ଆମେରିକାକୁ ଧମକ ଦେଇ ଚୀନ କହିଲା-ଉଡାଇ ଦେବୁ

ବେଜିଂ:ପୁଣି ଆମେରିକାକୁ ଧମକ ଦେଇଛି ଚୀନ । ଚୀନ ବାୟୁସେନା (China Air Force) ପକ୍ଷରୁ ଏକ ଭିଡିଓ ଜାରି କରି ଧମକ ଦେଇଛି । ଏହି ଭିଡିଓରେ ଏଚ-୬ ବୋମାବର୍ଷୀ ଏୟାରକ୍ରାଫ୍ଟ ଦ୍‌:ାରା ଏକ ଆକ୍ରମଣ କରାଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏହି ସ୍ଥାନ ଗୁଆମର ଆମେରିକି ପେସିଫିିକ୍ ଆଇଲାଣ୍ଡ ଏଣ୍ଡରସନ ଏୟାର ଫୋର୍ସ ବେସ୍‌୍ ପରି ଦେଖାଯାଉଛି । ଏହି ଭିଡିଓ ପିପୁଲ୍ସ ଲିବରେସନ(Peoples Liberation Army) ଏୟାରଫୋର୍ସ ବିବୋ ଆକାଉଣ୍ଟରୁ ଜାରି କରାଯାଇଛି। ଭିଡିଓ ଜରିଆରେ ତାଇବାନର ରାଜଧାନୀ ତାଇପେରେ ଆମେରିକାର ବିଦେଶ ମନ୍ତ୍ରାଳୟର ଏକ ବରିଷ୍ଠ ଅଧିକାରୀଙ୍କ ଯାତ୍ରା ଉପରେ ନିଜର କ୍ଷୋଭ ପ୍ରକାଶ କରିଛି ଚୀନ ।

ଆମେରିକା ପାଇଁ ଗୁଆମ ଏକ ପ୍ରମୁଖ ସହର । ଏଠାରୁ ଏସିଆ-ପ୍ରଶାନ୍ତ କ୍ଷେତ୍ରର ଯେ କୌଣସି ସଂଘର୍ଷକୁ ଜବାବ ଦେବା ପାଇଁ ଆମେରିକା ସକ୍ଷମ ହୋଇ ପାରିବ । ପଶ୍ଚିମ ପ୍ରଶାନ୍ତ କ୍ଷେତ୍ରରେ ଗୁଆମୀ ଆମେରିକାର ଏକ ଆଇଲାଣ୍ଡ । ଉଷ୍ମକଟିବନ୍ଧୀୟ ସମୁଦ୍ର, ପୁରାତନ ପଥର ସ୍ତମ୍ଭ ପାଇଁ ପ୍ରସିଦ୍ଧ ।
ଚୀନ ବାୟୂ ସେନା ଦ୍‌:ାରା ଜାରି ଏହି ଭିଡିଓ ୨ ମିନିଟ ୧୫ ସେକେଣ୍ଡର । ଏଥିରେ ହଲିଉଡ ଫିଲ୍ମର ଟ୍ରେଲର ପରି ନାଟକୀୟ ଗୀତ ବାଜୁଥିବାର ଦେଖିବାକୁ ମିଳିଛି । ଏହି ଭିଡିଓରେ ଏଚ-୬ ବୋମାବର୍ଷୀ ଭିଡିଓ ମରୁଭୂମି ବେସ୍‌୍‌୍ ଉପରେ ଉଡୁଥିବା ଦେଖିବାକୁ ମଳିଛି । ଭିଡିଓରେ କୁହାଯାଇଛି, ‘ଯୁଦ୍ଧ କା ଦେବତା ଏଚ-୬ କେ ଆକ୍ରମଣ ପାଇଁ ଯାଉଛି ।’ ଭିଡିଓରେ ଜଣେ ପାଇଲଟ ଅଧା ରାସ୍ତାରେ ପାଇଲଟ ଏକ ବଟମ ଦବାଉଛନ୍ତି । ଏହାପରେ ଏକ ଅଜ୍ଞାତ ସମୁଦ୍ର ତଟୀୟ ରନ:େ ଉପରେ ଏକ ମିସାଇଲ ପକାଇ ଦେଉଛନ୍ତି । ମିସାଇଲ ରନେ:ର ଠିକ ଉପରେ ପଡୁଛି । ଭିଡିଓରେ ରନ୍‌୍‌େ: ର ଯେଉଁ ସାଟେଲାଇଟ ଚିତ୍ର ଦେଖିବାକୁ ମିଳିଛି ତାହା ହୁବହୁ ଆଣ୍ଡରସନର ଲେ ଆଉଟ ପରି ଦେଖା ଯାଉଛି । ଏହି ବିସ୍ଫୋରଣ ପରେ ମାଟି ହଲି ଯାଉଥିବା ପରି ଦେଖା ଯାଉଛି । ବାୟୁ ସେନା ଭିିଡିଓ ପାଇଁ ସଂକ୍ଷିପ୍ତରେ ଲେଖିଛି ଆମ ମାତୃଭୂମିର ସୁରକ୍ଷାର ରକ୍ଷକ । ଆମ ପାଖରେ ମାତୃଭୂମିର ଆକାଶକୁ ରକ୍ଷା କରିବା ଲାଗି ଆମର ଆତ୍ମବିଶ୍‌:ାସ ରହିଛି ଏବଂ କ୍ଷମତା ରହିଛି ।
ତେବେ ଏ ନେଇ ଚୀନ ରକ୍ଷା ମନ୍ତ୍ରାଳୟ ଏଂବ ଆମେରିକା ପକ୍ଷରୁ କୌଣସି ଟୀପ୍ପଣି ଦିଆଯାଇ ନାହିଁ ।

