ପୁଣି ଚୀନ୍‌ର ଧୋକାବାଜି: ଲୁଚି ଲୁଚି ଭାରତୀୟ ସେନାଙ୍କୁ ଆକ୍ରମଣ କରିଥିଲା

ନୂଆଦିଲ୍ଲୀ: ଧୋକାବାଜ ଚୀନ ସୋମବାର ରାତିରେ ନିରସ୍ତ୍ର ଭାରତୀୟ ସୈନ୍ୟଙ୍କ ଉପରକୁ ଗଲୱାନ ଘାଟିରେ ଆକ୍ରମଣ କରବା ପାଇଁ ପୂରା ଯୋଜନା ପ୍ରସ୍ତୁତ କରି ଆସିଥିଲା। ଲୁହା ରଡ୍‌ ଏବଂ ଲାଠି ଧରି ରକ୍ତମୁଖା ଚୀନସେନା ୧୬ ବିହାର ରେଜିମେଣ୍ଟର ଜବାନଙ୍କୁ ପ୍ରହାର କରିବା ଆରମ୍ଭ କରି ଦେଇଥିଲେ। ଏହି ସଂଘର୍ଷରେ କର୍ନଲ ସନ୍ତୋଷ ବାବୁଙ୍କ ସମେତ ୨୦ ଯବନା ସହିଦ ହୋଇଥିଲେ। ଅନ୍ୟପକ୍ଷେ ଚୀନର ୪୦ ସେନା ନିହତ ଡୋଇଥିବା ଖବର ମିଳିଛି। ଚୀନର ଜଣେ କମାଣ୍ଡିଂ ଅଫିସରଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି।

ଜାତୀୟ ଗଣମାଧ୍ୟମ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ନିରସ୍ତ୍ର ଭାରତୀୟ ସେନାଙ୍କୁ ଖୋଜି ଖୋଜି ସେମାନଙ୍କ ଉପରକୁ ଗୁଳି କରିଥିଲେ। ଅବଶ୍ୟ ଭାରତୀୟ ସେନା ବି ଏହାର ପ୍ରତିଜାବବ ଦୃଢତାର ସହ ଦେଇଥିଲେ। ବିନା ଅସ୍ତ୍ରରେ ଲଢୁଥିବା ଚୀନ ସେନାଙ୍କ ସହ ଲଢୁଥିବା ଭାରତୀୟ ସେନା ତଳକୁ ଖସି ପଡ଼ିଥିଲେ। ଏଥିସହିତ ଚୀନ ସେନା ମଧ୍ୟ ତଳକୁ ଖସି ପଡ଼ିଥିଲେ।

କର୍ଣ୍ଣଲ ସନ୍ତୋଷ ବାବୁ  ପେଟ୍ରୋଲ ପଏଣ୍ଟ-୧୪ ନିକଟରେ ଥିବା ଅସ୍ଥାୟୀ ଟେଣ୍ଟ ହଟାଇବା ପାଇଁ ଚୀନକୁ କହିଥିଲେ। କାରଣ  ଏହି ଅଞ୍ଚଳ ଭାରତୀୟ ସୀମା ମଧ୍ୟରେ ଆସୁଛି। ଏ ନେଇ ସୋମବାର ସକାଳେ ବ୍ରିଗେଡ୍‌ କମାଣ୍ଡର ସ୍ତରୀୟ ବୈଠକର ଆୟୋଜନ କରାଇଥିଲା। କମାଣ୍ଡିଂ ଅଫିସର ଚୀନର ଲୋକାଲ କମାଣ୍ଡର ସହ ଆଲୋଚନା କରିଥିଲେ। ସନ୍ଧ୍ୟାରେ ଭାରତୀୟ ସେନାର ଅଫିସର ଟିମ୍‌ ସହ ଗଲୱାନ ଭ୍ୟାଲିରେ ପିପି-୧୪ରେ ପହଞ୍ଚିଥିଲେ। ଏହାପରେ ଚୀନ୍ ସେନାଙ୍କୁ ପଛକୁ ହଟିବାକୁ ପଡ଼ିଥିଲା।

ସେହି ସମୟରେ ଏଠାରେ ୧୦ରୁ ୧୨ ଚୀନ ସୈନିକ ଥିଲେ। ହଠାତ ବହୁ ସଂଖ୍ୟକ ସୈନିକ ଚାଲି ଆସିଲେ। ଭାରତୀୟ ଯବାନ ଏବଂ ଅଫିସରଙ୍କୁ ପଥର ଏବଂ ଲୁହା ରଡରେ ଆକ୍ରମଣ କରିଥିଲେ। ଭାରତୀୟ ସେନା ହଠାତ୍‌ ଚମକି ପଡ଼ିଥିଲେ ଏବଂ ଏହାର ପ୍ରତିଜବାବ ମଧ୍ୟ ଦେଇଥିଲେ। କେଇ ମୁହୂର୍ତ୍ତ ମଧ୍ୟରେ ବହୁ ସଂଖ୍ୟକ ଭାରତୀୟ ସେନା ମଧ୍ୟ ଏହି ପଏଣ୍ଟରେ ପହଞ୍ଚି ଯାଇଥିଲେ।ବିଳମ୍ବିତ ରାତି ପର୍ଯ୍ୟନ୍ତ ରକ୍ତାକ୍ତ ସଂଘର୍ଷ ଚଲିଥିଲା। ଚୀନସେନାମାନେ ବଡ ବଡ ପଥର ଭାରତୀୟ ସେନାଙ୍କୁ ଲକ୍ଷ୍ୟ କରି ଫିଙ୍ଗିଥିଲେ।କେତେକ ଭାରତୀୟ ସେନା ସାହାସର ସହ ଚୀନ ସେନାକୁ ସାମ୍ନା କରିଥିଲେ । ଆଉ କିଛି ସେନାଙ୍କୁ ନିଜ ସୁରକ୍ଷା ପାଇଁ ସୁଯୋଗ ହିଁ ମିଳି ନ ଥିଲା।

ଭାରତୀୟ ସେନା ଅଧିକାରୀଙ୍କ କହିବା ଅନୁଯାୟୀ, ଚୀନ ସେନା ଅନେକ ଭାରତୀୟ ଯବାନଙ୍କ ମୃତଦେହକୁ ହସ୍ତାନ୍ତର କରିଛି। ତେବେ ଚୀନର କ’ଣ କ୍ଷୟକ୍ଷତି ହୋଇଛି ତାହାର କୌଣସି ତଥ୍ୟ ଦେଇନି ଚୀନ।  ଏହି ଘଟଣାରେ ୨୦ ଭାରତୀୟ ସେନା ସହିଦ ହୋଇଥିବାବେଳେ ୪୦ ଚୀନ ସେନାଙ୍କୁ ନିପାତ କରିଥିଲେ ଭାରତୀୟ ସୁରକ୍ଷାକର୍ମୀ।

 

You might also like