ଚାଇନା ରାଷ୍ଟ୍ରପତିଙ୍କୁ ନିନ୍ଦା କଲେ ଦଣ୍ଡ ୧୮ ବର୍ଷ ଜେଲ

ବେଜିଂ: ଚୀନରେ କେହି କାହାକୁ ନିନ୍ଦା ବା ସମାଲୋଚନା କରିପାରିବେ। କିନ୍ତୁ ଭୁଲ୍‌ରେ ରାଷ୍ଟ୍ରପତି ଜିନ୍ ପିଙ୍ଗଙ୍କୁ କିନ୍ତୁ ନିନ୍ଦା କରିବା ପୂର୍ବରୁ ତାଙ୍କୁ ଶହେ ଥର ଭାବୁଥିବେ। ରାଷ୍ଟ୍ରପତିଙ୍କ ନିନ୍ଦା ଏଠି କେତେ ମହଙ୍ଗା ନିକଟରେ ଏକ ଘଟଣାରୁ ଜଣାପଡ଼ିଛି। ରାଷ୍ଟ୍ରପତିଙ୍କ ନିନ୍ଦା କରି କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଚାଇନାର ସଦସ୍ୟ ରେନ ଝିଙ୍କିୟାଙ୍ଗଙ୍କୁ ବର୍ଷେ ନୁହେଁ କି ୫ ବର୍ଷ ନୁହେଁ ଦୀର୍ଘ ୧୮ ବର୍ଷ ଜେଲ୍‌ ଭୋଗିବାକୁ ପଡ଼ିଛି।

ଝିଙ୍କିୟାଙ୍ଗ ତାଙ୍କର ଏକ ଲେଖାରେ ରାଷ୍ଟ୍ରପତି ଜିନିପିଙ୍ଗଙ୍କୁ ଜୋକର ବୋଲି କହିଥିଲେ। କମ୍ୟୁନିଷ୍ଟ ପାର୍ଟି ଜୁଲାଇରେ ଝିଙ୍କିୟାଙ୍ଗଙ୍କ ଉପରେ ଭ୍ରଷ୍ଟାଚାର ଏବଂ ଅନ୍ୟ ଆରୋପ ଲଗାଇଥିଲେ। ସେଥିପାଇଁ ତାଙ୍କୁ ଜେଲ୍‌ ଦଣ୍ଡ ମିଳିଛି। ଝିଙ୍କିୟାଙ୍ଗ ୬୯ ବର୍ଷର ଏବଂ ଜଣେ ବଡ଼ ବ୍ୟବସାୟୀ ମଧ୍ୟ। ସେ ରିୟଲ ଇଷ୍ଟେଟ କମ୍ପାନୀର ଅଧ୍ୟକ୍ଷ ମଧ୍ୟ ଅଛନ୍ତି।

ଝିଙ୍କିୟାଙ୍ଗଙ୍କୁ ଗତ ମାର୍ଚ୍ଚରେ ଗିରଫ କରାଯାଇଥିଲା। ସେ କରୋନା ଭାଇରସ ଉପରେ ଜିନପିଙ୍ଗଙ୍କ ଆଭିମୁଖ୍ୟକୁ ନେଇ ସମାଲୋଚନା କରିଥିଲେ ଏବଂ ତାଙ୍କୁ ଜୋକର ବୋଲି କହିଥିଲେ। ସେତିକି ନୁହେଁ, କମ୍ୟୁନିଷ୍ଟ ପାର୍ଟି ଝିଙ୍କିୟାଙ୍ଗଙ୍କୁ ଅନୁଶାସନହୀନ ଶାସକ ବୋଲି ମଧ୍ୟ କହିଥିଲେ ।

