କରୋନା ପରେ ଚୀନ୍‌ରେ ବୁବୋନିକ ପ୍ଲେଗ ଆତଙ୍କ, ଜରୁରୀ ସ୍ଥିତି ଲାଗୁ କଲା ପ୍ରଶାସନ

ପେଇଚିଂ: ଚୀନରେ କରୋନା ଭାଇରସ ପରେ ଏବେ ଆସିଛି ଆଉ ଏକ ବିପଦ। ବ୍ୟୁବୋନିକ୍‌ ପ୍ଲେଗ୍‌ ରୋଗକୁ ନେଇ ଚୀନ୍‌ରେ ଖେଳି ଯାଇଛି ଆତଙ୍କ। ରୋଗ ସଂକ୍ରମଣର ଭୟାବହତାକୁ ଦେଖି ଦେଶର ଦକ୍ଷିଣ ଓ ପଶ୍ଚିମ ଭାଗରେ ଜରୁରୀକାଳିନ ସ୍ଥିତି ଲାଗୁ କରାଯାଇଛି। କୁହାଯାଉଛି, ଚୀନର ୟୁନ୍ନାନ ପ୍ରାନ୍ତର ମେଂଘାଇ କାଉଣ୍ଟିର ଏକ ତିନି ବର୍ଷର ଶିଶୁର ଏହି ରୋଗରେ ଆକ୍ରାନ୍ତ ହୋଇଛି। ଚୀନ୍‌ରେ ଗତ ସପ୍ତାହରେ ପ୍ଲେଗ ସଂକ୍ରମଣ ବିଷୟରେ ଗତ ସପ୍ତାହରେ ସାମ୍ନାକୁ ଆସିଥିଲା। ହେଲେ ରବିବାର ଏ ବିଷୟରେ ସୂଚନା ଦିଆଯାଇଛି।

ଡେଲି ଏକ୍ସପ୍ରେସ୍‌ ରିପୋର୍ଟ ଅନୁସାରେ ଆକ୍ରାନ୍ତ ଶିଶୁର ଅବସ୍ଥା ସ୍ଥିର ରହିଛି। ଏହାକୁ ଦେଖିବା ପରେ ଚୀନ୍‌ ପ୍ରଶାସନ ତତ୍ପରତା ପ୍ରକାଶ କରିଛି। କରୋନା ଭାଇରସ ପରି ଏହାର ସଂକ୍ରମଣ ଯେପରି ନ ବ୍ୟାପିବ ସେଥିପାଇଁ ପ୍ରଶାସନ ପକ୍ଷରୁ ସେଠାରେ ଜରୁରୀକାଳିନ ସ୍ଥିତି ଲାଗୁ କରାଯାଇଛି। ଏଠି କହି ରଖିବୁ, ଏହା ପୂର୍ବରୁ ୟୁନ୍ନାନରେ ପ୍ଲେଗ ସଂକ୍ରମଣରେ ମରିଥିବା ୩ଟି ମୂଷାଙ୍କ ମୃତ ଦେହ ମିଳିଥିଲା।

ଚୀନ ସରକାରୀ ଖବରକାମଜ ଗ୍ଲୋବାଲ ଟାଇମ୍ସ ଅନୁସାରେ ଅଗଷ୍ଟରେ ଉତ୍ତର ମଙ୍ଗୋଲିଆରେ ପ୍ଲେଗ ବ୍ୟାପିଥିବା ଖବର ସାମ୍ନାକୁ ଆସିଥିଲା। ୨୨ଟି ସନ୍ଦିଗ୍ଧ ମାମଲା ସାମ୍ନାକୁ ଆସିଥିଲା। ଏଥିମଧ୍ୟରୁ ୬ ଜଣ ଆକ୍ରାନ୍ତ ଥିଲେ। ଏହାକୁ ଦୃଷ୍ଟିରେ ରଖି ସାରା ଦେଶରେ ଚେତାବନୀ ଜାରି କରାଯାଇଥିଲା।

ସୂଚନାଥାଉ କି, ବ୍ୟୁବୋନିକ ପ୍ଲେଗ ବ୍ୟାକ୍ଟେରିଆ ସଂକ୍ରମିତ ହେବାର ଭୟ ରହିଛି। ଏହା ମଧ୍ୟ ଏକ ଭୟଙ୍କର ରୋଗ ଯାହା ରୋଗୀର ଜୀବନ ନେଇପାରେ। ତେବେ ଏଥିପାଇଁ ଆଣ୍ଟିବାୟୋଟିକ ଅଛି। ଚୀନ୍‌ରେ ଜରୁରୀକାଳିନ ସ୍ଥିତି ଲାଗୁ ହେବା ପରେ ପ୍ଲେଗ ଆକ୍ରାନ୍ତ ଜନ୍ତୁଙ୍କୁ ଖାଇବାକୁ ମନା କରାଯାଇଛି। ରୋଗ ସଂକ୍ରମଣର ସାମାନ୍ୟ ନମୂନା ଦେଖିଲେ ତୁରନ୍ତ ସୂଚନା ଦେବାକୁ କୁହାଯାଇଛି।

ଆହୁରି ପଢ଼ନ୍ତୁ

କରୋନା ଚିକିତ୍ସାରୁ ବାଦ୍ ପଡ଼ିପାରେ ପ୍ଲାଜ୍‌ମା ଥେରାପି

ବଜେପି ଛାଡ଼ିଲେ ବରିଷ୍ଠ ନେତା ଏକନାଥ ଖଡ଼ସେ; କହିଲେ, ଫଡ଼ନାଭିସଙ୍କ ପାଇଁ ଛାଡ଼ିଲି ଦଳ

ଆନ୍ଧ୍ର କନକ ଦୁର୍ଗା ମନ୍ଦିର ନିକଟରେ ଭୂସ୍ଖଳନ: ୪ ଫସି ରହିଥିବା ଆଶଙ୍କା

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା

ମଦ୍ରାସାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ବିଜେପି ସାଂସଦ

କିଛି ଦିନ ତଳେ କମିଥିଲା, ଏବେ ପୁଣି ବଢ଼ିଲା ସୁନା ଦର

୨୩ ଜଣ ବନ୍ଧୁଙ୍କୁ ନେଇ ରେଷ୍ଟୁରାଣ୍ଟରେ ପହଞ୍ଚିଲେ ଗର୍ଲଫ୍ରେଣ୍ଡ; ବିଲ୍‌ ଦେଖି ଦୌଡି ପଳାଇଲେ ପ୍ରେମିକ

ହାଥରସ୍‌ ଘଟଣା ପରେ ଧର୍ମ ପରିବର୍ତ୍ତନ କଲେ ବାଲ୍ମିକୀ ସମାଜର ୫୦ ପରିବାର

ପାକିସ୍ତାନରେ ବିସ୍ଫୋରଣ: ୩ ମୃତ

ଶତ୍ରୁ ପାଖରେ ବି ମହନୀୟତା ଦେଖାଇଲେ ଭାରତୀୟ ଯବାନ; ଧରାପଡ଼ିଥିବା ଚୀନ ସେନାଙ୍କୁ ଫେରାଇ ଦେଲେ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

You might also like