ଲଦାଖରେ ୩୦ ମହଲା ଉଚ୍ଚତାରେ ଜଗିଛନ୍ତି ଭାରତୀୟ ଯବାନ, ୯ ଚୀନ୍ ସେନା ପାଇଁ ଜଣେ ଭାରତୀୟ ସେନା ଭାରି ପଡ଼ିବ

ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ପାଙ୍ଗଙ୍ଘ ଲେକ୍‌ ପାଖରେ ହୋଇଥିବା ଠେଲାପେଲା ଘଟଣା ପରେ ସୀମାନ୍ତରେ ସ୍ଥିତି ସୁଧାରିବା ପାଇଁ ଉଚ୍ଚସ୍ତରୀୟ ବୈଠକ ଜାରି ରହିଛି। ତାହାସତ୍ତ୍ୱେ ଲଦାଖରେ ଏପରି ଅନେକ ଅଞ୍ଚଳ ରହିଛି ଯେଉଁଠି ଭାରତ-ଚୀନ ସେନା ସାମ୍ନାସାମ୍ନି ଅବସ୍ଥାରେ ଅଛନ୍ତି। ତେବେ ଭାରତୀୟ ସେନା ଅନେକ ଉଚ୍ଚରେ ରହିଛନ୍ତି ଯେଉଁଥିପାଇଁ ଚୀନ ସେନାଙ୍କୁ ମାତ୍‌ ଦେବାକୁ ସେମାନଙ୍କୁ ଖୁବ୍‌ ସୁବିଧା ହେବ।

ସାଉଥ୍‌ ଚାଇନା ମର୍ଣ୍ଣିଂ ପୋଷ୍ଟର ଏକ ରିପୋର୍ଟ ଅନୁସାରେ ଭାରତୀୟ ସେନା କେତେକ ସ୍ଥାନରେ ୩୦ ମହଲା କୋଠା ଉଚ୍ଚରେ ପୋଷ୍ଟ ତିଆରି କରି ଅଛନ୍ତି। ଅନ୍ୟପକ୍ଷେ ଚାଇନିଜ୍ ସୈନିକ ଯଥେଷ୍ଟ ତଳେ ରହିଛନ୍ତି। ଭାରତୀୟ ସେନା ଉଚ୍ଚସ୍ଥାନକୁ କବଜା କରି ରଖିଛନ୍ତି ଏବଂ ସେମାନଙ୍କୁ ସେଠାରୁ ହଟାଇବା ପାଇଁ ଚୀନ ସେନାଙ୍କୁ ଖୁବ୍‌ ମହଙ୍ଗା ପଡ଼ିପାରେ।

ରିପୋର୍ଟରେ କୁହାଯାଇଛି, ଉଚ୍ଚ ସ୍ଥାନରେ ଥିବା ଭାରତୀୟ ସେନା ଉପରକୁ ଆକ୍ରମଣ କରିବା ପାଇଁ ଚୀନ ସେନାଙ୍କ ପାଇଁ କଷ୍ଟକର ହେବ। କେବଳ ସେତିକି ନୁହେଁ, ଭାରତୀୟ ସେନାଙ୍କ ପାଖରେ ଜୀବନ ବଞ୍ଚାଇବା ପାଇଁ ଅଧିକ ସୁଯୋଗ ରହିଛି।
ସୂଚନାଥାଉ କି, ଭାରତ ସିଆଚିନ ଗ୍ଲାସିଅରରେ ୧୯୮୪ରେ ୬୭୦୦ ମିଟର ଉଚ୍ଚରେ ସେନା ଅପରେଶନ କରିଥିଲା। ସିଆଚିନ୍‌ ପୃଥିବୀର ସବୁଠାରୁ ଉଚ୍ଚ ଯୁଦ୍ଧକ୍ଷେତ୍ର ଅଟେ। ଚୀନ ସେନାର ବିଶ୍ୱାସ ଥିଲା ଯେ, ଭାରତୀୟ ସେନା ଏପରି ଦୁର୍ଗମ ଇଲାକାରେ ଲଢିବା ପାଇଁ ସକ୍ଷମ ହୋଇ ପାରିବେ ନାହିଁ ଏବଂ ତାଙ୍କ ପାଇଁ ମହଙ୍ଗା ପଡ଼ିବ।

ତେବେ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏତେ ଉଚ୍ଚତାରୁ ଶତ୍ରୁ ଉପରକୁ ଆକ୍ରମଣ କରିବା ଘାତକ ହୋଇପାରେ। ଏତେ ଉଚ୍ଚତାକୁ ଚଢିବା ବି କଷ୍ଟସାଧ୍ୟ ଅଟେ। କାରଣ ସେଠାରେ ନିଃଶ୍ୱାସ ନେବା କଷ୍ଟକର ହୋଇପଡ଼ିବ। ଜଣେ ପୂର୍ବତନ ସେନା ଅଧିକାରୀଙ୍କ କହିବା ଅନୁଯାୟୀ ଏପରି କ୍ଷେତ୍ରରେ ଉଚ୍ଚରେ ବସିଥିବା ଜଣେ ଯବାନଙ୍କ ମୁକାବିଲା କରିବା ପାଇଁ ଶତ୍ରୁପକ୍ଷର ୯ ଜଣ ସୈନ୍ୟ ଆବଶ୍ୟକ।

