ଚୀନ ବାହାରକଲା କରୋନା ଭାଇରସ୍‌ ଟୀକା

ବେଜିଂ: କରୋନା ଭାଇରସ ଟିକା ବାହାର କରିବା ସହ ମଣିଷ ଶରୀରରେ ପରୀକ୍ଷା କରିବା କାମ ଆରମ୍ଭ କରିଛି ଚୀନ୍‌। ଉହାନ ସହରରୁ ସୃଷ୍ଟ ଏହି ଭାଇରସ ସହ ଚୀନ ଏବେ ବି ଲଢୁଛି। ଚୀନ ବିଶେଷଜ୍ଞମାନେ ମଙ୍ଗଳବାର ରାତିରେ ସୂଚନା ଦେଇ କହିଛନ୍ତି , ସରକାର କରୋନା ଭାଇରସ୍ ଟିକା ପରୀକ୍ଷା କରିବା ପାଇଁ ଅନୁମତି ଦେଇଛନ୍ତି।

ସେମାନେ କହିଛନ୍ତି, କରୋନା ଭାଇରସ୍‌କୁ ଶେଷ କରିବାକୁ ହେଲେ ଭାକ୍‌ସିନ୍‌ ସବୁଠାରୁ ବଡ ଅସ୍ତ୍ର। ଏହି ଅସ୍ତ୍ର ସର୍ବପ୍ରଥମେ ତିଆରି କରି ଆମ ରୋଗୀଙ୍କୁ  ବଞ୍ଚାଇବାରେ ସଫଳ ହେଲେ, ଏହା ଆମ ଦେଶର ଛବି ଏବଂ ବିଜ୍ଞାନ କ୍ଷେତ୍ରରେ ଆମର ପାରଦର୍ଶିତାକୁ ପ୍ରମାଣିତ କରିବ।

ଚୀନ ବିଶେଷଜ୍ଞ ଟିମ୍‌ ପକ୍ଷରୁ କୁହାଯାଇଛି, ଏହି ଭ୍ୟାକ୍‌ସିନର ବିପୁଳ ଉତ୍ପାଦନ ପାଇଁ ପ୍ରସ୍ତୁତି ଚାଲିଛି। କୁହାଯାଉଛି, ଏକ ମାସ ଧରି ଏହା ଉପରେ ଗବେଷଣା କରିବା ପରେ ସଫଳତାର ସହ ଭ୍ୟାକ୍‌ସିନ ବାହାରିଛି। ଏ

ଚୀନ ସରକାରୀ ମିଡିଆ ସୁତ୍ରରୁ ମିଳିଥିବା ଖବର ଅନୁଯାୟୀ, ୨୦୦୩ରେ ଚୀନ ସାର୍ସ (SARS-Severe acute respiratory syndrome) ଭାଇରସ୍‌ ପାଇଁ ମେଡିକାଲ ସ୍ପ୍ରେ ପ୍ରଥମେ ବାହାର କରିଥିଲା ଯାହା ୧୪ ହଜାର ମେଡିକାଲ ୱାକର୍ସଙ୍କ ଜୀବନ ବଞ୍ଚାଇଥିଲା।

You might also like