ସୀମାରେ ନିଖୋଜ ୫ ଭାରତୀୟଙ୍କୁ ଫେରାଇଲା ଚୀନ

ନୂଆଦିଲ୍ଲୀ: ଚୀନ୍‌ ସୀମାରେ ନିଖୋଜ ହୋଇଥିବା ୫ ଭାରତୀୟ ନିଜ ଦେଶକୁ ଫେରିଛନ୍ତି। ଆଜି ସକାଳେ ଚୀନର ପିପୁଲସ ଲିବରେସନ ଆର୍ମି ପକ୍ଷରୁ ସେମାନଙ୍କୁ ହସ୍ତାନ୍ତର କରାଯାଇଛି। ସେପ୍ଟେମ୍ବର ପହିଲାରେ ଅରୁଣାଚଳ ପ୍ରଦେଶର ୫ ଜଣ ଶିକାର କରିବାକୁ ଯାଇଥିବା ବେଳେ ଭୁଲବଶତଃ ଚୀନ ସୀମାକୁ ପଶି ଯାଇଥିଲେ।

ଅରୁଣାଚଳ ପ୍ରଦେଶର ଜଣେ ବିଧାୟକ ଚୀନ ସେନା ୫ ଭାରତୀୟଙ୍କୁ ଉଠାଇ ନେଇଥିବା ଅଭିଯୋଗ ଆଣିଥିଲେ। ସେମାନଙ୍କୁ ଉଦ୍ଧାର କରିବା ପାଇଁ ସେ କେନ୍ଦ୍ର ସରକାରଙ୍କୁ ନିବେଦନ କରିଥିଲେ। ଖବର ମିଳିବା ପରେ ସେନା ପକ୍ଷରୁ ସେମାନଙ୍କୁ ଫେରାଇ ଆଣିବାକୁ ଉଦ୍ୟମ ହୋଇଥିଲା।

୫ ଜଣ ନିଖୋଜ ଭାରତୀୟଙ୍କୁ ଫେରାଇ ଦେବାକୁ ହଟଲାଇନରେ ଯୋଗାଯୋଗ କରାଯାଇଥିଲା। ଏହା ପରେ ଚୀନ ସୀମାରେ ୫ଜଣ ଭାରତୀୟ ଥିବା ପିଏଲଏ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା।

You might also like