ଏଠି କହି ରଖିବୁ ଯେ ଚୀନ ଅତୀତରେ ୪, ୬୦୦ ମିଟର ଉଚ୍ଚରେ କମ୍‌ କାଲିବରର Howitzer ସହିତ ଯୁଦ୍ଧାଭ୍ୟାସ କରିଥିଲା। ଏହାକୁ ୬ ଚକିଆ ବଦଳରେ ୪ ଚକିଆ ଗାଡ଼ିରେ ରଖାଯାଇଥିଲା। ସେହିପରି ଟ୍ରକ ଉପରେ ନିଆଯାଉଥିବା HJ-10 ରେ ୪ଟି ବଦଳରେ ୨ଟି ଲଞ୍ଚର ଥିଲା। କୁହାଯାଉଛି, ଏସବୁ ଅସ୍ତ୍ରଶସ୍ତ୍ରରେ ଏପରି ପରିବର୍ତ୍ତନ କରାଯାଉଛି, ଯଦି ଭବିଷ୍ୟତରେ ପାହାଡି ଇଲାକାରେ ଯୁଦ୍ଧ କରିବାକୁ ପଡେ ଏହାକୁ ନେବାପାଇଁ ସହଜ ହେବ। କାରଣ ପାହାଡିଆ ଅଞ୍ଚଳକୁ ନେବାକୁ ହେଲେ ଓଜନ ଏବଂ ଲମ୍ବା କମ୍‌ କରିବା ଆବଶ୍ୟକ।

ରିପୋର୍ଟରେ କୁହାଯାଉଛି, ଶାନ୍ତି ପ୍ରତିଷ୍ଠା ପାଇଁ ଚୀନ-ଭାରତ ଶାନ୍ତି ପାଇଁ ଆଲୋଚନା କରୁଛନ୍ତି, କିନ୍ତୁ ସୀମାନ୍ତରେ ଦୁଇ ଦେଶର ସେନା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ନିକଟରେ ସାଟେଲାଇଟ୍‌ ଚିତ୍ରରୁ ଜଣାଯାଇଛି, ଚୀନର ଡୋକ୍‌ଲାମଠାରୁ ୩୩୦ କିମି ଦୂର ତାର ଏୟାରପୋର୍ଟକୁ ଅପ୍‌‌ଗ୍ରେଡ୍ କରିବା ଆରମ୍ଭ କରି ଦେଇଛି। ଏଠାରେ ପ୍ରାୟ ଶହେ ଏୟାରକ୍ରାଫ୍ଟ ଶେଲ୍ଟର ତିଆରି କରିଛି। ଏହା ଚୀନର PLA ବାୟୁସେନାର ଶକ୍ତି ବଢାଇବାରେ ସାହାଯ୍ୟ କରିବ।

 

ଆହୁରି ପଢ଼ନ୍ତୁ

କରୋନା ଚିକିତ୍ସାରୁ ବାଦ୍ ପଡ଼ିପାରେ ପ୍ଲାଜ୍‌ମା ଥେରାପି

ବଜେପି ଛାଡ଼ିଲେ ବରିଷ୍ଠ ନେତା ଏକନାଥ ଖଡ଼ସେ; କହିଲେ, ଫଡ଼ନାଭିସଙ୍କ ପାଇଁ ଛାଡ଼ିଲି ଦଳ

ଆନ୍ଧ୍ର କନକ ଦୁର୍ଗା ମନ୍ଦିର ନିକଟରେ ଭୂସ୍ଖଳନ: ୪ ଫସି ରହିଥିବା ଆଶଙ୍କା

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା

ମଦ୍ରାସାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ବିଜେପି ସାଂସଦ

କିଛି ଦିନ ତଳେ କମିଥିଲା, ଏବେ ପୁଣି ବଢ଼ିଲା ସୁନା ଦର

୨୩ ଜଣ ବନ୍ଧୁଙ୍କୁ ନେଇ ରେଷ୍ଟୁରାଣ୍ଟରେ ପହଞ୍ଚିଲେ ଗର୍ଲଫ୍ରେଣ୍ଡ; ବିଲ୍‌ ଦେଖି ଦୌଡି ପଳାଇଲେ ପ୍ରେମିକ

ହାଥରସ୍‌ ଘଟଣା ପରେ ଧର୍ମ ପରିବର୍ତ୍ତନ କଲେ ବାଲ୍ମିକୀ ସମାଜର ୫୦ ପରିବାର

ପାକିସ୍ତାନରେ ବିସ୍ଫୋରଣ: ୩ ମୃତ

ଶତ୍ରୁ ପାଖରେ ବି ମହନୀୟତା ଦେଖାଇଲେ ଭାରତୀୟ ଯବାନ; ଧରାପଡ଼ିଥିବା ଚୀନ ସେନାଙ୍କୁ ଫେରାଇ ଦେଲେ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

You might also like