ମୁମ୍ବାଇ ଅନ୍ଧାର ପଛରେ ଚୀନ୍‌ର ହାତ !

ମୁମ୍ବାଇ: ଗତବର୍ଷ ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହେବା ପଛରେ ଚୀନ୍ ହ୍ୟାକରଙ୍କ ହାତ ଥିବା ନେଇ ରିପୋର୍ଟ ସାମ୍ନାକୁ ଆସିଛି। ଚୀନ୍‌ର ରେଡ୍ ଇକୋ ନାମକ ଏକ ସଂସ୍ଥା ପକ୍ଷରୁ ଭାରତର ପାଓ୍ୱାର୍‌ ପ୍ଲାଣ୍ଟ୍‌ ଗୁଡ଼ିକରେ malware ଛଡ଼ା ଯାଇଥାଇପାରେ ବୋଲି ଆମେରିକୀୟ କମ୍ପାନୀ ରେକର୍ଡେଡ୍ ଫ୍ୟୁଚରର ଅନୁଧ୍ୟାନକୁ ଉଦ୍ଧାର କରି ନ୍ୟୁୟର୍କ ଟାଇମ୍ସରେ ରିପୋର୍ଟ ପ୍ରକାଶ ପାଇଛି।

କେବଳ ସେତିକି ନୁହେଁ, ଚୀନ୍‌ର ହ୍ୟାକରମାନେ ଭାରତର ଅନେକ ସମ୍ବେଦନଶୀଳ ଏବଂ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଉପରେ ହ୍ୟାକ୍ କରି ଆକ୍ରମଣ କରିପାରନ୍ତି ବୋଲି ମଧ୍ୟ ଚେତାଇ ଦିଆଯାଇଛି।

ସୂଚନାଥାଉ କି, ଗତବର୍ଷ ଅକ୍ଟୋବର ୧୨ ତାରିଖରେ ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରାୟ ୨ ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବିଚ୍ଛିନ୍ନ ହୋଇଯାଇଥିଲା। ଫଳରେ ଠପ୍ ହୋଇଯାଇଥିଲା ସାରା ମୁମ୍ବାଇ। ଷ୍ଟକ୍ ଏକ୍ସଚେଞ୍ଜ ଠାରୁ ଆରମ୍ଭ କରି ଲୋକାଲ ଟ୍ରେନ୍ ସେବା ଓ ମେଡିକାଲରେ ସ୍ୱାସ୍ଥ୍ୟସେବା ଇତ୍ୟାଦି ପ୍ରଭାବିତ ହୋଇଥିଲା। ସେତେବେଳେ ଏହି ଘଟଣା ସାରା ଦେଶରେ ଚିନ୍ତାର କାରଣ ପାଲଟିଥିବା ବେଳେ ଏହାର କାରଣ ଜାଣିବା ପାଇଁ ମହାରାଷ୍ଟ୍ର ସରକାର ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। 

ଅନ୍ୟପକ୍ଷେ, କୋଭିଡ୍ ଭ୍ୟାକ୍ସିନ ପ୍ରସ୍ତୁତକାରୀ ଦୁଇ ସଂସ୍ଥାକୁ ଚୀନ ସରକାରଙ୍କ ଦ୍ୱାରା ପ୍ରୋତ୍ସାହିତ ହ୍ୟାକିଂ ଗ୍ରୁପ କିଛି ସପ୍ତାହ ହେଲା ଟାର୍ଗେଟ କରୁଥିବା ସୂଚନା ମିଳିଛି

You might also like