୁଆଡ଼େ ଗଲା ?

ଡ୍ରଗ୍ସ ନେଉଥିବା କଥା ଅସ୍ୱୀକାର କଲେ ସାରା ଓ ଶ୍ରଦ୍ଧା

କେନ୍ଦ୍ର ବିଜେପିରେ ବଡ଼ଧରଣର ପରିବର୍ତ୍ତନ; କାହାକୁ କେଉଁ ଦାୟିତ୍ୱ ମିଳିଲା ଜାଣନ୍ତୁ

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ

WHO ସତର୍କବାଣୀ; କରୋନାରେ ୨୦ ଲକ୍ଷ ଲୋକଙ୍କ ଜୀବନ ଯିବ

ଜାତିସଂଘରେ ପାକିସ୍ତାନ ଉପରେ ବର୍ଷିଲା ଭାରତ: କହିଲା- ‘ନିର୍ଲଜ ଦେଶ ହିଁ ଏଭଳି ମତ ରଖିପାରେ’

ଭାରତର ବନ୍ଧୁ ବୋଲି ପୁଣି ଥରେ ପ୍ରମାଣିତ କଲା ମାଲଦୀପ

NCB ଅଫିସ୍‌ରେ ହାଜର ହେଲେ ଶ୍ରଦ୍ଧା, ସାରା

ଗୋଟିଏ ପ୍ରଶ୍ନ ଦୀପିକାଙ୍କ ପାଇଁ ସାଜିଛି କଣ୍ଟା

You might also like