ଭାରତ ପରେ ନେପାଳ ସୀମାରେ ଚୀନର ଦାଦାଗିରି; ନିଜ କବ୍‌ଜାକୁ ନେଲା ୩୩ ହେକ୍କର ଅଞ୍ଚଳ

କାଠମାଣ୍ଡୁ: ଭାରତ ସୀମା ଉପରେ ନଜର ପକାଇଥିବା ଚୀନ ଏବେ ପୁଣି ନେପାଳ ସୀମା ଉପରେ ନଜର ପକାଇଛି। ନେପାଳ କୃଷି ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା କ୍ରମେ ଦେଶର ପ୍ରାୟ ୧୦ଟି ସ୍ଥାନ  ଚୀନ ନିଜ କବ୍‌ଜାକୁ ନେଇ ଯାଇଛି। ସେତିକି ନୁହେଁ, ପେଇଚିଂ ୩୩ ହେକ୍ଟର ଜମିରେ ନଦରର ଧାରାକୁ ବଦଳାଇ ଏହାକୁ ପ୍ରାକୃତିକ ସୀମା କରି ଦେଇଛି ଏବଂ ଏହାକୁ ନିଜ କବ୍ଜାରେ ରଖିଛି। ଭାରତୀୟ ସୀମାକୁ ନିଜର ବୋଲି କହି ନୂଆ ମ୍ୟାପ୍‌ ଜାରି କରିଥିବା ନେପାଳ ଚୀନର ଏପରି ହରକତ୍‌କୁ ଦେଖିବା ପରେ ନୀରବ ରହିଥିଲେ ମଧ୍ୟ ଚୀନ୍‌ର ଡର ତାକୁ ଘାରିଛି।

ନେପାଳ କଂଗ୍ରେସ ଉପାଧ୍ୟକ୍ଷ ତଥା ଦେଶର ପୂର୍ବ ଉପପ୍ରଧାନମନ୍ତ୍ରୀ ବିମଳେନ୍ଦ୍ର ନିଧି ଅଭିଯୋଗ କରିଛନ୍ତି, ଚୀନ ଜବରଦସ୍ତ ନେପାଳ ସୀମା ଉପରେ କବ୍‌ଜା କରି ରଖିଛି। ତୁରନ୍ତ ଏହାର ପ୍ରତିକାର କରିବା ପାଇଁ  କେପି ଓଲି ସରକାରଙ୍କ ପାଖରେ ବି କରିଛନ୍ତି। ଚୀନ  ହିମାଳୟ ଏବଂ ନେପାଳୀ ଗାଁ ରୁଇକୁ  ନିଜ କବଜାକୁ ନେଇଥିବାରୁ ଏହାକୁ ବିରୋଧ କରିବା ପାଇଁ ସେ ଦାବି କରିଛନ୍ତି।

କୁହାଯାଉଛି, ସଡକ ନିର୍ମାଣ ନାଁରେ ଚୀନ ନେପାଳର ଏହି ଇଲାକା ଉପରେ ନିଜର କାୟା ବିସ୍ତାର କରୁଛି। ନେପାଳ ସରକାରଙ୍କ କୃଷି ମନ୍ତ୍ରାଳୟର ସର୍ଭେ ଡିପାର୍ଟମେଣ୍ଟ ଏପରି ୧୧ଟି ସ୍ଥାନର ତାଲିକା ପ୍ରସ୍ତୁତ କରିଛି ଯେଉଁଥିରୁ ୧୦ଟି ସ୍ଥାନକୁ ଚୀନ ନିଜ କବ୍ଜାକୁ ନେଇଛି। ସେତିକି ନୁହେଁ, ଏହାକୁ ନିଜର ବୋଲି ସିଦ୍ଧ କରିବା ପାଇଁ ଗ୍ରାମ ସୀମାନ୍ତରେ ଥିବା ସ୍ତମ୍ଭକୁ ହଟାଇ ଦେଇଛି।

