ଜ୍ୟାକ୍‌ମାଙ୍କୁ ଝଟକା ଦେଲା ଚୀନ

ନୂଆଦିଲ୍ଲୀ: ଗତ କିଛି ସପ୍ତାହ ଧରି ସାରା ବିଶ୍ୱରେ ଚାଲୁଥିବା ଷ୍ଟକ ମାର୍କେଟ୍‌ରେ ଏକ ବଡ଼ ପରିବର୍ତ୍ତନ ହେବା ନେଇ ଆଶା କରାଯାଉଥିଲା। କିନ୍ତୁ ଏହି ଆଶାକୁ ଚୀନ ଧୂଳିସାତ କରିଦେଇଛି।

ଚୀନ୍‌ର ସବୁଠାରୁ ଧନୀ ବ୍ୟକ୍ତି ଏବଂ ଅଲିବାବା ଗ୍ରୁପ୍‌ର ସହ-ସଂସ୍ଥାପକ ଜ୍ୟାକ୍‌ମାଙ୍କୁ ଚୀନ୍‌ ଏବେ ଝଟକା ଦେଇଛି। ଜ୍ୟାକ୍‌ମାଙ୍କ କମ୍ପାନୀ କରିବାକୁ ଥିବା ବିଶ୍ୱର ସବୁଠାରୁ ବଡ଼ ଇନିସିଆଲ୍‌ ପବ୍ଲିକ୍‌ ଅଫର (ଆଇପିଓ)କୁ ଚୀନ ନିୟାମକ ସିଧାସଳଖ ମନା କରିଦେଇଛି।

ଏହି ଆଇପିଓ ଜରିଆରେ ଜ୍ୟାକ୍‌ମା ନିଜ କମ୍ପାନୀ ପାଇଁ ପବ୍ଲିକଙ୍କଠାରୁ ୩୫ ବିଲିୟନ୍‌ ଡଲାରର ପୁଞ୍ଜି ସଂଗ୍ରହ କରିଥାନ୍ତେ। କିନ୍ତୁ ଚୀନ ନିୟାମକ ଏହି ପ୍ରସ୍ତାବକୁ ଏକପ୍ରକାର ପ୍ରତ୍ୟାଖ୍ୟାନ କରିଦେଇଛି। ଯାହାଫଳରେ ସେୟାର ବଜାରରେ ଅଲିବାବା କମ୍ପାନୀର ସେୟାରରେ ହ୍ରାସ ଘଟିଛି ଏବଂ ଜ୍ୟାକ୍‌ମାଙ୍କ ତିନି ବିଲିୟନ୍‌ ଡଲାର କ୍ଷତି ହୋଇଛି।

 

You might also like