ଚୀନ ସହ ହାତ ମିଳାଇଲା ପାକିସ୍ତାନ; LoC ନିକଟରେ ମୁତୟନ କଲା ୨୦, ୦୦୦ ଟ୍ରୁପ୍‌ ସୈନ୍ୟ

ନୂଆଦିଲ୍ଲୀ: ଲଦାଖରେ ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ତିକ୍ତତାକୁ ଦୃଷ୍ଟିରେ ରଖି ପାକିସ୍ତାନ ଗିଲ୍‌ଗିଟ-ବାଲ୍‌ଟିସ୍ତାନର LoC ନିକଟରେ ଦୁଇ ଡିଭିଜନ ସେନା ବିଭାଗ ମୁତୟନ କରିଛି। LoC ନିକଟରେ ପାକିସ୍ତାନୀ ସେନାର ପ୍ରାୟ ୨୦, ୦୦୦ ଟ୍ରୁପ୍‌ ସୈନ୍ୟ  ମୁତୟନ ହୋଇଛନ୍ତି। ଭାରତ ଉପରେ ଚାପ ପ୍ରୟୋଗ କରିବା ପାଇଁ ପାକିସ୍ତାନ ଏପରି କରୁଥିବା କୁହାଯାଉଛି। ଏପରିକି ଏହା ପଛରେ ଚୀନ୍‌ର ନିର୍ଦ୍ଦେଶ କାର୍ଯ୍ୟ କରୁଛି ବୋଲି ଆଶଙ୍କା କରାଯାଉଛି।

ଇକ୍‌ନମିକ ଟାଇମ୍‌ସ ସୂତ୍ରରୁ ପ୍ରକାଶ ଯେ, ଚୀନ ଅଧିକାରୀ ଜମ୍ମୁ-କାଶ୍ମୀରରେ ହିଂସା ବୃଦ୍ଧି କରିବା ପାଇଁ ଆତଙ୍କବାଦୀ ଗୋଷ୍ଠୀ ସହ ଆଲୋଚନା କରୁଛନ୍ତି। ଏଥିରୁ ସ୍ପଷ୍ଟ ସୂଚନା ମିଳୁଛି ଯେ, ଭାରତ ବିରୋଧରେ ସୀମାରେ ଚୀନ-ପାକିସ୍ତାନ ହାତ ମିଳାଇଛନ୍ତି। ଏହି କାରଣରୁ କାଶ୍ମୀରର ପଶ୍ଚିମ ସୀମାରେ ଉତ୍ତେଜନା ବୃଦ୍ଧି କରିବା ପାଇଁ ପାକିସ୍ତାନ ୨୦ ହଜାର ସେନା ମୁତୟନ କରିଛି।

ଖବର ଅନୁଯାୟୀ, ବାଲାକୋଟ ଏୟାର ଷ୍ଟ୍ରାଇକ୍ ସମୟରେ ପାକିସ୍ତାନ  ଯେତିକି ସୈନ୍ୟ ମୁତୟନ କରିଥିଲା ଏଥର ତା ଠାରୁ ଅଧିକ ସୈନ୍ୟ ନିୟୋଜିତ କରିଛି।   ଏଥି ସହିତ ପାକିସ୍ତାନର ଏୟାର ଡିଫେନ୍ସ ରାଡାର ମଧ୍ୟ ୨୪ ଘଣ୍ଟା ପାଇଁ ସମଗ୍ର ଅଞ୍ଚଳ ଉପରେ ନଜର ରଖିଛି। ଗୋଟିଏ ପଟେ ପାକିସ୍ତାନ ଏବଂ ଚୀନ୍ ସୀମାରେ ସୈନ୍ୟ ମୁତୟନ ଏବଂ ଅନ୍ୟପଟେ ଆତଙ୍କବାଦୀଙ୍କୁ ଉତ୍ସାହିତ କରିବା ପାଇଁ ଉଦ୍ୟମ-ଏପରି ସ୍ଥିତିରେ ଭାରତକୁ ଦୁଇ ଦୁଇଟି ଯୁଦ୍ଧ କରିବାକୁ ପଡ଼ିବ।

କୁହାଯାଉଛି ଯେ ନିକଟ ଅତୀତରେ ଚୀନ୍ ଏବଂ ପାକିସ୍ତାନର ସାମରିକ ଅଧିକାରୀଙ୍କ ମଧ୍ୟରେ ବୈଠକ ହୋଇଛି। ଏହା ପରେ ପାକିସ୍ତାନ ଉତ୍ତରରେ ଲଦାଖକୁ ଲାଗିଥିବା ଗିଲଗିଟ୍‌-ବାଲଟିସ୍ଥାନରେ ୨୦, ୦୦୦ ସୈନ୍ୟ ମୁତୟନ କରିଛି।

 

ଆହୁରି ପଢ଼ନ୍ତୁ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

କୃଷି ବିଲ୍‌ ବିରୋଧରେ ଚାଷୀଙ୍କ ‘ଭାରତ ବନ୍ଦ’ ଡାକରା ଆଜି

କମିଲା ସୁନା ଓ ରୂପା ଦର

You might also like