ଉତ୍ତର କୋରିଆ ଶାସକ କିମ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଗୋପନରେ ଡାକ୍ତରୀ ଟିମ୍‌ ପଠାଇଲା ଚାଇନା

ବେଜିଂ: ଉତ୍ତର କୋରିଆ ଏକଛାତ୍ରବାଦୀ ଶାସକ କିମ୍‌ ଜଙ୍ଗ ଉନ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବାକୁ ଡାକ୍ତରି ଟମ୍‌ ପଠାଇଲା ଚାଇନା। ଗତ ସପ୍ତାହରେ ଏହି ୩୬ ବର୍ଷୀୟ କିମ୍‌ଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହାପରେ କିମ୍‌ଙ୍କ ସ୍ୱାସ୍ଥ୍ୟବସ୍ଥା ଚେକ୍‌ କରିବାକୁ ଡାକ୍ତରୀଟିମ୍ ପଠାଇଛି ଚାଇନା। ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ରୟଟର୍ସ ବିଶେଷ ସୂତ୍ରରୁ ଏହି ଖବର ପ୍ରକାଶ କରିଛି।

ରୟଟର୍ସ ଅନୁସାରେ, କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଚାଇନାର ଜଣେ ବରିଷ୍ଠ ନେତାଙ୍କ ନେତୃତ୍ୱ ଏହି ଡାକ୍ତରୀ ଟିମ୍ ଗୁରୁବାର ଦିନ ବେଜିଂରୁ ଉତ୍ତର କୋରିଆ ରାଜଧାନୀ ଫୋଙ୍ଗୟାଙ୍ଗ ଯାତ୍ରା କରିଛି। ତେବେ ଚୀନ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ। ଏହା ପୂର୍ବରୁ ସିଓଲ୍‌ ସ୍ଥିତ ଏକ କବର ସରବରାହ ସଂସ୍ଥା ଦ୍ୱାରା କିମ୍‌ଙ୍କ ସ୍ୱାସ୍ଥ୍ୟ ଭଲ ନଥିବା ଖବର ପ୍ରକାଶ ପାଇଥିଲା। କିନ୍ତୁ ରୋଗ ବିଷୟରେ ସମ୍ପୂର୍ଣ୍ଣ ସୁଚନା ଦିଆଯାଇ ନଥିଲା।

ସୂଚନା ଅନୁସାରେ, କିମ୍‌ କାର୍ଡିଓବସ୍କୁଲାର୍‌ ରୋଗ କାରଣରୁ ଦୀର୍ଘ ଦିନ ହେଲା ଚିକିତ୍ସିତ ହେଉଛନ୍ତି। ଏହା ମଧ୍ୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ଖରାପ ହୋଇଯାଇଛି। ନିକଟରେ ଏନେଇ ଆମେରିକା ଓ ନର୍ଥକୋରିଆର ପଡ଼ୋଶୀ ରାଷ୍ଟ୍ର ଦକ୍ଷିଣ‌ କୋରିଆ ଗଣମାଧ୍ୟମ ଭିନ୍ନ ଭିନ୍ନ ରିପୋର୍ଟ ପ୍ରକାଶ କରିଥିଲେ।

ଆମେରିକା ଗଣମାଧ୍ୟମ ଦେଶର ଗୋଇନ୍ଧା ସୂତ୍ର ଆଧାରରେ କିମ୍‌ ଜନ୍‌ ଉଙ୍ଗ ଉନ୍‌ଙ୍କ ବ୍ରେନ୍‌ ଡେଡ୍‌ କିମ୍ବା ସେ କୋମାରେ ଚାଲିଯାଇଥିବା ରିପୋର୍ଟ ପ୍ରକାଶ କରିଥିଲା ବେଳେ ଦକ୍ଷିଣ କୋରିଆ କହିଥିଲା, କିମ୍‌ଙ୍କର ହାର୍ଟ ସର୍ଜରୀ ଚାଲିଛି। ସେ ଗୁରୁତର ଅଛନ୍ତି।

You might also like