ଚାହୁଁ ଚାହୁଁ ହଳଦିଆ ପଡ଼ିଗଲା ପୂରା ସହର : ୪୦୦ବିମାନ ଉଡ଼ାଣ ବାତିଲ,୩୪୧ ନିଖୋଜ

ବେଜିଂ: ଚୀନର ରାଜଧାନୀ ବେଜିଂରେ ଭୟଙ୍କର ଧୂଳିଝଡ଼।  ଗତ ୧୦ ବର୍ଷ ପରେ ପୁଣି ଥରେ ସହରବାସୀଙ୍କୁ ସବୁଠାରୁ ଭୟଙ୍କର ଧୂଳି ଝଡ଼ର ସାମ୍ନା କରିବାକୁ ପଡ଼ିଛି। ୧୫  ମାର୍ଚ୍ଚ ୨୦୨୧ ଅର୍ଥାତ ଆଜି ଆସିଥିବା ଏହି ଝଡ଼ ପାଇଁ ପୂରା ସହର ନିମଷକେ ମଧ୍ୟରେ ହଳଦିଆ ପଡ଼ିଯାଇଛି । କିଛି ଜାଣିବା ପୂର୍ବରୁ ଖାଲି ଆଖିକୁ ଲୋକଙ୍କୁ କିଛି ଦେଖାଗଲାନି। ଧୂଳି ଝଡ଼ ପାଇଁ ୩୪୧ଜଣ ଲୋକ ନିଖୋଜ ଥିବାବେଳେ ୪୦୦ରୁ ଅଧିକ ବିମାନ ବାତିଲ ରଦ୍ଦ କରାଯାଇଛି। ମୁହଁରେ ମାସ୍କ ଆଉ ଗାଡ଼ିରେ ହେଡଲାଇଟ୍ ଜଳାଇ ସହରର ଅନେକ ଅଞ୍ଚଳରେ ଯିବାଆସିବା କରୁଛନ୍ତି ଲୋକେ।

ବେଜିଂରେ ସୋମବାର ସକାଳେ ହଠାତ ଧୂଳି ଧୂଆଁରେ ଭରିଗଲା। ଲୋକେ କିଛି ଜାଣିବା ପୂର୍ବରୁ ପୂରା ସହର ହଳଦିଆ ଦେଖାଗଲା। ଏବେ ଧୂଳିଝଡ଼ ପରେ ବେଜିଂ ସହରରେ ବାୟୁର ଗୁଣବତ୍ତା ସ୍ତର ୧୦୦୦ ଅତିକ୍ରମ କରିଛି । ବେଜିଂର ଏୟାର କ୍ୱାଲିଟି ଇନଡେକ୍ସ ୫୦୦ରେ ପହଞ୍ଚିଯାଇଛି। କିଛି ଜିଲ୍ଲାରେ ପିଏମ ୧୦ ପାର୍ଟିକିଲ ୨୦୦୦ ମାଇକ୍ରୋଗ୍ରାକ୍ସ ପ୍ରତି କ୍ୟୁବିକ ମିଟର ପହଞ୍ଚି ଯାଇଛି । ଡାକ୍ତର ଓ ବୈଜ୍ଞାନିକଙ୍କ ମତରେ ଏହା ଶ୍ୱାସରୋଗୀଙ୍କ ପାଇଁ ବହୁତ ଭୟଙ୍କର । ଅନ୍ୟପଟେ  ଚଳିତ ବର୍ଷର ସବୁଠାରୁ ବଡ ଧୂଳିଝଡ ବୋଲି ସେଠାକାର ସ୍ଥାନୀୟ ପାଣିପାଗ ବିଶେଷଜ୍ଞମାନେ କହୁଛନ୍ତି।

ଆଭ୍ୟନ୍ତରୀଣ ମଙ୍ଗୋଲିଆ ଓ ଚୀନର ଉତ୍ତର-ପଶ୍ଚିମ ଅଞ୍ଚଳରେ ଏହି ଝଡ଼ ଆସିଥିବା ଜଣାପଡ଼ିଛି । ମଙ୍ଗୋଲିଆରୁ ଆରମ୍ଭ ହୋଇ ଗାନସୁ, ଶାନସି ଏବଂ ହେବାଇ ପ୍ରଦେଶ ପର୍ଯ୍ୟନ୍ତ ବ୍ୟାପିଯାଇଛି । ପାଣିପାଗ ବିଭାଗ ପକ୍ଷରୁ ପୂରା ସହର ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ବେଜିଂ ସହର ସଦାସର୍ବଦା ମାର୍ଚ୍ଚ ଓ ଏପ୍ରିଲ ମାସରେ ଏପରି ଧୂଳିଝଡ଼ ହୋଇଥାଏ । ଗୋବି ମରୁଭୂମି ନିକଟରେ ଥବାରୁ ସହରବାସୀଙ୍କୁ ଏପରି ଧୂଳିଝଡ଼ ସାମ୍ନା କରିବାକୁ ପଡ଼େ। ବର୍ତ୍ତମାନ ଚୀନରେ ଗଛ କଟା ଚାଲିଛି, ଯାହା ପରିବେଶ ପାଇଁ ବିପଦ ପାଲଟିଛି।

ସୂଚନାଯୋଗ୍ୟ ଗତ ସପ୍ତାହରେ ବେଜିଂ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରଦୂଷଣର ଶିଖର ଛୁଇଁଥିଲା। ମାର୍ଚ୍ଚ ୫ ତାରିଖରୁ ଆରମ୍ଭ ହୋଇଥିବା ସଂସଦର ପ୍ରକ୍ରିୟା ଆରମ୍ଭ ହେବା ପରଠାରୁ ବେଜିଂ ଧୂଳିଧୂଆଁରେ ବୁଡି ରହିଛି।

You might also like