ପଦାରେ ପଡ଼ିଲା ଚୀନର ଚକ୍ରାନ୍ତ: ଭାରତର ପ୍ରମୁଖ ରାଜନେତାଙ୍କ ଉପରେ ରଖିଛି ଗୁଇନ୍ଦା ନଜର !

ନୂଆଦିଲ୍ଲୀ: ଭାରତ ଉପରେ ନଜର ରଖିଛି ଚୀନ ! ଦେଶର ୧୦ ହଜାର ଗୁୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ଉପରେ ଚୀନ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି। ଚୀନ ସରକାରଙ୍କ ଅଧିନରେ ଥିବା ‌ଆଇଟି କମ୍ପାନୀ ଜେନ୍ ୱାଙ୍ଗ ଭାରତର ପ୍ରମୁଖ ବ୍ୟକ୍ତିଙ୍କ ଗତିବିଧି ସମ୍ପର୍କରେ ଟିକ୍‌ନିକ୍‌‌ ତଥ୍ୟ ସଂଗ୍ରହ କରୁଥିବା ସୂଚନା ମିଳିଛି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ସଭାପତି ସୋନିଆ ଗାନ୍ଧି, ଡିଫେନ୍ସ ଷ୍ଟାଫ୍‌ର ମୁଖ୍ୟ ବିପୀନ ରାୱତ୍‌ଙ୍କ ସମେତ ଦେଶର ୧୫ ପୂର୍ବତନ ସ୍ଥଳ, ବାୟୁ ଏବଂ ନୌସେନା ମୁଖ୍ୟଙ୍କ ଉପରେ ଚୀନ ଗୁଇନ୍ଦାଗିରି କରୁଛି। ଖାଲି ସେତିକି ନୁହେଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ୬ରୁ ଅଧିକ କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ, ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି, ଲୋକପାଳ, ସିଏଜି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୬ରୁ ଅଧିକଙ୍କ କାର୍ଯ୍ୟକଳାପ ଓ ସେମାନଙ୍କର ଗତିବିଧି ଉପରେ ନଜର ରଖିଛି ଚୀନ୍‌।

୨୦୧୮ ଏପ୍ରିଲ୍‌ରେ ଚୀନର ୨୦ଟି ଅଞ୍ଚଳରେ ଏହି କମ୍ପାନୀ ନିଜ ଶାଖା ଅଫିସ୍ ଖୋଲିଥିଲା।  ଏହାପରେ ଭାରତ, ଆମେରିକା, ଅଷ୍ଟ୍ରେଲିଆ, ୟୁକେ ସମେତ ୨୦ରୁ ଅଧିକ ଦେଶରୁ ତଥ୍ୟ ସଂଗ୍ରହ କରିଥିଲା ଏହି କମ୍ପାନୀ।

ମୁଖ୍ୟତଃ Overseas Key Information Database (OKIDB) ଜରିଆରେ ତଥ୍ୟ ସଂଗ୍ରହ କରାଯାଏ। ଏହି ତଥ୍ୟକୁ ଚୀନ ସେନା ଓ ସରକାରଙ୍କୁ ପ୍ରଦାନ କରୁଛି ଜେନ୍‌ ୱାଙ୍ଗ କମ୍ପାନୀ।
ଖାଲି ନେତା କିମ୍ବା ମନ୍ତ୍ରୀ ପ୍ରଶାସକ ନୁହଁନ୍ତି ବରଂ ସେମାନଙ୍କର ପରିବାରର ସଦସ୍ୟଙ୍କ କାର୍ଯ୍ୟକଳାପ ସମ୍ପର୍କରେ ମଧ୍ୟ ତଥ୍ୟ ରଖିଛି ଏହି କମ୍ପାନୀ। ଏଥିରେ କିଛି ଜାତୀୟ ଗଣମାଧ୍ୟମ ସଂସ୍ଥାର ମୁଖ୍ୟ ସଂପାଦକ, କ୍ରୀଡ଼ାବିତ ସଚିନ୍ ତେନ୍ଦୁଲକର, ଫିଲ୍ମ ନିର୍ଦ୍ଦେଶକ ଶ୍ୟାମ ବେନେଗଲ୍, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଶାସ୍ତ୍ରୀୟ ନୃତ୍ୟ ଶିଳ୍ପୀ ସୋନାଲ ମାନସିଂ, ପ୍ରମୁଖ ରହିଛନ୍ତି।

ଆଜି ଏ ନେଇ ଏକ ପ୍ରମୁଖ ଇଂରାଜୀ ଖବର କାଗଜରେ ତଦନ୍ତମୂଳକ ଖବର ପ୍ରକାଶିତ ହୋଇଛି। ଯେଉଁଥିରେ ଚୀନର ମୁଖା ବିଶ୍ୱ ସମ୍ମୁଖରେ ପୁଣି ଥରେ ସାମ୍ନାକୁ ଆସିଛି।

ଆହୁରି ପଢ଼ନ୍ତୁ

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

‘ମୋଦି-ଟ୍ରମ୍ପ୍‌ଙ୍କ ସମ୍ପର୍କ ଅତି ନିବିଡ଼’

କମଳନାଥଙ୍କ ବିବାଦୀୟ ବୟାନକୁ ନେଇ ତାତିଲେ ଇମରତୀ ଦେବୀ, କହିଲେ….

ପାକିସ୍ତାନ ଛାଡ଼ିଲେ ଏହି ପପୁଲାର୍‌ ଟିକ୍‌ଟକ୍‌ ଷ୍ଟାର, ପାକିସ୍ତାନୀଙ୍କୁ ଦୋଷ ଦେଇ କହିଲେ…

ପାକିସ୍ତାନରେ ତେଜୁଛି ବିରୋଧୀଙ୍କ ସ୍ୱର: କବାଟ ଭାଙ୍ଗି ନୱାଜ ସରିଫଙ୍କ ଜ୍ୱାଇଁଙ୍କୁ ଉଠାଇ ନେଲା‌ ପୋଲିସ

ଆତ୍ମଘାତୀ କାର୍‌ ବିସ୍ଫୋରଣରେ ୧୨ ମୃତ, ୧୨୦ ଆହତ

ଆଜିଠୁ ଏହିସବୁ ରାଜ୍ୟରେ ଖୋଲିଲା ସ୍କୁଲ୍‌

ମିଜୋରାମ-ଆସାମ ସୀମାନ୍ତରେ ବଢୁଛି ଉତ୍ତେଜନା, କଡ଼ାକଡ଼ି ହେଲା ସୁରକ୍ଷା ବ୍ୟବସ୍ଥା

ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ସ୍ୱୀକାର କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ଗ୍ୟାଙ୍ଗଷ୍ଟର ଟାଇଗରକୁ ମାରିଦେଲେ

ଦୁଇ ମହିଳା ଗାଡ଼ିରୁ ଡେଇଁ ପଡ଼ିବା ଦେଖି କାର୍‌ର ପିଛା କଲେ ଲୋକେ, ତା ପରେ…

ଧାରା ୩୭୦ ଉଚ୍ଛେଦକୁ କରୋନା ଭାଇରସ ସହିତ ତୁଳନା କଲେ ଜାମ୍ମୁ ଓ କାଶ୍ମୀର ନେତା

You might also like