ଭୟଙ୍କର କରୋନା ଭୂତାଣୁ ଭୟ; ସାରା ବିଶ୍ୱକୁ ବ୍ୟାପୁଛି

ନୂଆଦିଲ୍ଲୀ: ଧୀରେ ଧୀରେ କାୟା ବିସ୍ତାର କରୁଛି କରୋନା ଭୂତାଣୁ। ଚୀନରେ ଏହାର ପ୍ରଭାବରେ ୪୧ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୩ଶହରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ଚୀନ ସହ ଆମେରିକା, ଏସିଆ ଓ ୟୁରୋପର ବିଭିନ୍ନ ଦେଶରେ ଏହାର ଭୂତାଣୁ ଦେଖିବାକୁ ମିଳିଛି। ଏଥିଯୋଗୁ ସେଠାରେ ବ୍ୟାପକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଭାରତର ୪ଟି ସହରର ୧୧ଜଣ ଲୋକ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। ସେମାନଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖି ଚିକିତ୍ସା କରାଯାଉଛି। ଏମାନେ ସମସ୍ତେ ଚୀନରୁ ଆସିଥିବା ଜଣାପଡ଼ିଛି। କେରଳର ସର୍ବାଧିକ ସାତଜଣଙ୍କୁ ସ୍ୱତନ୍ତ୍ର ୱାର୍ଡରେ ଚିକିତ୍ସା କରାଯାଉଛି। ମୁମ୍ବାଇର ଦୁଇଜଣ, ବେଙ୍ଗାଲୁରୁ ଓ ହ୍ରାଇଦ୍ରାବାଦର ଜଣେ ଲେଖାଏ ବ୍ୟକ୍ତିଙ୍କ ଚିକିତ୍ସା ଚାଲିଛି। ବର୍ତ୍ତମାନସୁଦ୍ଧା ବିଭିନ୍ନ ବିମାନବନ୍ଦରରେ ଚୀନରୁ ଆସିଥିବା ୨୦ହଜାରରୁ ଅଧିକ ଯାତ୍ରୀଙ୍କୁ ଥର୍ମାଲ ସ୍କ୍ରିନିଂ କରାଯାଇଛି।

You might also like