ତାଇବାନ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଲା ଆମେରିକା, କାହିଁକି ଫିଡିକିଲା ଚାଇନା

ବେଜିଂ:ତାଇବାନ ରାଷ୍ଟ୍ରପତି ସାଇ ଇଂଗ ୱେନ ପୁଣି ଥରେ କ୍ଷମତାକୁ ଫେରିବା ପରେ ଆମେରିକା ଟ୍ରମ୍ପ ପ୍ରଶାସନ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେବା ପରେ ଫିଡିକି  ଉଠିଛି ଚୀନ । ଚୀନ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଆମେରିକାର ବିଦେଶ ମନ୍ତ୍ରୀ ତାଇବାନ ରାଷ୍ଟ୍ରପତି ସାଇ ଇଂଗ ୱେନଙ୍କୁ ଶୁଭେଚ୍ଛା ଜଣାଇ ଚୀନ-ତାଇବାନ ସମ୍ପର୍କ ତଥା ଚୀନ-ଆମେରିକା ସମ୍ପର୍କରେ ତିକ୍ତତା ସୃଷ୍ଟି କରୁଛନ୍ତି । ସେତିକି ନୁହେଁ, ଏହି ଅଞ୍ଚଳର ଶାନ୍ତି ପ୍ରତି ମଧ୍ୟ ବିପଦ ସୃଷ୍ଟି କରୁଛନ୍ତି ।

ଏ ନେଇ ଚୀନ ବିଦେଶ ମନ୍ତ୍ରାଳୟ ଆମେରିକାକୁ ଖୋଲାଖୋଲି ଧମକ ଦେଇଛି। ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ଏହା ବିରୋଧରେ ଆମ ଦେଶ କଠୋର ପଦକ୍ଷେପ ନେବ । ଆମେରିକାକୁ ଏହାର ପରିଣାମ ଭୋଗିବାକୁ ପଡ଼ିବ ।