ଏହି ଆରୋପ ଲାଗିବା ପରେ ଝିଙ୍କିୟାଙ୍ଗଙ୍କ ବିରୋଧରେ ଏପ୍ରିଲ ମାସିରେ ଯାଞ୍ଚ ଆରମ୍ଭ ହୋଇ ଯାଇଥିଲା । ଜୁଲାଇରେ ତାଙ୍କୁ ଦଳରୁ ବାହାର କରି ଦିଆଯାଇଥିଲା। ଏହା ପରେ ସାରା ଦେଶ ବୁଝି ଯାଇଥିଲା ଯେ, ପାର୍ଟି ଝିଙ୍କିୟାଙ୍ଗଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରି ବିଜିନେସ କ୍ଲାସକୁ କଠୋର ସନ୍ଦେଶ ଦେବାକୁ ଚାହୁଁଛି। କୋର୍ଟ ତାଙ୍କ ଆଦେଶରେ ଏକଥା ମଧ୍ୟ କହିଥିଲେ, ଝିଙ୍କିୟାଙ୍ଗ ପାର୍ଟିର ରାଜନୈତିକ, ସଂଗଠନାତ୍ମକ ଏବଂ ଏହାର ଅଖଣ୍ଡତାକୁ ଗଭୀର ଭାବେ କ୍ଷତି ପହଞ୍ଚାଇଛନ୍ତି। ଏପରିକି ଅନୁଶାସନହୀନତାର ଆରୋପ ମଧ୍ୟ ତାଙ୍କ ଉପରେ ଲଗାଇଛନ୍ତି କୋର୍ଟ। ସେତିକି ନୁହେଁ, ଲୋକଙ୍କଠାରୁ ଲାଞ୍ଚ ନେବା, ପବ୍ଲିକ ଫଣ୍ଡ୍‌ର ଦୁରୂପଯୋଗ କରିବା ପରି ଅଭିଯୋଗ ମଧ୍ୟ ତାଙ୍କ ବିରୋଧରେ ଲାଗିଛି।

ତେବେ ଝିଙ୍କିୟାଙ୍ଗ କୋର୍ଟର ଆଦେଶ ମାନି ନେଇଛନ୍ତି। ଦଣ୍ଡାଦେଶ ବିରୋଧରେ ସେ ଅପିଲ କରିବେ ନାହିଁ ବୋଲି କହିଛନ୍ତି। ତେବେ ସୋସିଆଲ୍‌ ମିଡିଆରେ ତାଙ୍କର ଫଲୋଅର୍ସ ତାଲିକା ବହୁତ ଲମ୍ବା। ସେ ସବୁବେଳେ ସରକାରୀ ନୀତିକୁ ବିରୋଧ କରି ଆସୁଥିଲେ। ସେଥିପାଇଁ ତାଙ୍କୁ ୨୦୧୬ରେ ସୋସିଆଲ୍ ମିଡିଆରେ ବ୍ୟାନ୍‌ କରାଯାଇଥିଲା।

ଆହୁରି ପଢ଼ନ୍ତୁ

ମଦ ଢାଳି ଭୂମି ପୂଜନ କଲେ ବିଧାୟକ

ମୁଙ୍ଗେର ଗୁଳିକାଣ୍ଡ ପ୍ରତିବାଦରେ ବ୍ୟାପକ ହିଂସାକାଣ୍ଡ, ତଦନ୍ତ ନିର୍ଦ୍ଦେଶ ଦେଲେ ସିଇସି

ଫ୍ରାନ୍ସରେ ଆତଙ୍କବାଦୀ ଆକ୍ରମଣ

ବିବାଦୀୟ ମାନଚିତ୍ର ନେଇ ସଂସଦୀୟ କମିଟି ପାଖରେ କ୍ଷମା ମାଗିଲା ଟ୍ୱିଟର

ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ

ଜେଇଇ ମେନ୍‌ରେ ଟପ୍ କରିଥିବା ପରୀକ୍ଷାର୍ଥୀ ଗିରଫ

୬୫ ବର୍ଷରେ ବିବାହ କଲେ ବରିଷ୍ଠ ଓକିଲ ହରିଶ ସାଲ୍‌ଭେ

ଲ୍ୟାଣ୍ଡ ମାଇନ୍ସ ବିଛାଉଥିବାବେଳେ ବିସ୍ଫୋରଣ; ୧୨ରୁ ଅଧିକ ସେନା ମୃତ

୬୦ ବର୍ଷୀୟ ବୃଦ୍ଧଙ୍କ ଆଖିରୁ ବାହାରିଲା ୨୦ ଜୀବନ୍ତ କୃମି

ଭୟରେ ପାଦ ଥରୁଥିଲା, ଝାଳରେ ଭିଜି ଯାଇଥିଲେ ପାକ୍‌ ଆର୍ମି ଚିଫ୍, ଶେଷରେ ଅଭିନନ୍ଦନଙ୍କୁ ଛାଡି ଦେଇଥିଲେ

ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

କରୋନା କାଳରେ ପୋଲିସ ଦମନଲୀଳାକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

You might also like