ଶତ୍ରୁ ପାଖରେ ବି ମହନୀୟତା ଦେଖାଇଲେ ଭାରତୀୟ ଯବାନ; ଧରାପଡ଼ିଥିବା ଚୀନ ସେନାଙ୍କୁ ଫେରାଇ ଦେଲେ

ନୂଆଦିଲ୍ଲୀ/ ବେଜିଂ:ଭାତର-ଚୀନ ସୀମାରେ ଦୀର୍ଘମାସ ଧରି ଲାଗି ରହିଥିବା ଉତ୍ତେଜନା ଲାଗି ରହଛି । ଏହା ସତ୍ତ୍ୱେ ଭାରତୀୟ ସେନା ତାଙ୍କର ମହନୀୟତା ଭୁଲି ନାହାନ୍ତି। ସୀମା ନିକଟରେ ଧରାପଡ଼ିଥିବା ଜଣେ ଚୀନୀ ଯବାନଙ୍କୁ ଭାରତୀୟ ସେନା ଫେରାଇ ଦେଇଛି। ଚୀନର ପିପୁଲ୍ସ ଲିବରେଶନ ଆର୍ମି (PLA) ଏକ ବୟାନ ଜାରି କରି ଯବାନଙ୍କୁ ଫେରାଇ ଦେବାକୁ ଅନୁରୋଧ କରିଥିଲା। ଚୀନ ସେନାଙ୍କ କହିବା ଅନୁଯାୟୀ, ଏହି ଯବାନ ଜଣକ କିଛି ଗୋପାଳକଙ୍କୁ ରାସ୍ତା ବତାଉ ବତାଉ ନିଜେ ଭୁଲ୍‌ରେ LAC  ପାର କରି ଭାରତୀୟ ସୀମାରେ ପ୍ରବେଶ କରି ଯାଇଥିଲେ।

ଭାରତୀୟ ସେନା ପକ୍ଷରୁ ସୋମବାର ଏ ନେଇ ସୂଚନା ଦିଆଯାଇ କୁହାଯାଇଥିଲା ଯେ, ପିପୁଲ୍ସ ଲିବରେଶନ ଆର୍ମିର ଜଣେ ଯବାନଙ୍କୁ ଲଦାଖର ଡେମ୍‌ଚୋକ ସେକ୍ଟରରେ ସୋମବାର ଧରାଯାଇଛି। ସେ LAC ନିକଟରେ ଇତଃସ୍ତତଃ ଭାବେ ବୁଲୁଥିଲେ। ବୁଧବାର ସକାଳେ ତାଙ୍କୁ ଛାଡି ଦିଆଯାଇଥିବା ମିଡିଆ ସୂତ୍ରରୁ ଜଣାପଡ଼ିଛି।

ଅନ୍ୟପକ୍ଷେ ଭାରତୀୟ ସେନାର ଏହି ସକାରାତ୍ମକ ବ୍ୟବହାର ପାଇଁ ଚୀନ ସେନା ଧନ୍ୟବାଦ ଜଣାଇଛନ୍ତି। ଦୀର୍ଘ ମାସ ଧରି ଦୁଇ ଦେଶର ଯବାନ ମୁହାଁମୁହିଁ ସ୍ଥିତିରେ ଥିବାବେଳେ ଭାରତୀୟ ସେନାର ଏପରି ବ୍ୟବହାର ଏକ ଭଲ ସଙ୍କେତ ଭାବେ ଗ୍ରହଣ କରଯାଉଛି।

ଭାରତୀୟ ସେନା ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି, ଧରାପଡ଼ିଥିବା ଏହ ଯବାନଙ୍କୁ ସମସ୍ତ ଔପଚାରିକତା ଶେଷ ହେବା ପରେ ଚୁଶୁଲ ମୋଲ୍ଡୋ ସୀମା ପଏଣ୍ଟରେ ଚୀନ ସେନାକୁ ହସ୍ତାନ୍ତର କରାଯାଇଛି। ପିଏଲଏର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଚୀନର ଜଣେ ଯବାନ ଅକ୍ଟୋବର ୧୮ ତାରିଖ ସନ୍ଧ୍ୟାରେ ଚୀନ-ଭାରତ ସୀମାରୁ ନିଖୋଜ ହୋଇ ଯାଇଥିଲେ । ଏହି ସୂଚନା ଭାରତୀୟ ସେନାକୁ ଦିଆ ଯାଇଥିଲା। ଭାରତୀୟ ସେନା ଚୀନ ଯବାନଙ୍କୁ ଖୋଜିବାରେ ସହାୟତା କରିଥିଲେ ଏବଂ ଫେରାଇ ଦେବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ।

 

ଆହୁରି ପଢ଼ନ୍ତୁ

କୋଭିଡ୍‌ ହସ୍ପିଟାଲ୍‌ରେ ଭୟାବହ ଅଗ୍ନିକାଣ୍ଡ, ଚାଲିଗଲା ୫ କରୋନା ଆକ୍ରାନ୍ତଙ୍କ ଜୀବନ

ପରଲୋକରେ ଭାରତର ସଫ୍ଟୱେୟର ଇଣ୍ଡଷ୍ଟ୍ରୀ ଜନକ ଏଫ୍‌ସି କୋହଲି

କେବିସିର ୩ କୋଟିପତି ମହିଳା, ଜାଣନ୍ତୁ ଏମାନଙ୍କ ସଂଘର୍ଷମୟ ଜୀବନର କାହାଣୀ

ୱାନ୍ ନେସନ୍‌ ୱାନ୍‌ ଇଲେକ୍ସନ୍‌ ଦେଶ ପାଇଁ ଆବଶ୍ୟକ; ପ୍ରଧାନମନ୍ତ୍ରୀ

ମରୁଭୂମିରୁ ମିଳିଲା ରହସ୍ୟମୟ ଜିନିଷ; ଲୋକେ କହିଲେ ଅଶୁଭ ସଙ୍କେତ

ଚାଷୀଙ୍କ ପାଇଁ ଦିଲ୍ଲୀ ସୀମା ସିଲ୍‌ ହେଲା; ତଥାପି ଗର୍ଜିଲେ

ଡିସେମ୍ବର ୩୧ ଯାଏ ବିଦେଶକୁ ଉଡ଼ି ପାରିବ ନାହିଁ ବିମାନ

ମନେ ପଡିଲା ୨୬/୧୧ର ସେଇ ଭୟଙ୍କର ସ୍ମୃତି

ଗ୍ରାହକଙ୍କୁ ଆଶ୍ୱସ୍ତି; ଡିବିଏସ୍‌ ଇଣ୍ଡିଆ ସହିତ ମିଶିବ ଲକ୍ଷ୍ମୀ ବିଳାସ ବ୍ୟାଙ୍କ

ଅଫିସରୁ ବିଳମ୍ବରେ ଫେରୁଥିଲେ ସ୍ୱାମୀ; ଅତିଷ୍ଠ ହୋଇ FIR ଦାଏର କଲେ ମହିଳା

ଗୋଲ୍ଡ‌ ମର୍ସିଡିଜ୍‌ କାର୍‌ ଧରି ବୁଲିଲେ ଚାଷୀ

ବିଳମ୍ବିତ ରାତିରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ‘ନିଭାର’, ପ୍ରବଳ ବର୍ଷା

You might also like