ଏଠି କହିରଖିବୁ, ତିବ୍ବତ ସ୍ୱାୟତ୍ତ କ୍ଷେତ୍ରରେ ସଡକ ସଂଯୋଗ କରିବା ପାଇଁ ଚୀନ ନିର୍ମାଣ କାମ ଆରମ୍ଭ କରିଛି। ଏହାଦ୍ୱାରା ନଦୀ ଏବଂ ଏହାର ଶାଖାନଦୀ ଗୁଡିର ରାସ୍ତା ବଦଳି ଯାଇଛି। ଯାହା ଫଳରେ ଏହି ନଦୀ, ଶାଖାନଦୀ ଆଉ ନେପାଳ ଆଡ଼କୁ ବହି ଯାଇନାହିଁ। ଯଦି ଏପରି ଜାରି ରୁହେ ତେବେ ନେପାଳର ଏକ ବଡ ଅଂଶ ଚୀନ ପକ୍ଷରୁ ଚାଲିଯିବ ବୋଲି ANI କହିଛି।

ଚୀନ ନେପାଳର ସୀମାକୁ କବ୍ଜା କରିବା ସହ ଅନୁପ୍ରବେଶ ବୃଦ୍ଧି କରୁଥିବାବେଳେ ନେପାଳ ଚୁପ୍‌ ବସିଛି। ଚୀନକୁ ବିରୋଧ କରିବା ପରିବର୍ତ୍ତେ କେପି ଶର୍ମା ଓଲି ସରକାର ଅନାବଶ୍ୟକଭାବେ ଭାରତ ସୀମା ଉପରେ ହସ୍ତକ୍ଷେପ କରୁଛି। ନୂଆ ନକ୍ସା କରିବା ପରେ ନେପାଳ ସରକାର ଗଣ୍ଡକ ବ୍ୟାରେଜ ବନ୍ଧ ନିର୍ମାଣ କାମରେ ବାଧା ସୃଷ୍ଟି କରୁଛି। ଏହି ବ୍ୟାରେଜ ଯୋଗୁ ମୌସୁମୀରେ ବିହାରରେ ବନ୍ୟର ଭୟ ରହୁଛି। ମିଳିଥିବା ସୂତ୍ରରୁ ଜଣାଯାଇଛି, ଚୀନ୍‌ର ଇଶାରାରେ ନେପାଳ ଏପରି କରୁଛି।

ଆହୁରି ପଢ଼ନ୍ତୁ

ଦୁର୍ଗମ ଅଞ୍ଚଳରେ ଚିଠି ବାଣ୍ଟିବା ପାଇଁ ଦୈନିକ ଚାଲୁଛନ୍ତି ୧୫ କିମି ରାସ୍ତା

ବିଜେପି ନେତା ଓ ପରିବାର ହତ୍ୟା ଘଟଣାରେ ପୁଲିସ୍‌ ହାତରେ ଲାଗିଲା ବଡ଼ ପ୍ରମାଣ

କରୋନା ସନ୍ଦେହରେ ଯୁବତୀଙ୍କୁ ଚଳନ୍ତା ବସ୍‌ରୁ ଠେଲିଦେଲେ

ଚାଇନାକୁ ଦୃଢ଼ ଯବାବ ଦେଇଛି ଭାରତ

କେମିତି ବିକାଶକୁ ଗରିଫ କଲା ପୋଲିସ ? ପୁରା ଘଟଣା ଥିଲା ଏମିତି

୨୭୮ ପୋଲିସ କର୍ମଚାରୀ କରୋନା ପଜିଟିଭ

ଦେଶରେ କରୋନା ରେକର୍ଡ; ୨୪ ଘଣ୍ଟାରେ ୨୫ ହଜାର ଆକ୍ରାନ୍ତ ଚିହ୍ନଟ

ଫେସବୁକ୍,‌ ଟିକ୍‌‌ଟକ୍‌ ପରି ଆପ୍‌ ବ୍ୟବହାର ନ କରିବାକୁ ସେନାକୁ ନିର୍ଦ୍ଦେଶ

ସାମୟିକ ଋଣ ଉପରେ ସୁଧ ହାର ହ୍ରାସ କଲା ଏସ୍‌ବିଆଇ

ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଗିରଫ

ମୃତ୍ୟୁ ଭୟରେ ନ୍ୟୁଜ ଚାନେଲ୍‌ରେ ଆତ୍ମସର୍ମପଣ କରିବାକୁ ଚାହୁଁଛି ବିକାଶ ଦୁବେ

ଏନ୍‌କାଉଣ୍ଟରରେ ଅପରାଧୀ ବିକାଶ ଦୁବେର ୨ ସହଯୋଗୀ ନିହତ

You might also like