ଜୈବିକ ଯୁଦ୍ଧରୁ ବର୍ତ୍ତିବା ପାଇଁ ଚୀନ ନିର୍ମାଣ କରୁଛି ଗୁପ୍ତ ସହର !

ନୂଆଦିଲ୍ଲୀ: କରୋନାକୁ ନେଇ ଚୀନ ପ୍ରତି ସମସ୍ତଙ୍କ କ୍ଷୋଭ ଓ ବିରୋଧାଭାସ ବଢି ଯାଇଛି। ଏପରି ପରିସ୍ଥିତିରେ ଚୀନ ଏକ ନୂଆ ପ୍ରକାର ସହର ବସାଇବାକୁ ଯାଉଛି। ଇଣ୍ଟରନାଶନାଲ ମିଡିଆ ସୂତ୍ରରୁ ଜଣାଯାଇଛି, ସହରର ଡିଜାଇନ ଏପରି ଭାବେ କରାଯାଉଛି, ଯେପରି ଯେ କୌଣସି ପ୍ରକାର ରୋଗରୁ ସୁରକ୍ଷିତ ରହି ପାରିବ। ଡେଲି ମେଲ ରିପୋର୍ଟ ଅନୁସାରେ ଏହି ସହର ବେଜିଂର ଜିଓଙ୍ଗ ନ୍ୟୁ ଏରିଆରେ ଅବସ୍ଥିତ।

ଅବଶ୍ୟ ଏପରି ଗୁପ୍ତ ସହର ନିର୍ମାଣ କରିବାର ପ୍ରୟାସ ଚୀନର ପ୍ରଥମ ନୁହେଁ, ଏହା ପୂର୍ବରୁ ବେଜିଂରେ ଏକ ଅଣ୍ଡରଗ୍ରାଉଣ୍ଡ ସହର ତିଆରି କରି ସାରିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବାହାର ଦେଶର ଆକ୍ରମଣରୁ ବର୍ତ୍ତିବା ପାଇଁ ଚୀନ ଏହି ସହର ତିଆରି କରିଥିଲା । ଏବେ ଜୈବିକ ଯୁଦ୍ଧରୁ ବର୍ତ୍ତିବା ପାଇଁ ପୁଣି ଆଉ ଏକ ଗୁପ୍ତ ସହର ନିର୍ମାଣ କରୁଛି।

ତେବେ ମହାମାରୀରୁ ରକ୍ଷା ପାଇଁ କେମିତି ତିଆରି ହୋଇଛି ଏହି ସହର ? ସତରେ କ’ଣ ଏଇ ସହର ଭିତରକୁ ଭାଇରସ ପଶି ପାରିବ ନାହିଁ ? ସେ ବିଷୟରେ ଜାଣିବା ପୂର୍ବରୁ ପ୍ରଥମେ ଆସନ୍ତୁ ଜାଣିବା ଚୀନର ପ୍ରଥମ ଭୂତଳ ସହର ବିଷୟରେ।

ବେଜିଂର ଠିକ୍‌ ତଳେ ତିଆରି ଦିକ୍ସିଆ ଚେଙ୍ଗ (Dìxià Chéng) ସହର  ସୁଡଙ୍ଗ ଭିତରେ ବହୁ ଲୋକ ଅତ୍ୟନ୍ତ ଅମାନବୀୟ ସ୍ଥିତିରେ ରହିଛନ୍ତି। ହେଲେ ଏମାନଙ୍କର କଥା ବୋଧହୁଏ କେବେ ସାମ୍ନାକୁ ଆସିନାହିଁ। ଚୀନର ଏହି ସହରର ଅବସ୍ଥା ତାର ନାମରୁ ହିଁ ସ୍ପଷ୍ଟ ହୋଇଥାଏ। ଚୀନ ଭାଷାରେ ଦିକ୍ସିଆ ଚେଙ୍ଗର ଅର୍ଥ ହେଉଛି କାଳକୋଠରୀ। ଅର୍ଥାତ୍‌ ଅନ୍ଧାରରେ ରହିବା। ଏହାକୁ ଅଣ୍ଡରଗ୍ରାଉଣ୍ଡ ଗ୍ରେଟ ୱାଲ ମଧ୍ୟ କହିଥାନ୍ତି।

ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ, ଭୂମି ତଳେ ଥିବା ଏଇ ସହରରେ କେତେ ଘର ରହିଛି ବା କେତେ ସୁଡଙ୍ଗ ରହିଛି। ତେବେ ବେଜିଂର ସମସ୍ତ ସରକାରୀ ଏବଂ ଅତ୍ୟାବଶ୍ୟକ ଇମାରତର ସମ୍ପର୍କ ଏହି ଭୂମି ତଳ ସୁଡଙ୍ଗ ସହ ରହିଛି। ଅନୁମାନ କରାଯାଉଛି, ଏହା ଭିତରରୁ ବାହାରିବା ବା ଆସିବା ପାଇଁ ଭୂମିରେ ୯୦୦ରୁ ଅଧିକ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ବି ରହିଛି।

