କଳିଯୁଗ ବାପାର କଳା କାରନାମା : ୨ ବର୍ଷରୁ ଶିଶୁ ପୁତ୍ରକୁ ବିକ୍ରି କରି ଗର୍ଲଫ୍ରେଣ୍ଡ ସହ ବୁଲି ବାହାରିଗଲା

ବେଜିଂ : ବାପା ନା ରାକ୍ଷସ । ଗର୍ଲଫ୍ରେଣ୍ଡ ସହ ବୁଲିଯିବା ପାଇଁ କୁନି ଶିଶୁ ପୁତ୍ରକୁ ବିକ୍ରି କରିଦେଲା ସୈତାନ ବାପା । ଆଉ ସେହି ଟଙ୍କାରେ ପୂରା ଦେଶର ଟୁର କରିବାକୁ ବାହାରିଗଲା । ସ୍ତ୍ରୀ ଠାରୁ ଅଲଗା ହେବା ପରେ କୁନି ପୁଅକୁ ପାଳିବା ପାଇଁ ସକ୍ଷମ ନଥିଲା ବାପା । ଫଳରେ ଏପରି ପଦକ୍ଷେପ ନେଇଥିଲା କଳିଯୁଗର ବାପା ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।

ବାପାର କର୍ତ୍ତବ୍ୟ କରିବା ବଦଳରେ ସି ନାମକ ଜଣେ ବ୍ୟକ୍ତି ଏପରି କୁକର୍ମ କରିଛନ୍ତି । ସ୍ତ୍ରୀ ସହିତ ସିଙ୍କର ସବୁବେଳେ ଝଗଡ଼ା ହେଉଥିଲା । ଫଳରେ ଗାଳିଝଗଡ଼ାରେ ଅତିଷ୍ଠ ହୋଇ ସ୍ତ୍ରୀ ତାଙ୍କ ଠାରୁ ଛାଡ଼ପତ୍ର ନେଇଥିଲେ । ଉଭୟଙ୍କର ଦୁଇ ସନ୍ତାନ ଥିଲାବେଳେ ଝିଅକୁ ନିଜ ପାଖରେ ରଖିବା ସହ ପୁଅକୁ ବାପା ପାଖରେ ଛାଡ଼ି ଦେଇଥିଲେ ସଂପୃକ୍ତ ମହିଳା ।

ସ୍ତ୍ରୀ ଠାରୁ ଅଲଗା ହେବା ପରେ ଭିନ୍ନ ଏକ ସହରରେ କାମ କରୁଥିବା ଯୋଗୁଁ କୁନି ପୁଅକୁ ନିଜ ଭାଇ ଓ ତାଙ୍କ ପରିବାର ସହ ଛାଡ଼ି ଦେଇଥିଲେ ସି । ହେଲେ ଗତ ମାସରେ ସେ ଭାଇ ରହୁଥିବା ସହରକୁ ଆସି କୁନି ପୁଅକୁ ସାଥୀରେ ନେଇ ଚାଲି ଯାଇଥିଲା । କୁନି ପୁଅକୁ ତା’ର ମା’ ଦେଖିବା ପାଇଁ କହୁଛି କହି ମିଛ କହି କୁନି ପୁଅକୁ ନେଇଯାଇଥିଲେ ।

ସି ଭାଇର ଘରୁ କୁନି ପୁଅକୁ ନେଇ ଅନ୍ୟ ଜଣକୁ ବିକ୍ରି କରିଦେଇଥିଲେ । ସେପଟ ଅନେକ ଦିନ ପର୍ଯ୍ୟନ୍ତ କୁନି ପୁଅ ନଫେରିବାରୁ ସିଙ୍କ ଭାଇ ବାରମ୍ବାର ଫୋନ୍ କରିଥିଲେ । ହେଲେ ସି ଫୋନ ଉଠାଇବା ବନ୍ଦ କରିଦେଇଥିଲେ । ସନ୍ଦେହ ହେବାରୁ ପୋଲିସକୁ ସୂଚନା ଦେଇଥିଲେ ଅଭିଯୁକ୍ତଙ୍କ ଭାଇ ।

ପୋଲିସର କହିବା ଅନୁସାରେ ସି ନିଜ ପୁଅକୁ ଚଙ୍ଗସୁ ସହରର ହଳେ ନିସନ୍ତାନ ଦମ୍ପତିଙ୍କୁ ବିକ୍ରି କରିଦେଇଛି । ସାଢ଼େ ୨୪ ହଜାର ଡଲାର ଅର୍ଥାତ ପାଖାପାଖି ୧୭ ଲକ୍ଷ ଟଙ୍କାରେ ପୁଅକୁ ବ୍ରିକି କରିଦେଇଥିଛି । ପରେ ଅଭିଯୋଗ ଅନୁସାରେ ପୁଅକୁ ବିକ୍ରି କରି ଗର୍ଲଫ୍ରେଣ୍ଡ ସହ ସହର ଭ୍ରମଣରେ ବାହାରି ଯାଇଥିଲେ ସି ।

You might also like