ଆହୁରି ପଢ଼ନ୍ତୁ

‘ଶକ୍ତି କ୍ଷେତ୍ରରେ ଭାରତର ଭବିଷ୍ୟତ ଉଜ୍ଜ୍ୱଳ ଓ ସୁରକ୍ଷିତ’

ଭାଇରାଲ ହେଉଛି ରାବଣଙ୍କ ଭାଙ୍ଗଡ଼ା

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଟିମ ଘୋଷଣା

ମଣିଷ ଶରୀରରେ କରୋନା ଟିକା ଦିଆଯିବା ପରେ ଆସିଲା ରୋଚକ ତଥ୍ୟ

କାର୍ଗି‌ଲ୍‌ ଯୁଦ୍ଧକୁ ନେଇ ବଡ ଖୁଲାସା କଲେ ନବାଜ ସରିଫ

ପୁରୁଣା ମ୍ୟାପ ସହ ବିଜୟାଦଶମୀ ବାର୍ତ୍ତା ଦେଲେ ଓଲି

ଡୋଭାଲଙ୍କ ଚେତାବନୀ -‘ବିପଦ ଆସିଲେ ଛାଡ଼ିବୁନି’

ବିଜୟାଦଶମୀରେ ଶସ୍ତ୍ର ପୂଜା ପରେ ଡ୍ରାଗନକୁ ଏମିତି ଚେତାବନୀ ଦେଲେ ପ୍ରତିରକ୍ଷା ମନ୍ତ୍ରୀ

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରୋନା ଆକ୍ରାନ୍ତ

ଯେମିତି ନିର୍ବାଚନ, ସେଇ ପଦ୍ଧତିରେ ହେବ ଦେଶରେ କୋଭିଡ୍ ଟିକାକରଣ

ଆର୍‌ବିଆଇ ଗଭର୍ଣ୍ଣରଙ୍କୁ କରୋନା

ସିଏଏକୁ ନେଇ ମୋହନ ଭାଗବତଙ୍କ ମନ୍ତବ୍ୟରେ କଡ଼ା ପ୍ରତିକ୍ରିୟା ରଖିଲେ ଅସଦୁଦ୍ଦିନ ଓୱେସୀ

You might also like