୧୯୬୯ରୁ ଏହାର ନିର୍ମାଣ କାମ ଚାଲିଛି। ୧୦ ବର୍ଷ ଧରି ଏହାର ନିର୍ମାଣ କାମ ଚାଲିଛି। ଭୂମି ତଳେ ସହର ତିଆରି କରିବା ପଛରେ  କାରଣ ମଧ୍ୟ ଥିଲା। ସେ ସମୟରେ ଚୀନ ଏବଂ ଋଷ ମଧ୍ୟରେ ସମ୍ପର୍କ ଭଲ ନ ଥିଲା। ଦୁଇ ଦେଶ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧକୁ ଦେଖି ଚୀନ ମନରେ ଭୟ ଥିଲା କାଳେ ରୁଷ ପରମାଣୁ ଆକ୍ରମଣ କରିଦେବ। ଚୀନର ଧାରଣା ଥିଲା ରୁଷ ଯେ କୌଣସି ମୁହୂର୍ତ୍ତରେ ଆକ୍ରମଣ କରିପାରେ। ଏପରି ପରିସ୍ଥିତିରେ ଚୀନର କମ୍ୟୁନିଷ୍ଟ ନେତା ମାଓ ସେ ତୁଙ୍ଗ  ଦେଶବାସୀଙ୍କୁ ମାଟି ଖୋଳିବାକୁ କହିଥିଲେ।

ତାଙ୍କର ବାର୍ତ୍ତା ଥିଲା, ବହୁତ ଗଭୀର ସୁଡଙ୍ଗ ଖୋଳ, ଖାଦ୍ୟ ଜମା ରଖ ଏବଂ ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ। ଚୀନ ଜନତାଙ୍କର ମାଓଙ୍କ ଉପରେ ଗଭୀର ବିଶ୍ୱାସ ଥିଲା। ମାଓଙ୍କ ନିର୍ଦ୍ଦେଶ ପରେ ୩ ଲକ୍ଷରୁ ଅଧିକ ଲୋକ ଜମି ଖୋଳିବା ପାଇଁ ବାହାରି ଆସିଲେ। ବେଜିଂର ଠିକ୍‌ ତଳେ ସହର ତିଆରି କରିବା ପାଇଁ ମିଲିଟାରୀ ଇଞ୍ଜିନିୟରଙ୍କର ସାହାଯ୍ୟ ନେବାକୁ ପଡ଼ିଥିଲା। ପରମାଣୁ ବୋମା ପଡ଼ିଲେ ଲୋକ ଯେପରି ବଞ୍ଚି ପାରିବେ ସେଥିପାଇଁ ୧୦ ହଜାର ଆଟମିକ ବଙ୍କର ତିଆରି କରାଯାଇଥିଲା। ରାସ୍ତା ବି ହୋଇଥିଲା ଯେପରି ଅଧିକ ଲୋକ ଭିତରେ ରହିଲେ ଅଣନିଃଶ୍ୱାସୀ ହେବେ ନାହିଁ। ଏଠାରେ ଫ୍ୟାକ୍ଟ୍ରି, ଗୋଦାମ, ଫାର୍ମ, ଖେଳ ପଡ଼ିଆ ବି ରହିଛି। ସହର ଏପରି ତିଆରି ହୋଇଥିଲା, ପରମାଣୁ ଯୁଦ୍ଧ ହେଲେ ସମଗ୍ର ବେଜିଂ ସହର ଏହି ଭୂତଳ ସହରରେ ରହିପାରିବ।

ତେବେ ପରମାଣୁ ଯୁଦ୍ଧ ଆଶଙ୍କା ଟଳିଗଲା। ଏବେ ଏହି ସୁଡଙ୍ଗରେ ଲୋକେ ରହିବାକୁ ଲାଗିଲେ। ବିଶେଷ କରି ଗରିବ ଲୋକମାନେ। ଯେଉଁମାନଙ୍କ ପାଖରେ ଅଧିକ ପଇସା ହୋଇଗଲା ସେମାନ ଏହି ସହର ଛାଡ଼ି ଚାଲି ଯାଉଥିଲେ। ବିଶେଷ କରି ଚୀନର ଆଦିବାସୀ ଜନଜାତିର ଲୋକେ ଏଠାରେ ରହୁଥିଲେ।

