କରୋନାକୁ ମାତ୍‌ ଦେବ କି ଏହି ଭ୍ୟାକ୍ସିନ ? ସାମ୍ନାକୁ ଆସିଲା ଏମିତି ତଥ୍ୟ

ପେଇଚିଂ: ଚୀନରୁ ଉତ୍ପତି ଲାଭ କରିଥିବା କରୋନା ଭାଇରସ କରାଳ କବ୍ଜାରେ ସାରା ବିଶ୍ୱ । ବିଶ୍ୱରେ ୩୪୪,୦୨୫ଲୋଙ୍କର କରୋନା ଜନିତ ମୃତ୍ୟୁ ଘଟିଲାଣି । ସେହପରି ଆକ୍ରାନ୍ତଙ୍କ ସଂଖ୍ୟା ୫,୪୦୭,୪୧୭ ଛୁଇଁଲାଣି । ହେଲେ ଆଜିଯାଏ ବୈଜ୍ଞାନିକମାନେ ଏହାର ଔଷଧ ବା ଭ୍ୟାକ୍ସିନ ବାହାର କିରପାରି ନାହାନ୍ତି ।
ଏପରି ବିପତ୍ତି ସମୟରେ ଆଶ୍ୱସ୍ତିର ଖବର । ବିଭିନ୍ନ ରାଜ୍ୟ ଭ୍ୟାକ୍ସିନ ବାହାର କରିବା ପାଇଁ ଉଦ୍ୟମ ଜାରି ରଖିଥିବାବେଳେ ଚାଇନା କରୋନା ପ୍ରତିକାର ପାଇଁ ବାହାର କରିପାରିଛି ଭ୍ୟାକ୍ସିନ ।
ଚୀନ କରୋନା ଭାକ୍ସିନ Ad 5କୁ ୧୦୮ ଜଣ ଭଲ୍ୟୁଣ୍ଟର୍ସ ଉପରେ ପରୀକ୍ଷଣ କରିସାରିଛି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏହି ଭାକ୍ସିନ ମଣିଷ ଭିତରେ ରୋଗ ପ୍ରତିରୋଧକ ଶକ୍ତିକୁ ସୁରକ୍ଷିତ ପ୍ରକ୍ରିୟାରେ ବୃଦ୍ଧି କରିପାରୁଛି । ତେବେ କରୋନା ଭାଇରସକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିପାରୁନି । ତେବେ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଶରୀରରେ ଆଣ୍ଟିବଡ଼ି ସୃଷ୍ଟି ହେବା ଏକ ଭଲ ସଙ୍କେତ ।
ବିିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏହି ପରୀକ୍ଷାରୁ ଏହା ସାବ୍ୟସ୍ତ ହୋଇଛି ଯେ, ଏହି ଚୀନ ଭ୍ୟାକ୍ସିନ ସଂକ୍ରମଣରୁ ବଞ୍ଚାଇ ପାରିବ।

ଏହି ଭ୍ୟାକ୍ସିନକୁ ଚୀନ୍‌ର କୈନ୍‌ସିନୋ କମ୍ପାନୀ ପ୍ରସ୍ତୁତ କରିଛି। ଚଳିତ ବର୍ଷ ଆରମ୍ଭରୁ କମ୍ପାନୀ ଭ୍ୟାକ୍‌ସିନ ପରୀକ୍ଷଣ  ଆରମ୍ଭ କରିଥିଲା। ବ୍ରିଟେନର ଅକ୍ସଫୋର୍ଡ ୟୁନିଭର୍ସିଟି ଏବଂ ଆମେରିକାର ମୋଡର୍ନା ଭ୍ୟକ୍ସିନ ପରୀକ୍ଷଣ କରିବାର ଅନେକ ପୂର୍ବରୁ ତାର କାମ ଆରମ୍ଭ କରିଥିଲା।

ତେବେ ଏହି ପରୀକ୍ଷଣରୁ ଏକଥା ସ୍ପଷ୍ଟ ହୋଇଛି, ଭ୍ୟାକ୍ସିନର ଅଧିକ ଡୋଜ ଇମ୍ୟୁନିଟି ସିଷ୍ଟମ୍‌କୁ ମଜବୁତ୍ କରିଥାଏ। ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ଭ୍ୟାକ୍ସିନ ଯୋଗୁ ଟି ସେଲ ମଜବୁତ ହେଉଥିବା ଦେଖିବାକୁ ମିଳୁଛି ଯାହାଦ୍ୱାରା ଭାଇରସ୍‌ ସଂକ୍ରମଣ କମ୍‌ ରହୁଛି। ତେବେ ଏହି ଭ୍ୟାକ୍ସିନ ଯୋଗୁ କିଛି ସାଇଡ୍‌ ଇଫେକ୍ଟ ମଧ୍ୟ ଦେଖିବାକୁ ମିଳୁଛି। ମାଂସପେଶୀରେ ଯନ୍ତ୍ରଣା ହେବା ସହ  ଜ୍ୱର ମଧ୍ୟ ହେଉଛି। ତେବେ ୨୮ ଦିନ ମଧ୍ୟରେ ଏହି ଲକ୍ଷଣ କମ ହୋଇଯାଉଥିବା ଦେଖିବାକୁ ମିଳୁଛି। ସାଇଡ୍‌ ଇଫେକ୍ଟକୁ ନେଇ ସେପରି କିଛି ବିପଦ ନାହିଁ।

ତେବେ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏହି ଭ୍ୟାକ୍ସିନକୁ ଅଧିକ ଗବେଷଣାର ଆବଶ୍ୟକତା ରହିଛି।

 

You might also like