ଲିପୁଲେଖ ପାସ୍ ପାଖରେ ସେନା ଠୁଳ କରୁଛି ଚୀନ; ଭାରତ ବି ହେଉଛି ପ୍ରସ୍ତୁତ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଲିପୁଲେଖ ପାସ୍ ପାଖରେ ବାସ୍ତବ ନିୟନ୍ତ୍ରଣ ରେଖା ନିକଟରେ ଚୀନ୍ ତାର ସୈନ୍ୟ ମୁତୟନକୁ ଆହୁରି ବୃଦ୍ଧି କରିଛି। ଏଲ୍ଏସି ପାଖରେ ଅଧିକ ଗୋଟିଏ ବାଟାଲିଅନ ପିଏଲ୍ଏ ଯବାନ ମୁତୟନ ହୋଇଛନ୍ତି। ଲଦାଖ ବାହାରେ ଏଲ୍ଏସି ପାଖରେ ଗତ ସପ୍ତାହ ମଧ୍ୟରେ ଚୀନ୍ ସୈନ୍ୟ ସଂଖ୍ୟା ବଢ଼ାଇ ଚାଲିଥିବା ସୂତ୍ରରୁ ଜଣାପଡ଼ିଛି।

ମେ ମାସରେ ଲଦାଖରେ ଚୀନ୍ ସେନା ଓ ଭାରତୀୟ ଯବାନଙ୍କ ମଧ୍ୟରେ ମୁହାଁମୁହିଁ ପରେ ଜୁନ୍ ୧୫ରେ ଉଗ୍ରରୂପ ଧାରଣ କରିଥିଲା। ଦୁଇ ପକ୍ଷଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିବାବେଳେ ଚୀନ୍ ପଟୁ ୪୩ ଜଣଙ୍କର ପ୍ରାଣ ହରାଇଥିଲେ। ଦୀର୍ଘ ୪୫ ବର୍ଷ ପରେ ଭାରତ ଓ ଚାଇନା ମଧ୍ୟରେ ଏଭଳି ଯୁଦ୍ଧ ଦେଖିବାକୁ ମିଳିଥିଲା।

ଏହାପରେ ଦୁଇ ଦେଶ ମଧ୍ୟରେ ପର୍ଯ୍ୟାୟକ୍ରମେ ସାମରିକ ଓ କୂଟନୈତିକ ଆଲୋଚନା ପରେ ଦୁଇ ଦେଶ ସେନା ଅପସାରଣ କରିଥିଲେ। ଦୁଇ ସେନା ମଧ୍ୟରେ ସଂଘର୍ଷର ୩ ସପ୍ତାହ ପରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ୍ ଡୋଭାଲ୍ ଓ ଚାଇନା ବିଦେଶ ମନ୍ତ୍ରୀ ୱାଙ୍ଗ ୟିଙ୍କ ମଧ୍ୟରେ ଫୋନ୍‌ରେ ଆଲୋଚନା ହୋଇଥିଲା । ଏହି ଆଲୋଚନା ପରେ ଦୁଇ ଦେଶ ସୀମାରେ ସେନା ହଟାଇବାକୁ ରାଜି ହୋଇଥିଲେ।

ହେଲେ ଏବେ ଚୀନ୍ ଲଦାଖ ପରେ ଏବେ ଲିପୁଲେଖ ପାସରେ ସୈନ୍ୟ ସଂଖ୍ୟା ବଢ଼ାଇଛି। ସେପଟେ ଭାରତ ପକ୍ଷରୁ ଚୀନ୍ ସୀମାରେ ଅତିରିକ୍ତ ୩୫ ହଜାର ଯବାନ ମୁତୟନ ଲାଗି ପଦକ୍ଷେପ ନେଇଛି।

ଅନ୍ୟପଟେ ସାଉଥ୍‌ ଚାଇନା ସି’କୁ ନେଇ ଆମେରିକା ଓ ଚୀନ୍ ମଧ୍ୟରେ ବିବାଦ ଦେଖାଦେଇଛି। ଚୀନ୍‌ର ଅବାଧ ପ୍ରବେଶକୁ ବରଦାସ୍ତ କରାଯିବା ନାହିଁ ବୋଲି ଆମେରିକା ବୈଦେଶିକ ସଚିବ ମାଇକ ପମ୍ପିଓ କହିଛନ୍ତି।

ଆହୁରି ପଢ଼ନ୍ତୁ

କେରଳ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଲେ ଏହି ଗୋଲ୍ଡ ମେଡାଲିଷ୍ଟ ପାଇଲଟ

ଏୟାର ଇଣ୍ଡିଆ ଫ୍ଲାଇଟ୍ କ୍ରାସ ଲ୍ୟାଣ୍ଡିଂ; ଦୁଇ ପାଇଲଟଙ୍କ ସମେତ ୧୫ ମୃତ

ବିଶ୍ୱ ପାଇଁ ସତର୍କ ଘଣ୍ଟି; ଚୀନ୍‌ରେ ମାତୁଛି ଆଉ ଏକ ଭୟଙ୍କର ଭୂତାଣୁ, ଗଲାଣି ୭ ଜୀବନ ୬୦ ଆକ୍ରାନ୍ତ

ଲୁଟେରୀ ଦୁଲହନ! ଫସେଇକି ଲୁଟିନେଲା କୋଟି କୋଟି ଟଙ୍କା

ଲକଡାଉନ୍‌ରେ ନିଆରା କାମ କରି ପ୍ରେରଣା ସାଜିଲେ ରାଜ୍ୟପାଳ

ସରିଲା ଅପେକ୍ଷା, ସେପ୍ଟେମ୍ବରରେ ଆସିବ କରୋନା ଭ୍ୟାକସିନ୍!

ଇଡିରେ ହାଜର ହେଲେ ରିୟା ଚକ୍ରବର୍ତ୍ତୀ

ସାବଧାନ! ଏହି ୬ଟି କାର୍ଯ୍ୟ କଲେ ହୋଇଯିବେ କାଙ୍ଗାଳ

ଚାଷୀଙ୍କ ପାଇଁ ଖୁସି ଖବର, ପ୍ରଥମଥର ପାଇଁ ଗଡ଼ିଲା ସ୍ୱତନ୍ତ୍ର ଟ୍ରେନ୍‌

ଭୂସ୍ଖଳନରେ ଚାଲିଗଲା ୫ ଜୀବନ

ଟ୍ରାକ୍ଟର ସାହାଯ୍ୟରେ ବାହାରିଲା ଗାଈ ଦୁଗ୍ଧ, ଭିଡିଓ ଶେୟାର କଲେ ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ୍‌

ଏବେ ‘ହ୍ୱାଟ୍ ଟୁ ଥିଙ୍କ୍’ ନୁହେଁ, ‘ହାଓ ଟୁ ଥିଙ୍କ୍’ ଉପରେ ଫୋକସ୍

You might also like