ଭୟଭୀତ ଚୀନ୍ ! ସାମ୍ନାରୁ ନୁହେଁ ବରଂ ପଛରୁ ଆକ୍ରମଣ କରିବାକୁ କରୁଛି କି ଚେଷ୍ଟା?

ଭୟଭୀତ ଚୀ

ନୂଆଦିଲ୍ଲୀ: ଭାରତକୁ ରାଫେଲ୍ ଆସିବା ପରେ ଭୟଭୀତ ଚୀନ୍। ମୁହାଁମୁହିଁ ହେବାକୁ ଦେଉଛି ପଛଘୁଞ୍ଚା। ଏବେ ସାମ୍ନାରୁ ନୁହେଁ, ପଛ ପଟୁ ଆକ୍ରମଣ କରିବାକୁ ଯୋଜନା କରିଛି। ଏହା ସହ ଶକ୍ତି ବୃଦ୍ଧି ପାଇଁ ପ୍ରୟାସ ଆରମ୍ଭ କରି ଦେଇଛି। ଏଥି ପାଇଁ ପାକିସ୍ତାନ ସହ ହାତ ମିଳାଇଛି ଚାଇନା। ଏମିତିକି ନିଜର ଭିତ୍ତିଭୂମି ସଜାଡିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ଦେଇଛି।

ଭାରତୀୟ ବାୟୁ ସେନାର ଶକ୍ତି ବୃଦ୍ଧି ଯୋଗୁଁ ଚୀନ୍ ବାୟୁସେନା ଭୟଭୀତ ଅବସ୍ଥାରେ ରହିଛି। ଯଦି କୌଣସି ମୂହୁର୍ତ୍ତରେ ଭାରତ ଆକ୍ରମଣ କରି ଦିଏ, ତେବେ ହାରିବା ନିଶ୍ଚିତ ବୋଲି ଜାଣି ସାରିଛି ଚୀନ। ଏଥି ପାଇଁ ଶକ୍ତିଶାଳୀ ରାଫେଲ ଆକ୍ରମଣକୁ ଏଡାଇବା ପାଇଁ ଚୀନ୍ ବର୍ତ୍ତମାନ ନୂଆ ପ୍ରକାର ହ୍ୟାଙ୍ଗର ନିର୍ମାଣ କରୁଛି। ଯେଉଁଠାରେ ତିଆରି ହୋଇପାରିବ ଯୁଦ୍ଧ ଜାହାଜ। ଏହା ସହ ଏୟାର ଷ୍ଟ୍ରିପକୁ ମଧ୍ୟ ଅପଡେଟ୍ କରିବା ଯୋଜନା ରଖିଛି। ଏସବୁ କାମ ପାଇଁ ଚୀନ୍ ପଡୋଶୀ ପାକିସ୍ତାନର ସାହାଯ୍ୟ ନେଉଛି। ବାଲାକୋଟ ଏୟାର ଷ୍ଟ୍ରାଇକରୁ ଶିକ୍ଷା ଗ୍ରହଣ କରି ଚୀନ୍ ପରିବର୍ତ୍ତନ କରୁଛି ବୋଲି ଗୁଇନ୍ଦା ରିପୋର୍ଟରେ ଦର୍ଶାଯାଇଛି।

ବାଲାକୋଟରେ ଭାରତୀୟ ବାୟୁସେନା ଯେଉଁ ଭଳି ଭାବେ ଆତଙ୍କବାଦୀଙ୍କ କ୍ୟାମ୍ପ ଭିତରରେ ପଶି ଏୟାର ଷ୍ଟ୍ରାଇକ କରିଛି, ତାହାକୁ ଶୁଣି ଥରହର ହୋଇଯାଇଛି ଚୀନ। ଏଥି ପାଇଁ ଚୀନ୍ ବର୍ତ୍ତମାନ ଚାରି ପାଖରେ ବନ୍ଦ ହ୍ୟାଙ୍ଗର ତିଆରି କରୁଛି। ଯେଉଁଠାରେ ସେ ନିଜର ଯୁଦ୍ଧ ବିମାନକୁ ସୁରକ୍ଷିତ ଭାବେ ରଖି ପାରିବ। ଆଉ ଏଥିପାଇଁ ହ୍ୟାଙ୍ଗରର କାନ୍ଥଗୁଡିକ ୩ ମିଟର ମୋଟୋଇରେ ତିଆରି କରାଯାଉଛି।