ଏଠି କହି ରଖିବୁ, ଚୀନ-ଆମେରିକା କରୋନା ଭାଇରସକୁ ନେଇ ମୁହାଁମୁହିଁ ହୋଇଛନ୍ତି । ଡୋନାଲ୍ଡ ଟ୍ରମ୍ପ ଏହି ବିଶ୍ୱ ମହାମାରୀ ପାଇଁ ଚୀନକୁ ଦାୟୀ କରିଛନ୍ତି । ଏ ନେଇ ଚୀନ-ଆମେରିକା ମଧ୍ୟରେ ବିବାଦ ଲାଗି ରହିଥିବେଳେ ତାଇବାନର ରାଷ୍ଟ୍ରପତି ଭାବେ ପୁନର୍ବାର କ୍ଷମତାକୁ ଫେରିଛନ୍ତି ସାଇ ଇଂଗ ୱେନ । ଆମେରିକା ବିଦେଶ ମନ୍ତ୍ରୀ ମାଇକ ପୋମ୍ପିଓ ତାଙ୍କୁ ଶୁଭକାମନା ଜଣାଇବା ସହ କହିଥିଲେ ‘ତାଇବାନ ଲୋକତନ୍ତ୍ର ତଥା ସାରା ବିଶ୍ୱ ପାଇଁ ଏକ ପ୍ରେରଣା । ରାଷ୍ଟ୍ରପତି ସାଇଙ୍କ ତେତୃତ୍ୱରେଚ ଚାଲିଥିବା ତାଇବାନ ସହ ଆମର ସମ୍ପର୍କ ଭଲ ରହିବ ।’
ଅନ୍ୟପକ୍ଷେ ଚୀନ ସହ ତାଇବାନ ବିବାଦ ଚରମ ସୀମାରେ ପହଞ୍ଚିଞ୍ଚିଛି । ଚୀନ ତାଇବାନକୁ ତାର ଏକ ଅଭିନ୍ନ ଅଂଗ ବୋଲି ଭାବୁଥିବାବେଳେ ତାଇବାନ ନିଜକୁ ସ୍ୱତନ୍ତ୍ର ଦେଶ ବୋଲି କହି ଆସୁଛି । ତାଇବାନ ରାଷ୍ଟ୍ରପତି ଭାବେ ତ୍ସାଇ ଇଂଗ ଭେନ ରେକର୍ଡ ସଂଖ୍ୟକ ଭୋଟ ପାଇଁ ପୁନଃ ନିର୍ବାଚିତ ହୋଇଛନ୍ତି । ଏହି ଅବସରରେ ସେ ଚୀନ ରାଷ୍ଟ୍ରପତି ଜିନିପିଙ୍ଗଙ୍କ ସହ ସୌଜନ୍ୟମୁଳକ କଥାବାର୍ତ୍ତା ବି କରିଥିଲେ ।
ନିର୍ବାଚିତ ରାଷ୍ଟ୍ରପତି ତଥା ୬୩ ବର୍ଷ ବୟସ୍କ ତ୍ସାଇ ଇଂଗ ଭେନ କାର୍ଯ୍ୟଭାର ସମ୍ଭାଳିବା ପୂର୍ବରୁ ତାଇପେରେ ଏକ ପରେଡ ସୋର ଆୟୋଜନ କରିଥିଲେ । ଏହି ଅବସରରେ ସେ କହିଥିଲେ, ଚୀନ ସହ କଥାବାର୍ତ୍ତା ହେବ କିନ୍ତୁ ଗୋଟିଏ ଦେଶ ଦୁଇଟି ସିଷ୍ଟମ୍‌ ଉପରେ ନୁହେଁ । ତ୍ସାଇ ଇଂଗ ଭେନ ତାଙ୍କର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକାଳ ମଧ୍ୟରେ ଚୀନ ସହ ସବୁ ପ୍ରକାର ସମ୍ପର୍କ ଛିନ୍ନ କରି ଦେଇଥିଲେ । ଏପରିକି ଚୀନ ସରକାର ତାଇବାନ ଉପରେ ସେନା କାର୍ଯ୍ୟକଳାପ ନେଇ ଧମକ ବି ଦେଇଥିଲେ ।
ସୂଚନାଥାଉ କି, ୧୯୪୯ରେ ମାଓତ୍‌‌ସେ ତୁଙ୍ଗଙ୍କ ନେତୃତ୍ୱରେ କମ୍ୟୁନିଷ୍ଟ ପାର୍ଟିର ଚିୟାଙ୍ଗ କାଈ ଶେକଙ୍କ ନେତୃତ୍ୱରେ କାମିଙ୍ଗତାଙ୍ଗ ସରକାରଙ୍କୁ ଗାଦିଚ୍ୟୁତ କରି ଦେଇଥିଲେ । ଏହା ପରେ ଚିୟାଙ୍ଗ ଶେକ୍‌ ତାଇବାନ ଦ୍ୱୀପକୁ ଯାଇ ସେଠାରେ ନିଜ ସରକାର ଗଠନ କଲେ । ସେ ସମୟରେ କମ୍ୟୁନିଷ୍ଟ ପାର୍ଟି ପାଖରେ ଶକ୍ତିଶାଳୀ ନୌସେନା ନ ଥିଲେ । ସେଥିପାଇଁ ସେ ସମୁଦ୍ର ପାର ହୋଇ ଏହି ଦ୍ୱୀପ ଉପରେ ନିଜର ଅଧିକାର ସାବ୍ୟସ୍ତ କରିପାରିଲେ ନାହିଁ । ସେହି ଦିନଠାରୁ ତାଇବାନ ନିଜକୁ ରିପବ୍ଲିକ ଅଫ ଚାଇନା ବୋଲି ଦାବି କରି ଆସୁଛି ।
ହେଲେ ଚୀନ ଏହାକୁ ସ୍ୱୀକାର କରୁନାହିଁ । ବରଂ ତାଇବାନକୁ ନିଜର ଏକ ଅଙ୍ଗ ବୋଲି ମାନି ଆସୁଛି । ଚୀନ କମ୍ୟୁନିଷ୍ଟ ପାର୍ଟି ଏଥିପାଇଁ ସେନାକୁ ମଧ୍ୟ ବ୍ୟବହାରୂ କରି ଆସିଛି । ଏବେ ତାଇବାନ ପାଖରେ ନିଜର ସେନା ମଧ୍ୟ ଅଛି ଆଉ ଆମେରିକାର ସମର୍ଥନ ମଧ୍ୟ ରହିଛି । ତେବେ ତାଇବାନରେ ଯେବେଠାରୁ ଡେମୋକ୍ରାଟିକ ପ୍ରୋଗ୍ରେସିଭ ପାର୍ଟି କ୍ଷମତାକୁ ଆସିଛି ସେବେଠାରୁ ଚୀନ ସହ ତାଇବାନର ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଛି ।

You might also like