ବଢିଯାଇଛି ଏଭରେଷ୍ଟର ଉଚ୍ଚତା

କାଠମାଣ୍ଡୁ : ଏଭରେଷ୍ଟ ଉଚ୍ଚତାକୁ ନେଇ ଅନେକ ସମୟରେ ବହୁବିବାଦ ଦେଖିବାକୁ ମିଳିଛି । ତେବେ ପୁଣି ଥରେ ଆଜି ଏନେଇ ବିବାଦ ଦେଖାଦେଇଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ୨୦୧୫ ମସିହାରେ ନେପାଳରେ ଆସିଥିବା ପ୍ରଳୟଙ୍କାରୀ  ଭୂ-କମ୍ପ ପରେ ଏଭରେଷ୍ଟର ଉଚ୍ଚତା କମିଯାଇଛି । ସ୍ଥାନୀୟ ସରକାରଙ୍କ ସର୍ବକ୍ଷେଣ ବିଭାଗ ଏହାକୁ ମାପିବାର ଦାୟିତ୍ୱ ନେଇଛି । ଏଭରେଷ୍ଟ ସମ୍ପର୍କରେ ଚୀନ ଓ ନେପାଳରେ ଭିନ୍ନ ଭିନ୍ନ ତଥ୍ୟ ପ୍ରକାଶ ପାଉଛି ।

ବର୍ତ୍ତମାନ ସମୟରେ ଏଭରେଷ୍ଚର ଉଚ୍ଚତା ୮୮୪୮.୮୬ ରହିଥିବା ନେଇ ସୂଚନା ମିଳିଛି । ଏହି ଉଚ୍ଚତା ସମ୍ପର୍କରେ ନେପାଳ ଓ ଚୀନର ମନ୍ତ୍ରୀ ସୂଚନା ଦେଇଛନ୍ତି । ଏଭରେଷ୍ଟର ଉଚ୍ଚତା ୮୬ ସେଂଟିମିଟର ବଢିଥିବା ନେଇ ସୂଚନା ରହିଛି । ସାରା ବିଶ୍ୱ ଜାଣିଛି ଯେ, ନେପାଳରେ ୨୦୧୫ ମସିହାରେ କିପରି ଭାବରେ ଭୟଙ୍କର ଭୂ-କମ୍ପ ଆସିଥିଲା । ତେବେ ସେହି ସମୟରୁ ହିଁ ଏପରି ଆଶଙ୍କା ବଢିବାରେ ଲାଗିଛି । କାରଣ ଭୂକମ୍ପରେ ଏଭରେଷ୍ଟର ଅନେକ କ୍ଷତି ଘଟିଥିଲା ।

ତେଣୁ ଏଭରେଷ୍ଟର ଉଚ୍ଚତା କମିଯାଇଥିବ ବୋଲି ଅନୁମାନ କରାଯାଉଛି । ଏପରି ଆକଳନ ସାଧାରଣ ଲୋକ ନୁହେଁ ବରଂ ବୈଜ୍ଞାନିକ ମାନେ ମଧ୍ୟ ଆଶଙ୍କା କରୁଥିଲେ । ତେବେ ଚୀନ ପକ୍ଷରୁ ମଧ୍ୟ ଏଭରେଷ୍ଟର ଉଚ୍ଚତା ମପାଯାଉଥିବା ଜଣାଯାଇଛି । ଗ୍ଲୋବାଲ ସେଟେଲାଇଟ୍ ସିଷ୍ଟମ ଦ୍ୱାରା ଏହାର ଉଚ୍ଚତା ମପାଯାଇଥିବା ଚୀନ କହିଛି । ଏହି ଅଭିଯାନରେ ଚୀନର ପ୍ରାକୃତିକ ସମ୍ପଦ ମନ୍ତ୍ରଣାଳୟର ଅଧିକାରୀ ଉପସ୍ଥିତ ଥିବା ଜଣାଯାଇଛି ।

You might also like