ଅନ୍ୟପକ୍ଷରେ ହ୍ୟାଙ୍ଗରର ଫାଟକକୁ ଉଚ୍ଚ ଶକ୍ତିଶାଳୀ ଷ୍ଟିଲ୍ ପ୍ଲେଟରେ ପ୍ରସ୍ତୁତ କରାଯାଉଛି। ଯାହା ଦ୍ୱାରା ଆକ୍ରମଣ ସମୟରେ ନିଜର ସେନା ବାହିନୀ ଆକ୍ରମଣକାରୀଙ୍କଠାରୁ ସୁରକ୍ଷିତ ରହି ପାରିବେ। ଯଦି କୌଣସି ବୋମା କି କ୍ଷେପଣାସ୍ତ୍ର ଆକ୍ରମଣ ହୁଏ ଏହା ସହଜରେ ନଷ୍ଟ ହେବ ନାହିଁ।

ଭାରତୀୟ ବାୟୁସେନାର ବଢୁଥିବା ଶକ୍ତି ଦେଖି ଚୀନ୍ ଏତେ ଭୟଭୀତ ହୋଛି। ପାକିସ୍ତାନର ସ୍କାର୍ଡୁ ଏଇଛି ଯେ, ନିଜର ବାୟୁସେନା ଷ୍ଟେସନକୁ ଅପଡେଟ୍ କରିବା ଆରମ୍ଭ କରି ଦେଇଛି। ଏସବୁ କାମରେ ଚୀନକୁ ପାକିସ୍ତାନ ମଧ୍ୟ ସମର୍ଥନ କରୁୟାରବେସକୁ ଚୀନ ଅପଡେଟ୍ କରୁଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।

ସେଠାରେ କେବଳ ନୂଆ ରନୱେ ପ୍ରସ୍ତୁତ ହେଉନାହିଁ। ଏହା ସହିତ ବାୟୁକ୍ଷେତ୍ରରେ ଉଜ୍ଜଳ ଆଲୋକ ସ୍ଥାପନ କରାଯାଉଛି। ଯାହା ଦ୍ୱାରା ଦିନରାତି ଅପରେସନ୍ କରାଯାଇପାରିବ। ଏହି ଆଲୋକ ବ୍ୟବସ୍ଥା ହୋଇଗଲେ ରାତି ହେଉ କି ଖରାପ ପାଗ ସବୁ ସମୟରେ ଚୀନ୍ ନିଜର ଯୁଦ୍ଧ ବିମାନକୁ ସହଜରେ ଅବତରଣ କରିବାରେ ସକ୍ଷମ ହୋଇ ପାରିବ।

ଯେଉଁ ଦିନ ରାଫେଲ ଯୁଦ୍ଧ ବିମାନ ଭାରତରେ ପହଞ୍ଚିଲା, ସେହିଦିନଠାରୁ ଚୀନ ଭୟଭୀତ ହୋଇ ରହିଛି। ଗୁଇନ୍ଦା ରିପୋର୍ଟ ଅନୁଯାୟୀ ଏବେ ଚୀନ୍ ନିଜ ବାୟୁସେନାରେ ବଡ଼ ପରିବର୍ତ୍ତନ କରୁଛି। ଯାହାକି ଭାରତୀୟ ବାୟୁସେନାକୁ ସାମନା କରିବାକୁ ସକ୍ଷମ ହେବ ବୋଲି କୁହାଯାଉଛି।

You might also like