ପୁଣି ହଲଚଲ୍ LAC : ଲଦ୍ଦାଖରେ ଚୀନ୍ ବାୟୁସେନାର ଯୁଦ୍ଧାଭ୍ୟାସ

ସୁରକ୍ଷା ଦୃଷ୍ଟିରୁ ସୀମାରେ ରାଫେଲ ମୁତୟନ କଲା ଭାରତ

ନୂଆଦିଲ୍ଲୀ : ପୁଣି ଷଡ଼ଯନ୍ତ୍ର ରଚୁଛି ଚୀନ୍ ? ସୀମାରେ ପିଏଲଏ ସକ୍ରିୟ । ଦେଶରେ କରୋନାର ଦ୍ୱିତୀୟ ଲହରୀ ମଧ୍ୟରେ ଲାଇନ୍ ଅଫ୍ ଆକଚୁଆଲ୍ କଣ୍ଟ୍ରୋଲ (LAC )ରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ପୂର୍ବ ଲଦ୍ଦାଖରେ ଚୀନ ପୁଣି ଥରେ ସେନା ମୁତୟନ ବଢ଼ାଇଛି । ଏହାସହ ନିକଟରେ ଚୀନ୍ ବାୟୁସେନା ଭାରତୀୟ ସୀମାରେ ଏକ ବଡ଼ ଯୁଦ୍ଧାଭ୍ୟାସ କରିଛନ୍ତି । ଏହି ଯୁଦ୍ଧାଭ୍ୟାସ ପରେ ଭାରତୀୟ ଗୁପ୍ତଚର ବିଭାଗ ସତର୍କ ହୋଇଯାଇଛି ।

ପୁଣି ଥରେ ସୀମାରେ ସକ୍ରିୟ ହେଉଛନ୍ତି ଚୀନ ସେନା । ଶୀର୍ଷ ସରକାରୀ ସୂତ୍ର ଅନୁସାରେ ଚୀନ ବାୟୁସେନାର ୨୦ରୁ ଅଧିକ ଯୁଦ୍ଧ ବିମାନ ପୂର୍ବ ଲଦ୍ଦାଖରେ ହୋଇଥିବା ଯୁଦ୍ଧାଭ୍ୟାସରେ ସାମିଲ ହୋଇଥିଲେ । ଏହି ଯୁଦ୍ଧ ଅଭ୍ୟାସ ସେହି ଏୟାରବେସରେ କରାଯାଇଛି, ଯେଉଁଠି ଗତ ବର୍ଷ ପୂର୍ବ ଲଦ୍ଦାଖ ସାମ୍ନାରେ ନିଜ ଯବାନଙ୍କୁ ସମସ୍ତ ସାହାଯ୍ୟ ପଠାଇ ଥିଲା ଚୀନ୍ । ଏପଟେ ଭାରତ ସମସ୍ତ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି । ସୁରକ୍ଷା ଦୃଷ୍ଟିରୁ ଉତ୍ତର ସୀମାରେ ଯୁଦ୍ଧ ବିମାନ ରାଫେଲ ମୁତୟନ କରାଯାଇଛି । ବର୍ତ୍ତମାନ ଲଦ୍ଦାଖ ସାମ୍ନାରେ ଚୀନ ସୀମା ସ୍ଥିତ କାଶଗର, ହୋତାନ, ନଗାରୀ ଗୁନ୍ସା, ସିଗାତ୍ସେ, ଚୋମଡୋ ,ପୋଙ୍ଗଟା ଉପରେ କଡ଼ା ନଜର ରଖିଛନ୍ତି ଭାରତୀୟ ସେନାବାହିନୀ ।

ସୂତ୍ର ଅନୁସାରେ ଶିନଜିୟାଙ୍ଗ ଓ ତିଦ୍ଦତ ସ୍ୱାୟତ କ୍ଷେତ୍ର ସ୍ଥିତ ସାତୋଟି ଚୀନ ସୈନ୍ୟ ଠିକଣା ଉପରେ ନଜର ରଖିବା ପାଇଁ ଉପଗ୍ରହ ଓ ରାଡର ବ୍ୟବହାର କରାଯାଉଛି । ଭାରତୀୟ ବାୟୁସେନାର ଫରୱାର୍ଡ଼ ଏୟାରବେସକୁ ପଶ୍ଚିମ ଓ ଉତ୍ତର ମୋର୍ଚ୍ଚାର ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ କରାଯାଇଛି । ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ମଧ୍ୟ ଏଲଏସିରେ ଅଭ୍ୟାସ କରିଛନ୍ତି ।

ସୂଚନାଯୋଗ୍ୟ ଚୀନ୍ ପିପୁଲ ଲିବରେସନ୍ ଆର୍ମି ନିକଟରେ ନିଜର ଅନେକ ଏୟାରବେସକୁ ଅପଗ୍ରେଡ କରିଛନ୍ତି । ଯେଉଁଥିଲେ ରହିବା ପାଇଁଁ କ୍ୟାମ୍ପ ନିର୍ମାଣ, ରନୱେ ବଢ଼ାଇବା ସହ ଅତିରିକ୍ତ ଫୋର୍ସ ବୃଦ୍ଧି କରାଯାଇଛି ।

You might also like