ବିଶ୍ୱାସଘାତକତା କରିବା ଚୀନର ପୁରୁଣା ଅଭ୍ୟାସ

ନୈନିତାଲ୍‌:‘ଚୀନ୍‌ ଉପରେ କେବେ ବି ବିଶ୍ୱାସ କରାଯାଇ ନ ପାରେ। ବିଶ୍ୱାସଘାତକତା କରିବା ଚୀନର ପୁରୁଣା ଅଭ୍ୟାସ। ବନ୍ଧୁତା ପାଇଁ ଆଗକୁ ହାତ ବଢାଇବା ଆଉ ପଛପଟୁ ଛୁରା ବି ଭୂଷିବ। ଏମିତି ପୂର୍ବରୁ ବି ହୋଇସାରିଛି। ଏବେ ମାମଲା ଆଲୋଚନା ମାଧ୍ୟମରେ ଯଦି ତୁଟୁନି ତେବେ ଭାରତକୁ କଠୋର ପଦକ୍ଷେପ ନେବାକୁ ପଡିବା‘

ଇଣ୍ଡୋ-ଚୀନ ସୀମାନ୍ତରେ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହେବା ପରେ ଶୋକ ପ୍ରକାଶ କରିବା ସହ ନିଜର ଅନୁଭୂତି ବଖାଣିଛନ୍ତି ଜଣେ ପୂର୍ବତନ ସୈନିକ ଏୟାର ମାର୍ଶାଲ ବି.ଡି. ଜାୟଲ।୧୯୫୨ରେ ଚୀନ୍‌ ସହ ହୋଇଥିବା ଯୁଦ୍ଧରେ ଏୟାର ଫୋର୍ସର ଇଷ୍ଣର୍ଣ୍ଣ ସେକ୍ଟରରେ ମୁତୟନ ଥିଲେ ଜାୟଲ। ସେ ସମୟରେ ଅନୁଭୂତିକୁ ମନେ ପକାଇ ସେ କହନ୍ତି, ଚୀନ ଉପରେ କେବେ ବି ଭରସା କରାଯାଇ ନ ପାରେ। ଚୀନ ନିଜକୁ ସୁପରପାୱାର ଭାବୁଛି । ପିଠି ପଟୁ ଛୁରା ଭୂଷି ବିଶ୍ୱାସଘାତକତା କରିବା ଚୀନର ପୁରୁଣା ଅଭ୍ୟାସ।

୧୯୬୨ ଯଦ୍ଧ ସମୟରେ ଚୀନ ସହ ଲଢୁଥିବା ଏୟାର ମାର୍ଶଲ ଜାୟଲ ଏବେ କାମରୁ ଅବସର ନେଇ ସାରିଲେଣି। ତଥାପି ସେ ଦିନକୁ ଭୁଲି ପାରିନାହାନ୍ତି। ସେ କହିଛନ୍ତି, ଚୀନ ସହ ଆଜି ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାହାର କାରଣ ହେଉଛି ଚୀନ ନିଜକୁ ସୁପରପାୱାର ବୋଲି ଭାବିବା। ସେତିକି ନୁହେଁ,  ସେ ସାରା ବିଶ୍ୱରେ ନିଜକୁ ସୁପରପାୱାର କରିବାକୁ ଚାହେଁ। ଏଥିସହିତ ଭାରତକୁ ବି ନିୟନ୍ତ୍ରଣରେ ରଖିବାକୁ ଚାହେଁ। ଚୀନର ଏହି ପ୍ରକୃତି ପାଇଁ ପୃଥିବୀର ସବୁ ବଡ ବଡ଼ ଦେଶ ସହ ଚୀନର ବିବାଦ ରହିଛି। ଚୀନ ତାର ବିସ୍ତାରବାଦୀ ନୀତିକୁ ରୂପ ଦେବା ପାଇଁ ସୀମାବିବାଦକୁ ମାଧ୍ୟମ କରିଛି।

୧୯୬୨ ଚୀନ ଯୁଦ୍ଧରେ ସାମିଲ ହୋଇଥିବା ଅନ୍ୟଜଣେ ଯୋଦ୍ଧା ହେଉଛନ୍ତି ଜଗତ୍ ସିଂ ଦାସିଲା (୮୨ ବର୍ଷ) ଏହି ଯୁଦ୍ଧରେ ସେ ତାଙ୍କର ଅନେକ ସାଥୀଙ୍କୁ ହରାଇଥିଲେ। ସେ ନର୍ଥ ଇଷ୍ଟ ଫ୍ରଣ୍ଟିୟର ଏଜେନ୍ସି(NEFA)ରେ ରହି ଯୁଦ୍ଧ କରୁଥିଲେ। ସେ କହିଛନ୍ତି, ‘ ମୁଁ ବୁଝି ପାରୁଛି,ସାଥୀ ଯବାନଙ୍କୁ ହରାଇ ସୈନିକମାନେ କିପରି ମାନସିକ ସ୍ଥିତିରେ ଥିବେ ମୁଁ ବୁଝି ପାରୁଛି। ତେଣୁ ସରକାର ସେନାମାନଙ୍କର ଭାବନାକୁ ବୁଝି ପଦକ୍ଷେପ ନିଅନ୍ତୁ ଯାହାଦ୍ୱାରା ଆମକୁ ଆଉ ଯେମିତି ଅଧିକ ଯବାନ ହରାଇବାକୁ ନ ପଡେ।

ଚୀନ ସହ ଲଢିଥିବା ଅନ୍ୟଜଣେ ଭାରତୀୟ ଯବା ଅବସରପ୍ରାପ୍ତ ଭାରତୀୟ ଯବାନ କରଣ ସିଂ  କହିଛନ୍ତି, ୧୯୬୨ର ଯୁଦ୍ଧ ଅନେନ ବର୍ଷ ବିତିଗଲାଣି। ହେଲେ ଏଥିରୁ ଆମକୁ ଏକ ଶିକ୍ଷା ମିଳିଥିଲା ଯେ ଚୀନକୁ ଭରସା କରାଯାଇ ନ ପାରେ। ବିଶ୍ୱାସଘାତକତା କରିବା ଚୀନର ଏକ ଅଭ୍ୟାସ। ଏ କ୍ଷେତ୍ରରେ ତାକୁ କଡ଼ା ଜବାବ ଦିଆଯିବା ଉଚିତ୍‌।

ଏହି ପ୍ରସଙ୍ଗ ଉପରେ ନିଜର ମତ ରଖି ରର୍ଟାୟଡ କର୍ନଲ ପ୍ରେମ ଏଣ୍ଡ୍ରୟୁଜ୍‌ କହିଛନ୍ତି, ଚୀନର ବ୍ୟବହାର ଏହି ଅଞ୍ଚଳରେ ପୁରା ଦାଦା ପରି। ଏଥର କିନ୍ତୁ ଭାରତକୁ ଦେଖାଇ ଦେବାକୁ ପଡ଼ିବ ଯେ ଚୀନର ଏପରି ବ୍ୟବହାର ଚଳିବ ନାହିଁ।

 

 

You might also like