ଚାଇନାର ଚାଲ୍‌: ଅରୁଣାଚଳ ପ୍ରଦେଶକୁ ନିଜର କହି ନୂଆ ମ୍ୟାପ୍‌ ତିଆରି କଲା

 

ନୂଆଦିଲ୍ଲୀ: କରୋନା ରୋଗ ସହିତ ସାରା ବିଶ୍ୱ ସମେତ ଭାରତ ସଂଘର୍ଶ ଜାରି ରଖିଥିବା ବେଳେ ଚାଇନା କିନ୍ତୁ ଭିତରେ ଭିତରେ ଷଡ଼ଯନ୍ତ୍ରରେ ବ୍ୟସ୍ତ। ଦୀର୍ଘ ବର୍ଷ ହେଲା ଭାରତର ଅରୁଣାଚଳ ପ୍ରଦେଶକୁ ନିଜର ବୋଲି ଦାବି କରି ଆସୁଥିବା ଚାଇନା ଏବେ ନୂଆ ଚାଲ୍‌ ଖେଳିଛି। ମ୍ୟାପ୍‌ ଜରିଆରେ ଅରୁଣାଚଳକୁ ନିଜର ଦେଶର ବୋଲି ଦର୍ଶାଇଛି ଚାଇନା।

ଚାଇନା ସରକାର ବର୍ତ୍ତମାନ ନୂଆ ମ୍ୟାପ ତିଆରି କରିଛନ୍ତି। ଏଥିରେ ଅରୁଣାଚଳ ପ୍ରଦେଶକୁ ଚାଇନା ନିଜ ସୀମା ଭିତରେ ଥିବା ଏକ ଅଞ୍ଚଳ ଭାବେ ଦର୍ଶାଇଛି। ଚାଇନାର ସ୍କାଏ ମ୍ୟାପ ଏଭଳି ନୂଆ ମାନଚିତ୍ର ପ୍ରକାଶ କରିଛି।

ସ୍କାଏ ମ୍ୟାପ ଚାଇନାର ଜାତୀୟ ସର୍ଭେକ୍ଷଣ ଓ ମ୍ୟାପିଂ ଜିଓଗ୍ରାଫି ଇନଫରମେସନ ବ୍ୟୁରୋ ଦ୍ୱାରା ପରିଚାଳିତ। ସ୍କାଏ ମ୍ୟାପ ନୂଆ କରି ଚାଇନାର ମାନଚିତ୍ର ଜାରି କରିଛି। ଚାଇନା ସୀମାରେ ପୂର୍ବରୁ ରହି ନଥିବା କିଛି ଅଞ୍ଚଳକୁ ଏଥିରେ ସାମିଲ କରାଯାଇଛି। ଏହା ମଧ୍ୟରେ ଭାରତର ଅରୁଣାଚଳ ପ୍ରଦେଶ ରହିଛି।

ତିବ୍ବତର ଉତ୍ତରପୂର୍ବ ସୀମାନ୍ତରେ ଅରୁଣାଚଳ ପ୍ରଦେଶ ରହିଛି। ୧୯୧୩-୧୪ରେ ଏହା ବ୍ରିଟିଶ ଇଣ୍ଡିଆର ଅଂଶ ବିଶେଷ ରହିଥିଲା। ୧୯୩୮ରେ ମ୍ୟାକମୋହନ ଲାଇନ ଭାରତ ଓ ତିବ୍ବତ ସୀମାରେ ଟଣା ଯାଇଥିଲା। ଏହି ସମୟରେ ଅରୁଣାଚଳ ପ୍ରଦେଶକୁ ଭାରତରେ ସାମିଲ କରାଯାଇଥିଲା।

୧୯୫୧ରେ ଚାଇନା ତିବ୍ଦତକୁ ଦଖଲ କରିଥିଲା। ସେବେଠାରୁ ଚାଇନା ନିୟମିତ ଭାବେ ଅରୁଣାଚଳ ପ୍ରଦେଶକୁ ନିଜର ବୋଲି ଦାବି କରି ଆସୁଛି। ଚାଇନା ପୂର୍ବରୁ ଭାରତ ଦଖଲରେ ଥିବା ଅକସାଇ ଚୀନକୁ ଦଖଲ କରି ନେଇଛି।

ଆହୁରି ପଢ଼ନ୍ତୁ

ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‌ ପଡ଼ିଲା ଆଳୁ, ପିଆଜ, ଡାଲି

କେବେଠୁ ହେବ ୟୁଜି ଓ ପିଜି କ୍ଲାସ? ଜାଣନ୍ତୁ…

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

୨୮ରୁ ଏହି ରାଜ୍ୟରେ ଖୋଲିବ ସ୍କୁଲ

ଦୀପିକାଙ୍କୁ କଙ୍ଗନାଙ୍କ କଟ୍ଟାକ୍ଷ: ‘ମାଲ୍ ହେ କ୍ୟା’

ବିରାଟ୍ କୋହଲିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ମୋଦି

୫୫ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

କାର୍ ଚକାରୁ ମିଳିଲା ବିରାଟକାୟ ଅଜଗର

ଆମେରିକାକୁ ଧମକ ଦେଇ ଚୀନ କହିଲା-ଉଡାଇ ଦେବୁ

ଇତିିହାସରେ ପ୍ରଥମ: ଭାରତୀୟ ନୌସେନାରେ ନିଯୁକ୍ତି ପାଇଲେ ଦୁଇ ମହିଳା ଅଫିସର

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ନାଳସଫା କରି ପାଠ ପଢ଼ା ଅର୍ଥ ସଂଗ୍ରହ କରୁଥିଲେ ଛାତ୍ର, ସହାୟତାର ହାତ ବଢ଼ାଇଲେ ପୋଲିସ ଅଧିକାରୀ

You might also like