ଘର ଭିତରୁ ମିଳିଲା ଚୀନ ରାଷ୍ଟ୍ରଦୂତଙ୍କ ମୃତଦେହ

ଜେରୁସାଲେମ: ଇସ୍ରାଏଲରେ ଚୀନ ରାଷ୍ଟ୍ରଦୂତ ଡୁ ୱେଇ(୫୭)ଙ୍କ ମୃତଦେହ ମିଳିଛି। ରବିବାର ଦିନ ଇସ୍ରାଏଲର Tel Aviv ସ୍ଥିତ ଘରେ ଡୁ ୱେଇଙ୍କର ମୃତଦେହ ମିଳିଥିଲା।

କେଉଁଭଳି ପରିସ୍ଥିତିରେ ଡୁ ୱେଇଙ୍କ ମୃତ୍ୟୁ ଘଟିଲା ସେ ସମ୍ପର୍କରେ ଜଣାପଡିନାହିଁ। ଇସ୍ରାଏଲ ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, ଚଳିତ ବର୍ଷ ଫେବୃଆରୀରେ ଡୁ ୱେଇ ଚୀନ ରାଷ୍ଟ୍ରଦୂତ ଭାବେ ଇସ୍ରାଏଲରେ ନିଯୁକ୍ତ ହୋଇଥିଲେ। ଏହା ପୂର୍ବରୁ ୟୁକ୍ରେନରେ ଚୀନ ରାଷ୍ଟ୍ରଦୂତ ଭାବେ ସେ ନିଯୁକ୍ତ ହୋଇଥିଲେ।

ଚୀନ ଓ ଇସ୍ରାଏଲ ଉଭୟ ଦେଶ ମଧ୍ୟରେ ଭଲ ସମ୍ପର୍କ ରହିଛି।

You might also like