ଚୀନ୍ ସରକାରଙ୍କ ମୁଖା ଖୋଲିଲେ ଖୋଦ ଚୀନ୍ ଡାକ୍ତର !
ବେଜିଂ: ଖୋଲିଲା ଚାଇନାର ମୁଖା । ଆମେରିକା, ଅଷ୍ଟ୍ରଲିଆ ସମେତ ଅନେକ ରାଷ୍ଟ୍ର ଚାଇନା ବିରୋଧରେ କରୋନା ଭାଇରସ୍ର ଉତ୍ପତି ଏବଂ ତତ୍ଜନିତ ତଥ୍ୟ ଲୁଚାଇବା ଅଭିଯୋଗ ଆଣିଥିଲେ। ହେଲେ ଚୀନ୍ ସରକାର ଏହାକୁ ଖଣ୍ଡନ କରି ଆସୁଥିଲେ। ଏବେ ଚାଇନାର ଜଣେ ଡାକ୍ତର ଏହି ବିବାଦ ଉପରୁ ପରଦା ହଟାଇଛନ୍ତି। ଚାଇନାର ଏହି ଡାକ୍ତର ମାନିଛନ୍ତି, ଚୀନ୍ର ଜିନପିଙ୍ଗ ସରକାର ଦୀର୍ଘଦିନ ଧରି ସଂକ୍ରମଣର ଭୟବହତା ସମ୍ପର୍କରେ ଲୁଚାଇଥିଲେ। ଖାଲି ଲୁଚାଇ ନ ଥିଲେ, ଏ ସମ୍ପର୍କିତ ସମସ୍ତ ପ୍ରମାଣ ମଧ୍ୟ ନଷ୍ଟ କରି ଦେଇଥିଲେ।
ଚୀନର ଡାକ୍ତର ପ୍ରଫେସର କ୍ୱକ୍ ୟୁଙ୍ଗ ୟୁନ୍ କହିଛନ୍ତି, ସେ ଉହାନରେ କରୋନା ସମ୍ପର୍କିତ ତଥ୍ୟର ଯାଞ୍ଚ କରିବା ପାଇଁ ସାହାଯ୍ୟ କରିଥିଲି। ତାଙ୍କର କହିବା ଅନୁଯାୟୀ, କେବଳ ପ୍ରମାଣକୁ ନଷ୍ଟ କରାଯାଇ ନ ଥିଲା ବରଂ କ୍ଲିନିକାଲ ଫାଇଣ୍ଡିଂର ପ୍ରତିକ୍ରିୟାକୁ ମଧ୍ୟ ମନ୍ଥର କରି ଦିଆଯାଇଥିଲା।
ଡାକ୍ତର ୟୁଙ୍ଗ ୟୁନ୍ଙ୍କ କହିବା ଅନୁଯାୟୀ, କରୋନା ମହାମାରୀ ସମ୍ପର୍କିତ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଶାସନ ଲୁଚାଇଛି। ତଦନ୍ତକାରୀ ଟିମ୍ ଉହାନ ମାର୍କେଟରେ ପହଞ୍ଚିବା ପୂର୍ବରୁ ସମସ୍ତ ପ୍ରମାଣକୁ ନଷ୍ଟ କରି ଦିଆଯାଇଛି। ବିଶ୍ୱାସ କରାଯାଉଛି, ଏହି ଭାଇରସର ସଂକ୍ରମଣ ହୁନାନ୍ ମାର୍କେଟରୁ ବ୍ୟାପିଛି। କିନ୍ତୁ ପ୍ରଫେସର ୟୁନଙ୍କ କହିବା ଅନୁଯାୟୀ, ଯେତେବେଳେ ଯାଞ୍ଚକାରୀ ଟିମ୍ ଏହି ମାର୍କେଟ ଭିତରକୁ ପଶିଲେ ସେତେବେଳେ ଜାଣିବାକୁ ପାଇଥିଲେ, ପ୍ରଶାସନ ଏହା ପୂର୍ବରୁ ଏହାକୁ ବିଶୋଧିତ କରି ଦେଇଛି।
ଏହି ସ୍ଥାନରୁ କରୋନା ଭାଇରସର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସବୁ ନଷ୍ଟ କରିଦେବା ପରେ ଡାକ୍ତର ୟୁନ ନିଜର ପ୍ରତିକ୍ରିୟା ରଖି କହିଛନ୍ତି, ସେ ଯେତେବେଳେ ଏହି ମାର୍କେଟରେ ପହଞ୍ଚିଲେ, ଦେଖିଲେ ପୂର୍ବରୁ ଏହି ମାର୍କେଟ ସଫା ହୋଇ ଯାଇଛି। ସି ଫୁଡ ମାର୍କେଟ ସମ୍ପୂର୍ଣ୍ଣ ଭାବେ ସଫା କରି ଦିଆଯାଇଥିଲା। ତେଣୁ କେଉଁ ଜନ୍ତୁଙ୍କଠାରୁ ଏହି ଭାଇରସର ଉତ୍ପତି ହୋଇଛି ତାହା ଯାଞ୍ଚକାରୀ ଦଳ ଜାଣି ପାରି ନ ଥିଲେ।
ପ୍ରଫେସର ୟୁନ୍ କହିଛନ୍ତି, ‘ମୋର ସନ୍ଦେହ, ଏବେ ବି ଉହାନ୍ରେ କିଛି ଲୁଚା ଯାଉଛି। ଯେଉଁ ସ୍ଥାନୀୟ ଅଧିକାରୀ ଏ ସମ୍ପର୍କିତ ତଥ୍ୟ ଦେବା ଉଚିତ, ସେମାନଙ୍କୁ ଶୀଘ୍ର ତଥ୍ୟ ଦେବାକୁ ଅନୁମତି ଦିଆଯାଇ ନ ଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ ଥିଲା ଜାନୁଆରୀ। ହେଲେ ସେହି ସମୟରେ ଚୀନ ସରକାର ମାନି ନ ଥିଲେ ଯେ, ଏହି ରୋଗ ସଂକ୍ରାମକ ଏବଂ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟକୁ ବ୍ୟାପିପାରେ ବୋଲି।
Chinese doctor who diagnosed early COVID-19 cases says scale of outbreak covered up https://t.co/Fl7pMTfLW1
— Daily Mail Online (@MailOnline) July 27, 2020