• translate
Minati Mishra

କାଠମାଣ୍ଡୁ: ନେପାଳର ୧୫୦ ହେକ୍ଟରରୁ ଅଧିକ ଜମି ମାଡ଼ି ବସିଛି ଚୀନ୍‌। ବ୍ରିଟେନ୍‌ର ଏକ ପ୍ରମୁଖ ଖବରକାଗଜରେ ଏ ସଂକ୍ରାନ୍ତ ରିପୋର୍ଟ ପ୍ରକାଶ ପାଇଛି। ତେବ ଚୀନ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ଏପରି ଅଭିଯୋଗ ଭିତ୍ତିହୀନ ବୋଲି ଚୀନ କହିଛି। ଅନ୍ୟପକ୍ଷେ ଭାରତୀୟ ସେନାମୁଖ୍ୟ ଜନରାଲ ଏମ ଏମ ନରୱଣେ ବୁଧବାର ତିନିଦିନିଆ ନେପାଳ ଗସ୍ତରେ ଯାଇଛନ୍ତି। ଏହି ଗସ୍ତ ସମୟରେ ଭାରତ-ନେପାଳ ସୀମା ବିବାଦ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି।

ଖବରକାଗଜରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଚୀନ୍‌ର ପୂର୍ବବର୍ତ୍ତୀ ଡୁବ୍‌ ଅଞ୍ଚଳରେ ଏକ ନଦୀର ପ୍ରବାହ ଦିଗକୁ ମଧ୍ୟ ବଦଳାଇ ଦିଆଯାଇଛି। ହେଲେ ଚୀନ ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ବାଙ୍ଗ ବେନ ଏ ନେଇ ପ୍ରତିକ୍ରିୟା ରଖି କହିଛନ୍ତି ଏହି ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ତେବେ ଏହ ଖବର ପ୍ରମାଣ ସହ ପ୍ରକାଶ କରିବାର ଥିଲା।

ଅନ୍ୟପକ୍ଷେ ଯଥେଷ୍ଟ ପ୍ରମାଣ ତାଙ୍କ ପାଖରେ ଥିବା କଥା ଖବରକାଗଜ ପକ୍ଷରୁ କୁହାଯାଇଛି। ସମାନେ ଏ ସମ୍ପର୍କରେ ନେପାଲ ରାଜନେତାଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ଏବଂ ସେମାନେ ମଧ୍ୟ ଏହି କଥାକୁ ସ୍ୱୀକାର କରିଛନ୍ତି। ତେବେ ଚୀନ୍‌ ପକ୍ଷର ପ୍ରତିକ୍ରିୟା ଚାହିଁଥିଲୁ । ଏ ନେଇ ତାଙ୍କର ସମ୍ପାଦଦାତା ନେପାଳରେ ଥିବା ଚୀନ୍ ଦୂତାବାସକୁ ପ୍ରତିକ୍ରିୟା ପାଇଁ ଯାଇଥିଲେ। ହେଲେ ସେମାନେ ପ୍ରତିକ୍ରିୟା ଦେଇ ନ ଥିଲେ।

 

Other Stories