ଭାରତ ସୀମା ପାଖରେ ଚାଇନା ହେଲିକପ୍ଟର

ନୂଆଦିଲ୍ଲୀ: ଗତ ସପ୍ତାହରେ ସିକ୍କିମ ସୀମାରେ ଚାଇନା ଯବାନ ଭାରତୀୟ ଯବାନଙ୍କ ସହିତ ସୀମାରେ ମାର୍‌ପିଟ୍‌ କରିଥିଲେ। ଏଥିରେ ଉଭୟ ପକ୍ଷର ଯବାନ ଆହତ ହୋଇଥିବା ଖବର ପ୍ରକାଶ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏବେ ଆଉ ଏକ ଚାଇନାର ସୀମା ବିଶୃଙ୍ଖଳା ଖବର ସାମ୍ନାକୁ ଆସିଛି।
ଯେଉଁ ସପ୍ତାହରେ ଚାଇନା ଓ ଭାରତୀୟ ଯବାନ ମୁହାଁମୁହିଁ ହୋଇଥିଲେ, ସେହି ସମୟରେ ହିଁ ଭାରତର ଲଦାଖ ସୀମାରେ ହେଲିକପ୍ଟର ଉଡ଼ାଇଥିଲା ଚାଇନା। ଏହାର ତୁରନ୍ତ ପରେ ପାଟ୍ରୋଲିଂ ପାଇଁ ଭାରତ ମଧ୍ୟ ସୀମାରେ ଫାଇଟର ଜେଟ୍‌ ଉଡ଼ାଇଥିଲା।

ଚାଇନାର ଏହି ହେଲିକପ୍ଟଟର୍‌ଟି ଲାଇନ୍‌ଅଫ୍‌ ଆକ୍‌ଚୁଆଲ୍ କଣ୍ଟ୍ରୋଲ୍‌ର(ଏଲ୍‌ଏସି) ବହୁତ ନିକଟରେ ଉଡ଼ିଥିଲା। ହେଲିକପ୍ଟର କିଛି ସମୟ ଉଡ଼ିବୁଲିବା ପରେ ଭାରତୀୟ ବାୟୂସେନାର ଏକ ଫାଇଟର୍‌ ଜେଟ୍‌ ମଧ୍ୟ ଉକ୍ତ ସୀମାରେ ପାଟ୍ରୋଲିଂ ପାଇଁ ଉଡ଼ିଥିଲା। ତେବେ ଚାଇନାର ଏହ ହେଲିକପ୍ଟରଟି ଏଲ୍‌ଏସି ପ୍ରବେଶ କରିନଥିଲା ବୋଲି ସରକାରୀ ସୂତ୍ରରୁ ଖବର ମିଳିଛି।

ଗତ ସପ୍ତାହରେ ଉତ୍ତର ସିକ୍କିମର ନାକୁ ଲା ସେକ୍ଟରେ ଉଭୟ ସେନାର ଯବାନମାନଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା। ଏଥିରେ ଉଭୟ ପକ୍ଷର ଯବାନ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରେ ଚୀନର ୭ ସୈନ୍ୟ ଥିବାବେଳେ ଭାରତର ୪ ଜଣ ଆହତ ହୋଇଥିଲେ । ପାଖାପାଖି ୧୫୦ ଜଣ ଯବାନଙ୍କ ମଧ୍ୟରେ ଏହି ଗଣ୍ଡଗୋଳ ହୋଇଥିଲା।

ପ୍ରଥମେ ଦୁଇ ପକ୍ଷର ଯବାନଙ୍କ ମଧ୍ୟରେ କଥାକଟାକଟି ହେବା ସହିତ ପରସ୍ପରକୁ କଟାକ୍ଷ କରିଥିଲେ। ପରେ ଏହା ମାର୍‌ପିଟ୍‌ରେ ପରିଣତ ହୋଇଥିଲା।

 

You might also like