ତେବେ ୨୦୧୦ରେ ବେଜିଂ ପ୍ରଶାସନ କୌଣସି ରୋଗ ଭୟରେ ଏହି ସହରରେ ରହିବାକୁ ବାରଣ କରିଥିଲେ। ତେବେ ସ୍ଥାନାଭାବରୁ ଲୋକେ ଏଠାରୁ ବାହାରି ଯାଇ ନ ଥିଲେ।

ଏ ତ ଗଲା ପୁରୁଣା ସହରର କଥା। ଏବେ ମହାମାରୀରୁ ବର୍ତ୍ତିବା ପାଇଁ ବେଜିଂର ଆଉ ଏକ ଭାଗରେ ପୁଣି ଆରମ୍ଭ ହୋଇଛି ଭୂତଳ ସହରା। ଏପ୍ରିଲ ମାସରୁ ଆରମ୍ଭ ହୋଇଛି ନିର୍ମାଣ କାମ। ସ୍ପେନର ବାର୍ସିଲୋନାର ଜଣେ ବାସ୍ତୁବିଦ୍‌ଙ୍କୁ ଏହାର ଠିକା ମିଳିଥିଲା। ପ୍ରାୟ ୭୭୭ ସ୍କୋୟାର ମାଇଲ୍ସ ଅଞ୍ଚଳରେ ନିର୍ମାଣ ହେଉଛି ଏହି ସହର। ଏହି ସହରକୁ ନେଇ ବେଶ ଚର୍ଚ୍ଚା ଚାଲିଛି।

ଅବଶ୍ୟ ଅଧିକାରୀ ସୂତ୍ରରେ ଏ ନେଇ କୌଣସି ତଥ୍ୟ ଦିଆଯାଇ ନାହିଁ। ତେବେ ବିଶ୍ୱାସ କରାଯାଉଛି, ଏହି ନୂଆ ସହରରେ ଲକ୍ଷାଧିକ ଲୋକ ଆରାମ୍‌ରେ ରହିପାରିବେ। ସହର ଉପରେ ୨୪ ଘଣ୍ଟା ଡ୍ରୋନ ନଜର ରଖିବ ଯଦ୍ୱାରା କୌଣସି ବିପଦ ଆସିଲେ ତୁରନ୍ତ ଜଣାପଡ଼ିଯିବ।

ଆହୁରି ପଢ଼ନ୍ତୁ

ନୋବୋଲ୍ ଶାନ୍ତି ପୁରସ୍କାର ସହ ରହିଛି ଓଡ଼ିଶାର ସମ୍ପର୍କ

୯ମାସର ଗର୍ଭବତୀ ୫ମିନିଟ୍‌ରେ ଦୌଡିଲେ ୧.୬କିମି, ଭିଡିଓ ଭାଇରାଲ୍‌

‘ବାପାଙ୍କ ସ୍ୱପ୍ନ ପ୍ରେରଣା ଯୋଗାଇଛି’

କରୋନା ପାଇଁ କ୍ରିକେଟର ସାଜିଲେ କୁଲି

ମୁହଁରେ ପ୍ଲାଷ୍ଟିକ୍‌‌ ମାସ୍କ ଲଗାଇ ରାସ୍ତାରେ ବୁଲିଲେ ଲୋକ, ଭିଡିଓ ଭାଇରାଲ୍‌

NEET Result: ସୋଏବଙ୍କ ପରି ଇଏ ବି ରଖିଛନ୍ତି ଶତପ୍ରତିଶତ ମାର୍କ

ରୋଗୀ ସେବାରେ ବ୍ରତୀ ରାଜ୍ୟପାଳ

ପୁରୁଣା ଇଂଜିନ୍‌ ବ୍ୟବହାର କରି ୪ ଚକିଆ ଗାଡି ତିଆରି କଲେ ଇଂଜିନିୟରିଂ ଛାତ୍ର

ଆଦିବାସୀ ପିଲାଙ୍କୁ ପଢାଇବାର ନିଆରା ପ୍ରୟାସ: ନିଜ ଖର୍ଚ୍ଚରେ ସ୍କୁଲ୍‌ କାନ୍ଥରେ ଚିତ୍ର କଲେ ଶିକ୍ଷକ

ସ୍କୁଟି ଉପରେ ଖାଇବା ଦୋକାନ: ଟଙ୍କା ନଥିଲେ ମାଗଣା ଖାଇପାରିବେ ଗ୍ରାହକ

ଅଳିଆ ଗଦାରେ ଭେଟ: ଭୋକିଲା ଦେଖି ୩୦୦କୁକୁରକୁ ଘରକୁ ନେଇଆସିଛନ୍ତି ମହିଳା

୫ବର୍ଷ ବୟସରେ ବିବାହ କରିଥିଲେ ବାବା: କହିଲେ, ସ୍ତ୍ରୀର ପ୍ରେମ ଦିଏ ଲଢିବାକୁ ସାହାସ

You might also like